ମାଲକାନଗିରି: ଛତିଶଗଡ଼ର ବିଜାପୁର ନିକଟ କୋଡେପାଲରେ ହୋଇଛି ଆଇଡି ବୋମା ବିସ୍ଫୋରଣ । ଏହି ଅଘଟଣରେ ୨ CRPF ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
CRPFର ଏକ ଟିମ୍ ନକ୍ସଲ ପାଟ୍ରୋଲିଂରେ ବାହାରିଥିଲେ, ଏହି ସମୟରେ ମୋଦକପାଲ ପୋଲିସ ଷ୍ଟେସନ ଅଞ୍ଚଳର ହାଲପାରା ଅଞ୍ଚଳରେ IED ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଦୁଇଜଣ CRPF କର୍ମଚାରୀ ବା ୭୦ ବାଟାଲିୟନର ଯବାନ ବାଲକିଶନ ଏବଂ ସନ୍ନି ଇସଲାମ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ବିଜାପୁରକୁ ଅଣାଯାଉଛି। ଏହି ୨ ଯବାନ ବାଲାକିଶନ ଓ ସନିଦୁଲ ଇସଲାମ ୧ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଅନ୍ୟ ସୁରକ୍ଷାକର୍ମୀ ମଧ୍ୟ ମହଜୁଦ ଥିଲେ । ନକ୍ସଲଙ୍କ ଦ୍ବାରା ଏହି ଆକ୍ରମଣ ହୋଇଥିବା କୁହାଯାଇଛି ।
ପୋଲିସର ଅପରେସନ ଜାରି ରହିଥିବାରୁ ଏମାନେ ବିସ୍ଫୋରଣ କରିପାରୁନଥିଲେ । ତେବେ ଆଜି ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । କିନ୍ତୁ ଏହାର ଜବାବ ଦେବା ପାଇଁ ସ୍ଥାନୀୟ ପୋଲିସ ଉଦ୍ୟମ ଜାରି ରଖିଛି । ଲଗାତାର ଭାବେ ଏହି ଅଞ୍ଚଳରୁ ନକ୍ସଲଙ୍କୁ ଗିରଫ ମଧ୍ୟ କରାଯାଉଛି । ଏହାବ୍ୟତୀତ କିଛି ନକ୍ସଲ ଆତ୍ମସମର୍ପଣ କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ