ETV Bharat / bharat

ସରକାରଙ୍କୁ ଟିକାୟତଙ୍କ ଚେତାବନୀ, ଦରକାର ପଡିଲେ ଦିଲ୍ଲୀରେ ପଶିବ ଋଷ ଟ୍ରାକ୍ଟର

author img

By

Published : Jun 26, 2021, 10:27 PM IST

ଆବଶ୍ୟକ ପଡିଲେ ଦିଲ୍ଲୀରେ ଋଷ ଟ୍ରାକ୍ଟର ପ୍ରବେଶ କରିବ ବୋଲି କହି କେନ୍ଦ୍ର ସରକାରଙ୍କୁ ଚାଷୀନେତା ରାକେଶ ଟିକାୟତ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ସରକାରଙ୍କୁ ଟିକାୟତଙ୍କ ଚେତାବନୀ, 'ଦରକାର ପଡିଲେ ଦିଲ୍ଲୀରେ ପଶିବ ଋଷିଆ ଟ୍ରାକ୍ଟର '

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ 7 ମାସ ପୂରିଛି । ଏହାପରେ ପୁଣି ସକ୍ରିୟ ହେଉଛି ଆନ୍ଦୋଳନ । ସେପଟେ ଭାରତୀୟ କିଷାନ ୟୁନିଅନ(BKU)ର ନେତା ରାକେଶ ଟିକାୟତ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି । ଆବଶ୍ୟକ ପଡିଲେ ଦିଲ୍ଲୀ ସୀମା ଭିତରକୁ ଋଷ ଟ୍ରାକ୍ଟର ପ୍ରବେଶ କରିବ ବୋଲି ସେ କହିଛନ୍ତି ।

ଟିକାୟତଙ୍କ କହିବା ଅନୁସାରେ ଏହି ଋଷ ଟ୍ରାକ୍ଟର ହେଉଛି ଅଧିକ ପ୍ରଭାବଶାଳୀ । ଏହା ହେଉଛି ଏକ ସ୍ବୟଂଚାଳିତ ଟ୍ରାକ୍ଟର । ଟ୍ରାକ୍ଟର ଚାଲିବା ସମୟରେ ଗିଅରରେ ରହିଥିବ । ଏହା ସମ୍ମୁଖରେ ଯେ କେହି ବି ଆସିବ, ଟ୍ରାକ୍ଟର ମାଡିଯିବ ବୋଲି ସେ ପରୋକ୍ଷରେ କହିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ଚାଷୀଙ୍କ ଏହି ଟ୍ରାକ୍ଟର ଦିଲ୍ଲୀ ସୀମା ମଧ୍ୟକୁ ପ୍ରବେଶ କରିପାରେ ବୋଲି ସେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଚାଷୀ ନେତା ଟିକାୟତ ଏକ ଋଷିଆ ଟ୍ରାକ୍ଟର ଆଣି ଚାଷୀଙ୍କ ଶକ୍ତିକୁ ପ୍ରଦର୍ଶନ କରିଛନ୍ତି ।

ଏହି ଟ୍ରାକ୍ଟରର ବୟସ 53 ବର୍ଷ । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ଟ୍ରାକ୍ଟର ପ୍ରତି 10 ବର୍ଷରେ ଥରେ ବଦଳାଯିବା ଆବଶ୍ୟକ । ତଥାପି ଏହି ଭଳି ଅନେକ ଋଷିଆ ଟ୍ରାକ୍ଟର ଏବେ ମଧ୍ୟ କାର୍ଯ୍ୟ କରୁଛି । ଏହି ଟ୍ରାକ୍ଟର ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) କାର୍ଯ୍ୟାଳୟ ସମ୍ମୁଖକୁ ଯାଇ ଏବେ କାର୍ଯ୍ୟ କରୁଛି ବୋଲି ଦର୍ଶାଇବ ବୋଲି ସେ କହିଛନ୍ତି । ଚାଷୀମାନେ ଦୀର୍ଘ 7 ମାସ ଧରି ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଯେତେବେଳେ ଟ୍ରାକ୍ଟର ରାସ୍ତାରେ ଗଡିବ ସେତେବେଳେ କିପରି ସରକାର ଏହାକୁ ରୋକିବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଶନିବାର ହରିୟାଣାର ପଞ୍ଚକୁଲାରେ ଆନ୍ଦୋଳନ କରୁଥିବା ଚାଷୀମାନେ ବ୍ୟାରିକେଡ ଭାଙ୍ଗି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ । ରାଜ୍ୟପାଳଙ୍କୁ ଭେଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବିପତ୍ର ଦେବା ଲାଗି ବ୍ୟାରିକେଡ ଭାଙ୍ଗିଥିଲେ । ତେବେ ସୂଚନା ଥାଉ କି କେନ୍ଦ୍ର ସରକାରଙ୍କ 3 ନୂଆ କୃଷି ଆଇନ ବିରୋଧରେ ଗତ 7 ମାସ ଧରି ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି । ଉଭୟ ପକ୍ଷ ମଧ୍ୟରେ ବାରମ୍ବାର ବୈଠକ ସତ୍ତ୍ବେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.