ETV Bharat / bharat

IIT Rape Case: ଅଭିଯୁକ୍ତ ଛାତ୍ରକୁ ‘ରାଜ୍ୟର ଭବିଷ୍ୟତ’ ଦର୍ଶାଇ ଜାମିନ ଦେଲେ ହାଇକୋର୍ଟ - ଗୌହାଟୀ ଛାତ୍ରୀ ଦୁଷ୍କର୍ମ ମାମଲା

IIT ଗୌହାଟୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଛାତ୍ରକୁ ଜାମିନ ଦେଲେ ଗୌହାଟୀ ହାଇକୋର୍ଟ । କହିଲେ, ପ୍ରତିଭାବାନ ବିଦ୍ୟାର୍ଥୀ କାରଣରୁ ଏମାନେ ରାଜ୍ୟର ଭବିଷ୍ୟତ ସମ୍ପତ୍ତି । ଅଧିକ ପଢନ୍ତୁ...

IIT Rape Case: ଅଭିଯୁକ୍ତ ଛାତ୍ରକୁ ରାଜ୍ୟର ଭବିଷ୍ୟତ ଦର୍ଶାଇ ଜାମିନ ଦେଲେ ହାଇକୋର୍ଟ

author img

By

Published : Aug 23, 2021, 6:10 PM IST

ଗୌହାଟୀ: IIT ଗୌହାଟୀର ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଛାତ୍ରକୁ ଜାମିନ ଦେଇଛନ୍ତି ହାଇକୋର୍ଟ । ଅଭିଯୁକ୍ତ ଛାତ୍ରଙ୍କୁ ରାଜ୍ୟର ଭବିଷ୍ୟତ ଦର୍ଶାଇ ଗୌହାଟୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଅଭିଯୁକ୍ତ ବିଟେକ ଛାତ୍ରର ଜାମିନ ଆବେଦନର ଶୁଣାଣି କରି ବିଚାରପତି ଅଜିତ ବୋରଠାକୁର କହିଛନ୍ତି, ସମସ୍ତ ପ୍ରମାଣକୁ ଆଧାର କରି ଏହା ସ୍ପଷ୍ଟ ହୋଇଛି ଯେ ଛାତ୍ର ବିରୋଧରେ ଏହା ପ୍ରଥମ ମାମଲା । ଏହି ମାମଲାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇସାରିଛି । ଉଭୟ ପୀଡିତା ଓ ଅଭିଯୁକ୍ତ ଆଇଆଇଟି ଗୌହାଟୀ ବିଟେକ ପାଠ୍ୟକ୍ରମ ଜାରି ରଖିଥିଲେ । ପ୍ରତିଭାଶାଳୀ ବିଦ୍ୟାର୍ଥୀ କାରଣରୁ ଏମାନେ ରାଜ୍ୟର ଭବିଷ୍ୟତ ସମ୍ପତ୍ତି ବୋଲି କହିଛନ୍ତି କୋର୍ଟ ।

କୋର୍ଟ ଅଗଷ୍ଟ 13ରେ ଆଦେଶ ଦେଇଥିଲେ ଯେ ଉଭୟ ପୀଡିତା ଓ ଅଭିଯୁକ୍ତ 19 ରୁ 21 ବର୍ଷ ବୟସର । ସେମାନେ ଉଭୟ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି। ଚାର୍ଜସିଟରେ ଉଲ୍ଲେଖ କରାଯାଇଥିବା ସାକ୍ଷୀମାନଙ୍କ ତାଲିକାକୁ ଖଣ୍ଡନ କରିବା ଉପରେ, କୋର୍ଟ ଅଭିଯୁକ୍ତ ଛାତ୍ରଙ୍କୁ ଜାମିନ ଦେଇଛନ୍ତି । ପ୍ରମାଣ ନଷ୍ଟ କରିବାର ଆଶଙ୍କା ନଥିବା କହିଛନ୍ତି ହାଇକୋର୍ଟ । ହାଇକୋର୍ଟ ଅଭିଯୁକ୍ତକୁ 30,000 ଟଙ୍କା ମୁଚଲିକାରେ ଜାମିନ ମଞ୍ଜୁର କରିଛନ୍ତି।

ମାର୍ଚ୍ଚ 28 ରାତିରେ ଛାତ୍ର ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପରଦିନ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ ୩ରେ ପୋଲିସ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.