ETV Bharat / bharat

ଯଦି ଘରେ ପିଜ୍ଜା ପହଞ୍ଚୁଛିି, ରାସନ କାହିଁକି ନୁହେଁ: ଅରବିନ୍ଦ କେଜ୍ରିୱାଲ - କେନ୍ଦ୍ର ସରକାର

ଯଦି ଘରକୁ ପିଜା ଡେଲିଭରି ହୋଇପାରୁଛି ତେବେ ରାସନ କାହିଁକି ନୁହେଁ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅଧିକ ପଢନ୍ତୁ...

ଯଦି ଘରେ ପିଜା ପହଞ୍ଚି ପାରୁଛି ତେବେ ରାସନ କାହିଁକି ନୁହଁ: ଅରବିନ୍ଦ କେଜ୍ରିଓ୍ବାଲ

author img

By

Published : Jun 6, 2021, 12:48 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ରାସନ ସାମଗ୍ରୀ ବିତରଣ କେନ୍ଦ୍ର ସରକାର ବନ୍ଦ କରିବା ପରେ ଆଜି ଏନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯଦି ଘରକୁ ପିଜା ଡେଲିଭରି ହୋଇପାରୁଛି ତେବେ ରାସନ କାହିଁକି ନୁହଁ ବୋଲି ପ୍ରଶ୍ନ କରିଛନ୍ତି । ମାଫିଆଙ୍କ ପ୍ରଭାବରେ ଏହି ପଦକ୍ଷେପ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଜାତୀୟ ରାଜଧାନୀରେ ବୈପ୍ଳବିକ ଯୋଜନା କାର୍ଯ୍ୟକାରୀ ହୁଏ ନାହିଁ ।

ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ତାଙ୍କ ସରକାରର ଅନୁମତି ନେଇ ନାହାଁନ୍ତି ବୋଲି କହିବା ସହ ଆଇନ ଅନୁଯାୟୀ କୌଣସି ଅନୁମତି ନଥିଲେ ମଧ୍ୟ ମୋ ସରକାର କେନ୍ଦ୍ରରୁ ପାଞ୍ଚ ଥର ଅନୁମୋଦନ ଲୋଡିଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।

ପ୍ରଥମ ଥର ପାଇଁ ସରକାର ରାସନ ମାଫିଆ ଯାଞ୍ଚ କରିବା ପାଇଁ ପଦକ୍ଷେପ ନେଇଥିଲେ। କିନ୍ତୁ ସେମାନେ ଏତେ ଶକ୍ତିଶାଳୀ ଯେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଏକ ସପ୍ତାହ ପୂର୍ବରୁ ବାତିଲ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋତେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଦିଅ , ମୁଁ କେନ୍ଦ୍ରକୁ ପୂର୍ଣ୍ଣ ଶ୍ରେୟ ଦେବି । ରାସନ ଆପ କିମ୍ବା ବିଜେପିର ନୁହେଁ । ଦିଲ୍ଲୀର 70 ଲକ୍ଷ ଲୋକ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଏବେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.