ETV Bharat / bharat

ଆଇଆଇଏସସିର ନୂଆ ଆବିଷ୍କାର : ବ୍ୟାକଟେରିଆଲ୍ ଓ ଭାଇରାଲ ସଂକ୍ରମଣର ଫରକ ଜାଣିବା ପାଇଁ ରକ୍ତ ଆଧାରିତ ବାୟୋମାର୍କର

author img

By

Published : May 18, 2021, 3:43 PM IST

ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ -ଆଇଆଇଏସି ଓ ଏମ.ଏସ ରମୈୟା ମେଡିକାଲ କଲେଜର ବୈଜ୍ଞାନିକମାନେ ମିଳିତ ମୋଲିକ୍ୟୁଲାର ବାୟୋମାର୍କର ସେଟ୍ ଚିହ୍ନଟ କରିଛନ୍ତି, ଯାହା କି ଜଟିଳ ବ୍ୟାକଟେରିଆଲ୍ ଓ ଭାଇରାଲ ଇନଫେକସନ ଭିନ୍ନ ଭିନ୍ନ ଭାବେ ଚିହ୍ନଟ ପ୍ରକ୍ରିୟାରେ ବ୍ୟବହାର କରାଯାଇ ପାରିବ । ଅଧିକ ପଢନ୍ତୁ...

ଆଇଆଇଏସସିର ନୂଆ ଆବିଷ୍କାର
ଆଇଆଇଏସସିର ନୂଆ ଆବିଷ୍କାର

ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ -ଆଇଆଇଏସି ଓ ଏମ.ଏସ ରମୈୟା ମେଡିକାଲ କଲେଜର ବୈଜ୍ଞାନିକମାନେ ମିଳିତ ମୋଲିକ୍ୟୁଲାର ବାୟୋମାର୍କର ସେଟ୍ ଚିହ୍ନଟ କରିଛନ୍ତି, ଯାହା କି ଜଟିଳ ବ୍ୟାକଟେରିଆଲ୍ ଓ ଭାଇରାଲ ଇନଫେକସନ ଭିନ୍ନ ଭିନ୍ନ ଭାବେ ଚିହ୍ନଟ ପ୍ରକ୍ରିୟାରେ ବ୍ୟବହାର କରାଯାଇ ପାରିବ । ଇବାୟୋମେଡିସିନ ନାମକ ଏକ ଜର୍ଣ୍ଣାଲରେ ଏ ସଂପର୍କତ ଅଧ୍ୟୟନ ପ୍ରକାଶିତ ହୋଇଛି । ଏହି ଜର୍ଣ୍ଣାଲ ଅନୁସାରେ ଗବେଷକମାନେ ରୋଗୀର ରକ୍ତ ଟ୍ରାନସସ୍କ୍ରିପଟୋମସ୍ ଓ ସୌଖୀନ କଂପ୍ୟୁଟେସନାଲ୍ ମଡେଲିଂ ବ୍ୟବହାର କରି ଏକ ଟେଷ୍ଟ୍ ବିକଶିତ କରିଛନ୍ତି । ଟ୍ରାନସସ୍କ୍ରିପ୍ଟୋମ ହେଉଛି ଏମଆରଏନଏ ମୋଲିକ୍ୟୁଲସର ଏକ ଫୁଲ୍ ସେଟ୍ । ଏହା ଏକ ଜୈବିକ ସେଲ୍ ଦ୍ୱାରା ପରିପ୍ରକାଶ ହୋଇଥାଏ । ନେକ୍ସଟ-ଜେନେରେସନ ସିକ୍ୱେନସିଂ –ଏନଜିଏସ ଟେକ୍ନୋଲୋଜି ଦ୍ୱାରା ମପାଯାଏ । ସଂକ୍ରମଣ ବେଳେ ନିର୍ଦ୍ଦିଷ୍ଟ ଜିନ୍‌ଗୁଡିକ ସକ୍ରିୟ ହୋଇଯାଆନ୍ତି ଓ ଏହାଦ୍ୱାରା ଉଚ୍ଚ ପରିମାଣରେ ଏମଆରଏନଏ ଏବଂ ଉଚ୍ଚ ପରିମାଣରେ ପ୍ରୋଟିନ ଜାତ ହୁଏ ସାଂପ୍ରତିକ କୋଭିଡ-୧୯ ମହାମାରୀ ମାନବ ସ୍ୱାସ୍ଥ୍ୟ ଓ ବିକାଶ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ବୋଲି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ।

କୋଭିଡ ପରି ରୋଗର ଚିହ୍ନଟ ପ୍ରକ୍ରିୟା ହିଁ ବଡ ଆହ୍ୱାନ । ଏଭଳି ରୋଗର ସଠିକ ନିଦାନ ହୋଇ ନ ପାରିବା ଯୋଗୁଁ ଟ୍ରାଏଲ ଆଣ୍ଡ୍ ଏରର ଟ୍ରିଟମେଂଟ୍ ଆପଣାଯାଏ,ଯାହା କି ଅନେକ ସମୟରେ କ୍ଷତିକାରକ ହୋଇଥାଏ । ଏଭଳି ସ୍ଥିତି ଆଂଟିବାୟୋଟିକର ଅନୁପଯୁକ୍ତ ବ୍ୟବହାରକୁ ବି ପ୍ରୋତ୍ସାହିତ କରିଥାଏ । ଅତଏବ, ସଠିକ ସଂକ୍ରମଣର ଚିହ୍ନଟ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ଗବେଷକମାନେ ଯୁକ୍ତି ଉପସ୍ଥାପନ କରିଛନ୍ତି ।

ଗବେଷକମାନଙ୍କର ମତ ଯେ, ମାନବ ଶରୀର ବ୍ୟାକଟେରିଆଲ ଓ ଭାଇରାଲ ସଂକ୍ରମଣ ପ୍ରତି ଭିନ୍ନ ଭିନ୍ନ ଭାବେ ପ୍ରତିକ୍ରିୟା ପ୍ରକାଶ କରେ । ଆଉ ଏହା ବିଭିନ୍ନ ପ୍ରକାର ମୋଲିକ୍ୟୁଲ ଉତ୍ପାଦନ କରେ, ଯେପରିକି ରକ୍ତରେ ପ୍ରୋଟିନ ଓ ଆରଏନଏ । କେଉଁ ପ୍ରକାର ସଂକ୍ରମଣ, ତାହା ଉପରେ ଏହା ନିର୍ଭର କରେ । ମିସଡାଏଗନୋସିସ୍ ପାଇଁ ଭାଇରାଲ ଇନଫକେସନ ପାଇଁ ମଧ୍ୟ ଆଂଟିବାୟୋଚିକ୍ସ ଦିଆଯାଏ । ତେବେ, ବର୍ତ୍ତମାନର ଶୈଳୀ ବ୍ୟାକଟେରିଆଲ୍ ବା ଭାଇରାଲ୍ ଇନଫେକସନ ଟେଷ୍ଟ କରିବା ପାଇଁ ଦୀର୍ଘ ସମୟ ନିଏ ବୋଲି ସତ୍ୟଭାରତୀ ରବିଚନ୍ଦ୍ରନ ନାମକ ଜଣେ ରିସର୍ଚ୍ଚ ଆସୋସିଏଟ୍ କହିଛନ୍ତି ।

ରିସର୍ଚ୍ଚ ଟିମ୍ ଉଲ୍ଲେଖ କରିଛନ୍ତି ଯେ, ଜଟିଳ ଭାଇରାଲ୍ ଓ ବ୍ୟାକଟେରିଆଲ୍ ଇନଫେକସନ ଚିହ୍ନଟ ଓ ପ୍ରଭେଦ ଜାଣିବା ପାଇଁ ଏକ ତ୍ୱରିତ ଶୈଳୀ ଦରକାର , ଯାହା କି କ୍ଲିନିକରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ସଠିକ ନିଦାନ ଦ୍ୱାରା ହିଁ ଅଧା ରୋଗ ଭଲ ହୋଇଯାଏ । ଚିକିତ୍ସା ସଫଳ ହୁଏ । ଏପର କଲେ ଆଂଟିମାଇକ୍ରୋବାୟଲ ରେସିଟାନ୍ସର ଅଭିବୃଦ୍ଧି ବି ରୋକିହେବ ବୋଲି ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣାତ୍ମକ ରିପୋର୍ଟରେ ଦର୍ଶାଯାଇଛି । ଗବେଷଣା ବେଳେ ବୈଜ୍ଞାନିକମାନେ ରୋଗୀଙ୍କ ଟ୍ରାନ୍ସସ୍କ୍ରିପଟୋମିକ୍ ଡାଟା ବିଶ୍ଲେଷଣ କରି ରକ୍ତରେ ଟେନ୍‌-ଜିନ୍ ଆରଏନଏ ସିଗନେଚର ଆବିଷ୍କାର କରିଥିଲେ, ଯାହା କି ଭାଇରାଲ ଓ ବ୍ୟାକଟେରିଆଲ ଇନଫେସନରେ ଭିନ୍ନ ଭିନ୍ନ ଭାବେ ସୃଷ୍ଟି ହୋଇଥାଏ ।

କ୍ଲିନିକରେ ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଗବେଷକମାନେ ଷ୍ଟାଣ୍ଡଏଲୋନ ସ୍କୋର ଭିବି୧୦ ପ୍ରସ୍ତୁତ କରିଥିଲେ । ଏହା ନିଦାନ ସହ ସଂକ୍ରମଣ ପରେ ସୁସ୍ଥତାର ବିଭିନ୍ନ ପର୍ଯ୍ୟାୟକୁ ତଦାରଖ କରିପାରିବ । ଏହାଛଡା ସଂକ୍ରମଣର ତୀବ୍ରତା ନେଇ ବି ଆକଳନ କରିପାରିବ ଏହି ଶୈଳୀ । ଭିନ୍ନ ଭିନ୍ନ ବ୍ୟାକଟେରିଆ ଓ ଭାଇରସ୍ କ୍ଷେତ୍ରରେ ଏହା ପ୍ରଜୁଯ୍ୟ ହୋଇପାରିବ । ଗବେଷକମାନଙ୍କ ମତରେ ବ୍ୟାକଟେରିଆଲ ସଂକ୍ରମଣରୁ କୋଭିଡ-୧୯ ସଂକ୍ରମଣର ପ୍ରଭେଦ ପାଇଁ ନୂଆ ଟେଷ୍ଟ ଉପଯୋଗୀ ହୋଇପାରିବ । ରମୈୟା ମେଡିକାଲ କଲେଜର କ୍ଲିନିସିଆନସ୍ ଓ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ରିସର୍ଚ୍ଚର ଅମିତ ସିଂହ, ଦୀପଶିକ୍ଷା ଚକ୍ରବର୍ତ୍ତୀ, ମାଇକ୍ରୋବାୟୋଲୋଜି ଆଣ୍ଡ୍ ସେଲ ବାୟୋଲୋଜି ବିଭାଗର ପ୍ରଫେସର କେ.ଏନ ବାଲାଜୀଙ୍କ ମିଳିତ ସହଯୋଗରେ ଗବେଷଣା କରାଯାଇଥିଲା । ଏହି ଟିମ୍ ଖୁବ ଶୀଘ୍ର କ୍ଲିନିକାଲ ଟ୍ରାଏଲ ପାଇଁ ଆଶା ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.