ETV Bharat / bharat

ଝାଡ଼ଖଣ୍ଡରେ ବେଆଇନ କୋଇଲା ଖନନବେ‌ଳେ ଦୁର୍ଘଟଣା: 6 ମୃତ, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Feb 1, 2022, 10:34 PM IST

ଝାଡଖଣ୍ଡର ଧାନବାଦରେ ଥିବା ଏକ ଖଣିରେ ଭୁସ୍କଳନ । ମାଡି ଅତଡାରେ ପୋତି ହୋଇ ୬ ଶ୍ରମିକ ମୃତ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଆହୁରି ବଢିବାରେ ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଖଣିରେ ଭୁସ୍ଖଳନ: 6 ମୃତ, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

ରାଞ୍ଚି: ଝାଡଖଣ୍ଡର ଧାନବାଦରେ ଏକ ଖଣିରେ ବେଆଇନ ଉତ୍ତୋଳନ ଜାରି ରହିଥିବା ବେଳେ ଭୁସ୍ଖଳନ ହେବା ଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି । ମାଟି ଅତଡା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଡି ଅତଡା ତଳେ ଅନ୍ୟ କିଛି ଶ୍ରମିକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ, ସକାଳେ ଖଣିରେ ଉତ୍ତୋଳନ ଜାରି ରହିଥିଲା । ଅନେକ ଶ୍ରମିକ କାମରେ ନିୟୋଜିତ ହୋଇଥିବା ବେଳେ ହଠାତ ଭୁସ୍ଖଳନ ଆରମ୍ଭ ହୋଇଥିଲା । ଏଥିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମଧ୍ୟରୁ କିଛି ପୋତି ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ଜଣେ ମହିଳା ଶ୍ରମିକ ଜୀବିତ ଉଦ୍ଧାର ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ଘଟଣାରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖଣିରେ ଏପରି ଅଘଟଣ ପରେ କାମ କରୁଥିବା ଶ୍ରମିକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଅଘଟଣ ପରେ ବିବାଦ ଓ ଉତ୍ତେଜନା ମଧ୍ୟ ବଢିବାରେ ଲାଗିଛି ।

ସ୍ଥାନୀୟ ବିଧାୟକ ଅପର୍ଣ୍ଣା ସେନଗୁପ୍ତ ଘଟଣାସ୍ଥଳରେ ପହଞ୍ଚି ହେମନ୍ତ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଖଣି ଖନନ କାର୍ଯ୍ୟ ଆରମ୍ଭ ହେବା ଦିନରୁ ବେଆଇନ ଉତ୍ତୋଳନ ମଧ୍ୟ ଜାରି ରହିଥିଲା । ସବୁ ଜାଣି ମଧ୍ୟ ସ୍ଥାନୀୟ ପ୍ରଶାସନ ଚୁପ ରହିଥିଲା । ଫଳରେ ଆଜି ଏପ୍ରକାର ଅଘଟଣ ଘଟିଛି । ସେ ଆଜିର ଅଘଟଣ ତଥା ଦୀର୍ଘଦିନର ଅବ୍ୟବସ୍ଥା ପାଇଁ ହେମନ୍ତ ସୋରେନଙ୍କ ସରକାରକୁ ସିଧାସଳଖ ଦାୟୀ କରିଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ହେବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.