ETV Bharat / bharat

3ୟ ଲହରକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସତର୍କବାଣୀ, 'ଶୃଙ୍ଖଳିତ ରହିଲେ ଆମେ ସୁରକ୍ଷିତ ରହିବା'

କୋରୋନା ମହାମାରୀ ତୃତୀୟ ଲହରକୁ ଲକ୍ଷ୍ୟ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ ବାଣୀ ଦେଇଛନ୍ତି । ଆମେ ଶୃଙ୍ଖଳିତ ରହିଲେ ସୁରକ୍ଷିତ ରହିବା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 23, 2021, 6:00 AM IST

3ୟ ଲହରକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସତର୍କ ବାଣୀ, 'ଶୃଙ୍ଖଳିତ ରହିଲେ ଆମେ ସୁରକ୍ଷିତ ରହିବା'

ନୂଆଦିଲ୍ଲୀ: ମହାମାରୀର ଦ୍ବିତୀୟ ଲହର ପରେ ବର୍ତ୍ତମାନ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି । ତୃତୀୟ ଲହରୀ କବଳରୁ ସୁରକ୍ଷିତ ରହିବାକୁ ହେଲେ ଲୋକଙ୍କୁ ସମସ୍ତ କଟକଣା ମାନିବା ଆବଶ୍ୟକ । ଶୃଙ୍ଖଳିତ ରହିଲେ ହିଁ ଆମେ ସୁରକ୍ଷିତ ରହିବା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶବାସୀଙ୍କୁ ସତର୍କ କରାଯାଇଛି ।

ସମ୍ଭାବ୍ୟ ତୃତୀୟ ଲହର ସମୟରେ ମଧ୍ୟ ଲୋକଙ୍କୁ ଆବଶ୍ୟକୀୟ ନିୟମ ମାନିବା ଉଚିତ । ଯଦି ଲୋକମାନେ କୋରୋନା କଟକଣା ମାନିବା ସହିତ ସମ୍ପୂର୍ଣ୍ଣ ଟିକା ନେବା ପରେ ମହାମାରୀର ତୃତୀୟ ଲହରରୁ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ପଲ ମଙ୍ଗଳବାର ସୂଚନା ଦେଇଛନ୍ତି । ସମସ୍ତ କଟକଣା ମାନିଲେ କୋରୋନା ଟିକା ଆମକୁ ରକ୍ଷା କରିବ ବୋଲି ସେ କହିଛନ୍ତି । ଏହାରି ମଧ୍ୟରେ ଦେଶରେ ଜୋରସୋରରେ ଚାଲିଛି ଟୀକାକରଣ । ସୋମାବର ଗ୍ରାମାଞ୍ଚଳରେ ମୋଟ 63.7 ପ୍ରତିଶତ ଟୀକାକରଣ କରାଯାଇଥିବା ବେଳେ ସହରାଞ୍ଚଳରେ 36 ପ୍ରତିଶତ ଟିକାଦାନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଗ୍ରାମାଞ୍ଚଳରେ ଲକ୍ଷ୍ୟ ରଖାଯାଇଥିବା ଟୀକାକରଣ ମଧ୍ୟରୁ ଅଧା ହୋଇସାରିଛି । ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ଟୀକାକରଣ ସମ୍ଭବପର ମନେ ହେଉଥିବା ସେ କହିଛନ୍ତି । ଟୀକାକରଣରେ ଲିଙ୍ଗ ଉପରେ ମଧ୍ୟ ଫୋକସ ରଖାଯାଇଛି । ସୋମବାର 46 ପ୍ରତିଶତ ମହିଳା ଟିକା ନେଇଥିବା ବେଳେ 53 ପ୍ରତିଶତ ପୁରୁଷ ଟିକା ନେଇଛନ୍ତି । ମହିଳାମାନେ ମଧ୍ୟ କିପରି ଅଧିକ ଟିକା ନେବା ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଜୁନ 21 ତାରିଖରେ ସର୍ବାଧିକ ଦୈନିକ 88.09 ଲକ୍ଷ ଟୀକାକରଣ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟରୁ ମଧ୍ୟପ୍ରଦେଶରେ 17 ଲକ୍ଷ ଟିକା ଦିଆଯାଇଥିବା ବେଳେ କର୍ଣ୍ଣାଟକରେ 11 ଲକ୍ଷ, ଉତ୍ତରପ୍ରଦେଶରେ 7 ଲକ୍ଷ, ବିହାରରେ 5.75 ଲକ୍ଷ, ହରିୟାଣା ଓ ଗୁଜୁରାଟରେ 5.15 ଲକ୍ଷ, ରାଜସ୍ଥାନ 4.06 ଲକ୍ଷ, ତାମିଲନାଡୁରେ 3.97 ଲକ୍ଷ, ମହାରାଷ୍ଟ୍ରରେ 3.85 ଲକ୍ଷ, ଆସାମରେ 3.68 ଲକ୍ଷ ଟିକା ଦିଆଯାଇଛି । ଗତ 24 ଘଣ୍ଟାରେ ଦେଶରେ 42 ହଜାର 640 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 91 ଦିନ ମଧ୍ୟରେ ସୋମବାର ସବୁଠୁ କମ ପଜିଟିଭ ଚିହ୍ନଟ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.