ETV Bharat / bharat

ICMRର ନୂଆ କୋଭିଡ ଟେଷ୍ଟିଂ କିଟ୍‌, 2 ଘଣ୍ଟାରେ ମିଳିପାରିବ ନୂଆ ଭାରିଆଣ୍ଟର ରିପୋର୍ଟ

author img

By

Published : Dec 12, 2021, 6:30 AM IST

ICMR ଉଦ୍ଭାବନ କଲା ନୂଆ କୋଭିଡ ଟେଷ୍ଟିଂ କିଟ୍‌ । ମାତ୍ର ଦୁଇ ଘଣ୍ଟାରେ ମିଳିପାରିବ ନୂତନ ପ୍ରଜାତି ସଂକ୍ରମଣ ସମ୍ପର୍କିତ ରିପୋର୍ଟ । ICMR ଉତ୍ତର-ପୂର୍ବ ଜୋନର ଦେବ୍ରୁଗଡ ସେଣ୍ଟରର ବିଶେଷଜ୍ଞ କରିଛନ୍ତି ବିକଶିତ । ଅଧିକ ପଢନ୍ତୁ

ICMRର ନୂଆ କୋଭିଡ ଟେଷ୍ଟିଂ କିଟ, 2 ଘଣ୍ଟାରେ ମିଳିପାରିବ ନୂଆ ଭ୍ୟାରିଏଣ୍ଟର ରିପୋର୍ଟ

ଗୌହାଟି: ନୂଆ ଭାରିଆଣ୍ଟ ଓମିକ୍ରନ (Omicron)କୁ ନେଇ ସାରା ବିଶ୍ବରେ ପୁଣି ଥରେ ସତର୍କତା ବୃଦ୍ଧି ପାଇଥିବା ବେଳେ ସବୁଠୁ ବଡ ଆହ୍ବାନ ପାଲଟିଛି ଟେଷ୍ଟିଂ କ୍ଷମତା ବୃଦ୍ଧି କରିବା । ଏହି ପରିପ୍ରେକ୍ଷୀରେ ଏକ ନୂଆ ତଥା ସ୍ମାର୍ଟ ଟେଷ୍ଟିଂ କିଟ ଉଦ୍ଭାବନ କରିଛି ଆସାମର ଦେବ୍ରୁଗଡରେ ଥିବା ICMR କେନ୍ଦ୍ର । ଯାହାକୁ ବ୍ୟବହାର କରି ମାତ୍ର 2 ଘଣ୍ଟାରେ ନୂତନ ପ୍ରଜାତିର ସଂକ୍ରମଣକୁ ଚିହ୍ନଟ କରିହେବ ବୋଲି ଜଣାପଡିଛି ।

ବର୍ତ୍ତମାନ ଦେଶର ଏକାଧିକ ରାଜ୍ୟରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇସାରିଲାଣି । ଏବେ ସୁଦ୍ଧା ମୋଟ 33 ଜଣ ସଂକ୍ରମିତ ହୋଇ ସାରିଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ତେବେ ବର୍ତ୍ତମାନ ସ୍ଥିତିରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ଓ ପରୀକ୍ଷା କରିବା ଉପରେ ସରକାର ଓ ପ୍ରଶାସନର ନଜର ରହିଛି । ଏପରି ସ୍ଥଳେ ଅଳ୍ପ ସମୟ ଅବଧୀ ମଧ୍ୟରେ ନମୂନା ପରୀକ୍ଷା କରିବା ଓ ଭାଇରସ ଚିହ୍ନଟ କରିବା ପାଇଁ ICMR ଉଦ୍ଭାବନ କରିଥିବା ନୂଆ କିଟ ବିଶେଷ ଫଳପ୍ରଦ ହେବାନେଇ ଆଶା କରାଯାଉଛି ।

ଉତ୍ତର-ପୂର୍ବ କ୍ଷେତ୍ରର ଆସାମର ଦେବ୍ରୁଗଡରେ ଥିବା ICMR ସଂସ୍ଥାନର ଏକ ବିଶେଷଜ୍ଞ ଟିମ ଗତ କିଛି ମାସ ହେଲା ଗବେଷଣା କରି ଏହି ନୂଆ ତଥା ସ୍ମାର୍ଟ କିଟ ଉଦ୍ଭାବନ କରିବାରେ ସଫଳ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଯାହାକୁ ବ୍ୟବହାର କରି ମାତ୍ର 2 ଘଣ୍ଟାରେ ରିପୋର୍ଟ ମିଳିପାରିବ ବୋଲି ସଂସ୍ଥା କହିଛି । ବର୍ତ୍ତମାନ କୋଭିଡ ପରୀକ୍ଷାର ରିପୋର୍ଟ ମିଳିବା ପାଇଁ ପ୍ରାୟ 36 ଘଣ୍ଟା ଲାଗୁଥିବାବେଳେ ଏହି ସ୍ମାର୍ଟ ତଥା ଅତ୍ୟାଧୁନିକ ଟେଷ୍ଟିଂ କିଟ ବ୍ୟବହାର ଫଳରେ ଟେଷ୍ଟିଂ ପ୍ରକ୍ରିୟା ତ୍ବାରାନ୍ବିତ ହୋଇ ପାରିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.