ETV Bharat / bharat

୧୯୪୭ରେ ଯଦି ମୋଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ କଣ ହୋଇଥାନ୍ତା କହିଲେ ଶାହ

author img

By

Published : Feb 17, 2022, 11:05 AM IST

ଦେଶ ସ୍ବାଧୀନତା ସମୟରେ ଯଦି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ କରତାରପୁର ସାହେବ (kartarpur sahib) ଏବଂ ନାନାକାନା ଭାରତର ହୋଇଥାନ୍ତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି (ବୁଧବାର) ଫିରୋଜପୁରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି । ଅଧିକ ପଢନ୍ତୁ

୧୯୪୭ରେ ଯଦି ମୋଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, କରତାପୁର ସାହେବ ଏବଂ ନାନାକାନା ଭାରତର ହୋଇଥାନ୍ତା: ଶାହା

ଚଣ୍ଡିଗଡ: ୧୯୪୭ ଦେଶ ସ୍ବାଧୀନତା ସମୟରେ ଯଦି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ କରତାରପୁର ସାହେବ ଏବଂ ନାନାକାନା ଭାରତର ହୋଇଥାନ୍ତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି (ବୁଧବାର) ଫିରୋଜପୁରରେ ଏକ ନିର୍ବାଚନୀ ରାଲି(Amit Shah rally in Punjab Firozpur)ରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ।

ଶାହା କହିଛନ୍ତି ଯେ ମୋଦି କରତାରପୁର ସାହିବ କରିଡର ଖୋଲିବାକୁ ଶିଖଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି । ଯଦି ଭାରତ ସ୍ବାଧୀନତା ପାଇବା ସମୟରେ ମୋଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ କରତାରପୁର ସାହେବ ଏବଂ ନାନକାନା ସାହେବ ପାକିସ୍ତାନର ଅଂଶ ନୁହଁ ବରଂ ଭାରତର ଅଂଶ ହୋଇଥାନ୍ତା । ଚାରି କିଲୋମିଟର ଲମ୍ବର କରତାରପୁର କରିଡର ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କୁ ଗୁରୁଦ୍ୱାର ଦରବାର ସାହିବ ପରିଦର୍ଶନ କରିବା ପାଇଁ ଭିସା ମୁକ୍ତ ସୁବିଧା ଯୋଗାଇଥାଏ । ୨୦୧୯ ରେ ଏହାର ଉଦଘାଟନ କରାଯାଇଥିଲା ।

ଆସନ୍ତା 20ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଠାନକୋଟରେ ଏକ ରାଲିକୁ ସମ୍ବୋଧିତ କରି ମୋଦି କହିଥିଲେ ଯେ, ଦେଶ ବିଭାଜନ ସମୟରେ କରତାରପୁର ସାହିବଙ୍କୁ ଭାରତୀୟ ଅଞ୍ଚଳରେ ରଖିବାରେ କଂଗ୍ରେସ ବିଫଳ ହୋଇଛି। ପରେ, ୧୯୬୫ ଏବଂ ୧୯୭୧ ମସିହାରେ ପାକିସ୍ତାନ ସହିତ ହୋଇଥିବା ଯୁଦ୍ଧ ସମୟରେ କରତାରପୁର ସାହେବଙ୍କୁ ଭାରତୀୟ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିବାର ସୁଯୋଗ ମଧ୍ୟ ହାତଛଡ଼ା ହୋଇଥିଲା ।

ଫିରୋଜପୁର ସମାବେଶରେ ଶାହ ପଞ୍ଜାବର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ କେବଳ ଭାରତୀୟ ଜନତା ପାର୍ଟି ପଞ୍ଜାବକୁ ସୁରକ୍ଷା ଯୋଗାଇ ପାରିବ ଏବଂ ପ୍ରତିଦ୍ବନ୍ଦି ଦଳ ମଧ୍ୟ ଏହା କରିପାରିବେ କି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ଅଭାବରୁ କିଛି ପ୍ରକଳ୍ପ ଉଦଘାଟନ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ସୁରକ୍ଷିତ କରିବାରେ ବିଫଳ ହୋଇଥିଲେ । ଶାହ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିଥିବାର ଅଭିଯୋଗ ମଧ୍ୟ କରିଥିଲେ ।

ଶାହ ଆହୁରି ମଧ୍ୟ କହିଥିଲେ ଯେ ମୁଁ ଏଠାକୁ ପଞ୍ଜାବର ମାଆମାନଙ୍କୁ ପ୍ରତିଶ୍ରୁତି ଦେବା ପାଇଁ ଆସିଛି, ଯଦି ଆଗାମୀ ପାଞ୍ଚବର୍ଷ ପାଇଁ ବିଜେପି ଶାସନକୁ ଆସେ ତେବେ ଆପଣଙ୍କ ପରିବାରର ଯୁବକମାନେ ଡ୍ରଗ୍ସ ଛୁଇଁ ପାରିବେ ନାହିଁ। ଆମେ ପଞ୍ଜାବକୁ ଡ୍ରଗ୍ ମୁକ୍ତ କରିବୁ । ଏଥିସହ ପ୍ରତିଦ୍ବନ୍ଦି ଦଳ କଂଗ୍ରେସ ଓ ଶିରୋମଣି ଅକାଳୀ ଦଳକୁ ପଞ୍ଜାବକୁ ଡ୍ରଗ୍ସ ମୁକ୍ତ କରିବା ନେଇ ପ୍ରଶ୍ନ କରିଥିଲେ ଶାହ ।

1984ରେ ଶିଖ ବିରୋଧୀ ଦଙ୍ଗା ଉପରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ମୋଦିଙ୍କ ନେତୃତ୍ୱାଧୀନ ସରକାର ହିଁ ଦୋଷୀଙ୍କୁ ଦଣ୍ଡିତ କରିଛନ୍ତି। 2014ରେ ବିଜେପି କେନ୍ଦ୍ରକୁ ଆସିବା ପୂର୍ବରୁ ପାକିସ୍ତାନର ଆତଙ୍କବାଦୀମାନେ ଆମ ସୈନିକମାନଙ୍କ ଉପରେ ଆକ୍ରମଣ କରି ପଳାଇ ଯାଉଥିଲେ । କିନ୍ତୁ ମୋଦିଙ୍କ ଶାସନରେ ଭାରତ ଆତଙ୍କବାଦୀଙ୍କୁ ଶିକ୍ଷା ଦେବା ପାଇଁ ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ କରିଥିଲା । ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶାହା 1965 ଏବଂ 1971ରେ ଶହୀଦ ହୋଇଥିବା ସୈନିକମାନଙ୍କ ବୀରତ୍ୱ ବିଷୟରେ ମତ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.