ETV Bharat / bharat

‘ଯଦି ଚାକିରି ନାହିଁ ସଂରକ୍ଷଣ ବ୍ୟବସ୍ଥାର ଅର୍ଥ କଣ’

author img

By

Published : Aug 28, 2021, 10:51 AM IST

ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ । ଅଧିକ ପଢନ୍ତୁ...

‘ଯଦି ଚାକିରି ନାହିଁ ସଂରକ୍ଷଣ ବ୍ୟବସ୍ଥାର ଅର୍ଥ କଣ’
‘ଯଦି ଚାକିରି ନାହିଁ ସଂରକ୍ଷଣ ବ୍ୟବସ୍ଥାର ଅର୍ଥ କଣ’

ନୂଆଦିଲ୍ଲୀ: ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ । ଦେଶରେ ଯୁବକଯୁବତୀଙ୍କୁ ଚାକିରି ନ ଦେଇ ସଂରକ୍ଷଣ ବ୍ୟବସ୍ଥା ରଖିଲେ କଣ ଲାଭ ବୋଲି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ଓବିସି ସଂରକ୍ଷଣ ବ୍ୟବସ୍ଥା ନେଇ ମଧ୍ୟ ମୋଦିଙ୍କ ଉପରେ ସେ ବର୍ଷିଛନ୍ତି । ଯଦି ଆଗାମୀ ବର୍ଷ ଗୁଡିକ ମଧ୍ଯରେ ରୋଜଗାର ନାହିଁ କି ରୋଜଗାରର ସୃଷ୍ଟି ହେଲା ଭଳି କିଛି ସମ୍ଭାବନା ନାହିଁ । ତେବେ ସଂରକ୍ଷଣ ବ୍ୟବସ୍ଥାର ଅର୍ଥ କ’ଣ ବୋଲି ରାହୁଲ କହିଛନ୍ତି । ଏହା ସହ ନୂତନ କୃଷି ଆଇନକୁ ଫେରାଇ ନେବା ପାଇଁ ମଧ୍ୟ କହିଛନ୍ତି ।

ଏନେଇ ସେ ଏକ ଟୁଇଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଟିସୁନାମି ଫ୍ରେଣ୍ତସିପ କଥା ମଧ୍ୟ ଇଠାଇଛନ୍ତି । ଭାରତ ସରକାର ଦେଶକୁ ବିକ୍ରି କରୁଛନ୍ତି । ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି, ଆମେ କ୍ଷେତକୁ ବାଲିରେ ପରିଣତ କରିବାକୁ ଦେବୁ ନାହିଁ । କି ସେଗୁଡିକୁ ବନ୍ଧୁ ମାନଙ୍କୁ ଉପହାର ଦେବାକୁ ଦେବୁ ନାହିଁ। କୃଷି ବିରୋଧୀ ଆଇନ ପ୍ରତ୍ୟାହାର କରନ୍ତୁ । ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଆସୁଛି । ଏବଂ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ରାହୁଲ ଦାବି କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.