ETV Bharat / bharat

ଅଗ୍ନିପଥ ଯୋଜନା ପସନ୍ଦ ନୁହେଁ ଯଦି ସାମିଲ ହୁଅନାହିଁ: ଭିକେ ସିଂ - ଅଗ୍ନିପଥ ଆନ୍ଦୋଳନକାରୀଙ୍କୁ ନିନ୍ଦା କଲେ ଭିକେ ସିଂ

ଯେଉଁ ମାନଙ୍କୁ ଅଗ୍ନିପଥ ଯୋଜନା ପସନ୍ଦ ନୁହଁ ସେମାନେ ସେନାରେ ଭର୍ତ୍ତି ହେବା ଆବଶ୍ୟକ ନୁହଁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ ସିଂ। ଅଧିକ ପଢନ୍ତୁ

ଯଦି ଅଗ୍ନିପଥ ଯୋଜନା ପସନ୍ଦ ନୁହଁ ତେବେ ସାମିଲ ହୁଅନ୍ତୁ ନାହିଁ:ଭିକେ ସିଂଯଦି ଅଗ୍ନିପଥ ଯୋଜନା ପସନ୍ଦ ନୁହଁ ତେବେ ସାମିଲ ହୁଅନ୍ତୁ ନାହିଁ:ଭିକେ ସିଂ
ଯଦି ଅଗ୍ନିପଥ ଯୋଜନା ପସନ୍ଦ ନୁହଁ ତେବେ ସାମିଲ ହୁଅନ୍ତୁ ନାହିଁ:ଭିକେ ସିଂ
author img

By

Published : Jun 20, 2022, 11:43 AM IST

ମୁମ୍ବାଇ: ଅଗ୍ନିପଥ ଯୋଜନାକୁ(Agnipath scheem) ନେଇ ଦେଶର ବିଭିନ୍ନ ରାଜ୍ୟର ଜାରି ରହିଛି ହିଂସା । ତେଲେଙ୍ଗାନା, ବିହାର ଓ ଉତ୍ତରପ୍ରଦେଶରେ ବିରୋଧ ପ୍ରଦର୍ଶନ କରିଥିବା ଆନ୍ଦୋଳନକାରୀଙ୍କୁ ତିବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ ସିଂ । ମହାରାଷ୍ଟ୍ରର ନାଗପୁରରେ ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସିଂ କହିଛନ୍ତି ଯେ, "ଭାରତୀୟ ସେନା ସୈନିକଙ୍କୁ ଭର୍ତ୍ତି କରେ ନାହିଁ, ଯିଏ ଏଥିପ୍ରତି ଇଚ୍ଛୁକ ସେମାନେ ସାମିଲ ହୋଇପାରିବେ । ଏଥିପାଇଁ କାହାକୁ ବାଧ୍ୟକରାଯିବ ନାହିଁ । ଯେଉଁମାନଙ୍କୁ ଅଗ୍ନିପଥ ଯୋଜନା ପସନ୍ଦ ନୁହଁ, ସେମାନେ ସେନାରେ ଭର୍ତ୍ତି ହେବା ଦରକାର ନାହିଁ । ଆପଣଙ୍କୁ କେହି ଆସିବାକୁ କହିନାହାନ୍ତି, ଆପଣ ବସ୍ ଓ ଟ୍ରେନରେ ନିଆଁ ଲଗାଉଛନ୍ତି, ଆପଣଙ୍କୁ କିଏ କହୁଛି ସେନାରେ ଭର୍ତ୍ତି ହେବା ପାଇଁ ।"

କାରଣ ଭର୍ତ୍ତି ହେବା ପୂର୍ବରୁ ବିଭିନ୍ନ ମାନଦଣ୍ଡ ପୂରଣ କରିବାକୁ ପଡେ ବୋଲି କହିଛନ୍ତି ଭିକେ ସିଂ । ଅନ୍ୟପଟେ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ପଓ୍ବନ ଖେରା କହିଛନ୍ତି ଯେ, ନିଜର ଅବସର ସ୍ଥଗିତ ରଖିବାକୁ କୋର୍ଟକୁ ଯାଉଛନ୍ତି । କିନ୍ତୁ ସେ ଯୁବକଙ୍କୁ 23 ବର୍ଷରେ ଅବସର ନେବାକୁ କହୁଛନ୍ତି । ତେବେ ଅଗ୍ନିପଥ ଯୋଜନା ସେନା ଓ ଯୁବକଙ୍କ ପଥଭ୍ରଷ୍ଟ କରିବ ବୋଲି ଦିଲ୍ଲୀରେ ମନ୍ତବ୍ୟ ଦେଇଥିଲେ ପ୍ରିୟଙ୍କା ଗାନ୍ଧୀ ।

ଏହି ବୟାନ ପରେ ଭିକେ ସିଂଙ୍କ ଏପରି ପ୍ରତିକ୍ରିୟା ରଖିଛନ୍ତି । ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ଏକ ପୁରୁଣା ଦଳ ହୋଇ ମଧ୍ୟ ସରକାରୀ ଯୋଜନାର ଭୁଲ ବାହାର କରୁଛି । କାହିଁକିନା ରାହୁଲ ଗାନ୍ଧୀଙ୍କୁ ଏବେ ଇଡି ପଚାରାଉଚରା କରୁଛି । ତେଣୁ କଂଗ୍ରେସ ଦେଶର ସର୍ବୋତ୍ତମ ସେବାରେ ଭୁଲ ଖୋଜୁଛି । ସେମାନଙ୍କ କାମ ହେଉଛି ସରକାରୀ ଯୋଜନାକୁ ସମାଲୋଚନା କରିବା ଓ ସରକାରଙ୍କୁ ବଦନାମ କରି ଅଶାନ୍ତି ସୃଷ୍ଟି କରିବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.