ETV Bharat / bharat

IIT ହାଇଦ୍ରାବାଦର 'COVIHOME' କିଟ, ଘରେ ରହି କରିହେବ କୋଭିଡ ଟେଷ୍ଟ

IIT ହାଇଦ୍ରାବାଦ କୋଭିଡ ଟେଷ୍ଟ ପାଇଁ ଏକ କୋଭିହୋମ ଟେଷ୍ଟିଂ କିଟ ପ୍ରସ୍ତୁତ କରିଛି । ଏହି କିଟ ଦ୍ବାରା ଲୋକମାନେ ଘରେ ରହି ଟେଷ୍ଟ କରି ମାତ୍ର ୩୦ ମିନିଟରେ ରିପୋର୍ଟ ପାଇପାରିବେ । ଅଧିକ ପଢନ୍ତୁ...

IIT ହାଇଦ୍ରାବାଦର 'COVIHOME' କିଟ, ଘରେ ରହି କରିହେବ କୋଭିଡ ଟେଷ୍ଟ
IIT ହାଇଦ୍ରାବାଦର 'COVIHOME' କିଟ, ଘରେ ରହି କରିହେବ କୋଭିଡ ଟେଷ୍ଟ
author img

By

Published : Jul 16, 2021, 5:40 PM IST

ହାଇଦ୍ରାବାଦ: କୋରୋନା ମହାମାରୀ ବିରୋଧରେ ପ୍ରତ୍ୟେକ କ୍ଷେତ୍ରରେ ଜାରି ରହିଛି ଲଢେଇ । ସଂକ୍ରମଣକୁ ରୋକିବା ପାଇଁ ଆଇଆଇଟି ହାଇଦ୍ରାବାଦ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ତେବେ ଘରେ ରହି କୋଭିଡ ଟେଷ୍ଟ କରିବା ପାଇଁ ଅନୁଷ୍ଠାନର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗ ଏକ ସୁଲଭ ମୂଲ୍ୟର ଟେଷ୍ଟ କିଟକୁ ତିଆରି କରିଛନ୍ତି ।

IIT ହାଇଦ୍ରାବାଦର ନୂଆ ପ୍ରୟାସ, ଘରେ ରହି କରିହେବ କୋଭିଡ ଟେଷ୍ଟ

ଏହି ଟେଷ୍ଟ କିଟ ମାତ୍ର ୩୦ ମିନିଟ ମଧ୍ୟରେ ରିପୋର୍ଟ ଦେବ । ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କ ମଧ୍ୟ ଏହି କିଟ ସଠିକ ରିପୋର୍ଟ ଦେବ । ସ୍ବାବ ସାମ୍ପଲ ମାଧ୍ୟମରେ ଏହି ଟେଷ୍ଟ କରିହେବ । ଏହି ଟେଷ୍ଟିଂ କିଟଟି ୯୪.୨ ପ୍ରତିଶତ ଫଳପ୍ରଦ । ଏହି କିଟରେ ଟେଷ୍ଟ କଲେ ପ୍ରତି ଟେଷ୍ଟ ପିଛା ୪୦୦ ଟଙ୍କା ରଖାଯାଇଛି । ଅଧିକ ପରିମାଣରେ କିଟ ପ୍ରଡକ୍ସନ ହେବା ପରେ ପ୍ରତି ଟେଷ୍ଟ ପିଛା ଏହାର ଦାମ ୩୦୦ ଟଙ୍କା ରଖାଯିବ । ଏହି ଟେଷ୍ଟିଂର କିଟର ନାମ 'କୋଭିହୋମ' ରଖାଯାଇଛି । ଏହି କିଟ ଏକ ସୁରକ୍ଷିତ ଟେଷ୍ଟିଂ ଲୋକମାନଙ୍କୁ ଯୋଗାଇଦେବ ବୋଲି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଶିବ ଗୋବିନ୍ଦ ସିଂ କହିଛନ୍ତି ।

IIT ହାଇଦ୍ରାବାଦର 'COVIHOME' କିଟ, ଘରେ ରହି କରିହେବ କୋଭିଡ ଟେଷ୍ଟ

କୋଭିହୋମ ଟେଷ୍ଟିଂ କିଟକୁ ଆଇଆଇଟି ହାଇଦ୍ରାବାଦର ଗବେଷକ ଦଳ ଡକ୍ଟର ସୂର୍ଯ୍ୟସ୍ନତା ତ୍ରିପାଠୀ, ସୁପ୍ରଜା ପଟ୍ଟ, ସ୍ବାତୀ ମହାନ୍ତି ଓ ପ୍ରଫେସର ଶିବ ଗୋବିନ୍ଦ ସିଂଙ୍କ ନେତୃତ୍ବରେ କିଛି ଛାତ୍ର ମିଶି ଏହି ନୋବେଲ କିଟକୁ ତିଆରି କରିଛନ୍ତି । ଏହି କିଟରେ ପ୍ରଥମ କୋଭିଡ ଟେଷ୍ଟ ESIC ମେଡିକାଲ କଲେଜରେ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.