ETV Bharat / bharat

ଓମିକ୍ରନ ଆଣିବ କୋରୋନାର ତୃତୀୟ ଲହର, ଫେବୃୟାରୀରେ ଛୁଇଁବ ଶିଖର: IIT Professor - ଫେବୃୟାରୀରେ ଶିଖର ଛୁଇଁବ ଓମିକ୍ରନ

ନୂଆ ଭାରିଆଣ୍ଟ ଓମିକ୍ରନ(omicron) ଦେଶରେ ଆଣିବ କୋରୋନର ତୃତୀୟ ଲହର(third wave) । 2022 ଫେବୃୟାରୀରେ ଭାରତରେ କୋରୋନାର ତୃତୀୟ ଲହର ଆସିପାରେ ବୋଲି ଏଭଳି ଚିନ୍ତାଜନକ ମତ ଦେଇଛନ୍ତି IIT ବୈଜ୍ଞାନିକ । ଅଧିକ ପଢନ୍ତୁ

ଓମିକ୍ରନ ଆଣିବ କୋରୋନାର ତୃତୀୟ ଲହର, ଫେବୃୟାରୀରେ ଛୁଇଁବ ଶିଖର: IIT Professor

author img

By

Published : Dec 23, 2021, 3:50 PM IST

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ଆଣିବ କୋରୋନର ତୃତୀୟ ଲହର । 2022 ଫେବୃୟାରୀରେ ଭାରତରେ କୋରୋନାର ତୃତୀୟ ଲହର ଆସିପାରେ ବୋଲି ଏଭଳି ଚିନ୍ତାଜନକ ମତ ଦେଇଛନ୍ତି IIT ବୈଜ୍ଞାନିକ(Professor) । ସଦ୍ୟତମ ଅଧ୍ୟୟନରେ ଏହି ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି ।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ଏଥିପ୍ରତି ଚିନ୍ତା କରିବା ପରିବର୍ତ୍ତେ ସତର୍କ ରହିବା ଆବଶ୍ୟକ । ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଫେବୃଆରୀ ପରେ ଓମିକ୍ରନ୍ ମାମଲାରେ ହ୍ରାସ ଘଟିବ । ଯାହା ଦ୍ବାରା ଲୋକଙ୍କୁ ଆଶ୍ବସ୍ତି ମିଳିପାରେ । ଯଦିଓ ଦେଶରେ ଦେଖୁ ଦେଖୁ ଓମିକ୍ରନ ମାମଲା 240 ଛୁଇଁସାରିଲାଣି । IIT କାନପୁରର ମଣିନ୍ଦ୍ର ଅଗ୍ରୱାଲ ଏବଂ sutra model of tracking the pandemic trajectory ର ସହ-ସଂସ୍ଥାପକ ଆଇଆଇଟି ହାଇଦ୍ରାବାଦର ଏମ ବିଦ୍ୟାସାଗରର କହିଛନ୍ତି ଯେ, କୋରୋନାର ଦୈନିକ ନୂତନ ମାମଲା ଫେବୃୟାରୀରେ ୧.୫ ରୁ ୧.୮ ଲକ୍ଷ ମଧ୍ୟ ହୋଇପାରେ ।

ମଣିନ୍ଦ୍ର ଅଗ୍ରୱାଲ ଏହା ମଧ୍ୟ କହିଛନ୍ତି, ଏହି ନୂଆ ଭାରିଆଣ୍ଟ ଯେତେ ଶୀଘ୍ର ବଢିବ, ସେତେ ଶୀଘ୍ର ହ୍ରାସ ମଧ୍ୟ ହେବ । ଦକ୍ଷିଣ-ଆଫ୍ରିକାରେ ଓମିକ୍ରନ ସଂଖ୍ୟା 3 ସପ୍ତାହରେ ଶିଖରରେ ପହଞ୍ଚିଥିବାବେଳେ ଏବେ ଧିରେ ଧିରେ ତାହା ତଳ ମୁହାଁ ହେବାରେ ଲାଗିଛି । ଆଇଆଇଟି ପ୍ରଫେସରଙ୍କ କହିବା ମୁତାବକ ସତର୍କ ରହିଲେ ଏଥିରୁ ମୁକ୍ତି ମିଳିପାରିବ । ତେବେ ଏଯାଏଁ ସ୍ପଷ୍ଟ ହୋଇନି କି ଏହା କେତେ ମାତ୍ରାରେ ଘାତକ ହୋଇପାରେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ୟୁକେ, ଆମେରିକାର ଓମିକ୍ରନ ମାମଲା, ମୃତ୍ୟୁ ଏବଂ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟାକୁ ଦେଖାଯାଏ, ତେବେ ଫେବୃୟାରୀରୁ ଓମିକ୍ରନ ମାମଲାରେ ହ୍ରାସ ଘଟିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.