ETV Bharat / bharat

ଭାତପଡ଼ାରେ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନା ଠାବ - Illegal manufacturing factory

ପଶ୍ଚିମବଙ୍ଗର ଭାତପଡ଼ା ନିର୍ବାଚନୀ ମଣ୍ଡଳୀରୁ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନାକୁ ପୋଲିସ ଠାବ କରିଛି । ଅଧିକ ପଢନ୍ତୁ...

ଭାତପଡ଼ାରେ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନା ଠାବ

author img

By

Published : Apr 12, 2021, 10:53 AM IST

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାତପଡ଼ା ନିର୍ବାଚନୀ ମଣ୍ଡଳୀରୁ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନାକୁ ପୋଲିସ ଠାବ କରିଛି । ଏହି କାରଖାନାରେ ଚଢାଉ ସମୟରେ ପୋଲିସ 2ଟି ବୋମା, ବୁଲେଟ ଓ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀକୁ ଜବତ କରିବା ସହିତ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲୁଥିବା ବେଳେ ପ୍ରାୟ ପ୍ରତିଦିନ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ରାଜନୈତିକ କର୍ମୀଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ବୋମା ବିସ୍ଫୋରଣ ଆଦି ହେଉଥିବା ଖବର ମିଳୁଛି । ତେବେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାତପଡ଼ା ଅଞ୍ଚଳରେ ଏକ ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନାକୁ ପୋଲିସ ଠାବ କରିଛି ।

ତେବେ ସୂଚନା ଥାଉ କି ଶନିବାର ରାଜ୍ୟରେ 4ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଭାତପଡା ନିର୍ବାଚନୀ ମଣ୍ଡଳୀ ମାଦ୍ରାଲ ଜୟଚଣ୍ଡିତଲା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଥିଲା । ଏହି ବିସ୍ଫୋରକ ସାମଗ୍ରୀ ମଧ୍ୟରେ ବୋମା, ବୋମା ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ, ବୁଲେଟ ଓ ଗନ୍ ପାଉଡ଼ରକୁ ପୋଲିସ ଜବତ କରିଥିଲା । ଏହି ଘଟଣାରେ ପୋଲିସ ବିସ୍ଫୋରକ ପଦାର୍ଥ ଧାରା ବା ଏକ୍ସପ୍ଲୋଜିଭ ସବଷ୍ଟାସେନ୍ସ ଆକ୍ଟ ଓ ଆର୍ମ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି ରଖିବା ପରେ ଏହି କାରଖାନାକୁ ଠାବ କରିଛି । ମତଦାନ କେନ୍ଦ୍ର ନିକଟରେ ବିଶୃଙ୍ଖଳା ପରିସ୍ଥିତି ଓ ହିଂସାକାଣ୍ଡକୁ ଏଡ଼ାଇବା ଲାଗି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ବାଚନ ଆୟୋଗ ଭିଜିଲାନ୍ସକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.