ETV Bharat / bharat

ଟିନା ଡାବିଙ୍କ ସଫଳତା ପଛର ସାରଥୀ ମାଆ, ଦୁଇ ଝିଅଙ୍କ ଭବିଷ୍ୟତ ପାଇଁ ଛାଡିଥିଲେ ଚାକିରି

author img

By

Published : Mar 18, 2023, 11:03 AM IST

ଆଇଏଏସ ଟିନା ଡାବିଙ୍କ ସଫଳତା ପଛରେ କିଏ । କାହା ପାଇଁ ଆଜି ସେ ଚର୍ଚ୍ଚିତ । ଟିନା ଡାବିଙ୍କ ସଫଳତା ପଛରେ ଥିବା ମହିଳାଙ୍କ ବିଷୟରେ ଜାଣନ୍ତୁ ଏହି ରିପୋର୍ଟରେ ।

IAS TINA DABI
IAS TINA DABI

ହାଇଦ୍ରାବାଦ: ଆଇଏଏସ ଟିନା ଡାବି । ଭାରତରେ ଜଣେ ଚର୍ଚ୍ଚିତ ଆଇଏଏସ ଅଫିସର ଭାବେ ଜଣାଶୁଣା ଟିନା ଡାବି । କାର୍ଯ୍ୟ ପାଇଁ ନୁହେଁ ପ୍ରେମ ବିବାହକୁ ନେଇ ସେ ବେଶ ଚର୍ଚ୍ଚିତ । ତାଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟତଃ ଲୋକେ ଅଳ୍ପ ବହୁତ ଜାଣିଥିବେ । କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ହୁଏତ ଲୋକେ ଏତେଟା ଜାଣିନଥିବେ । ଆପଣ ଜାଣିଛନ୍ତି କି ଘରେ କେବଳ ସେ ଏକା ନୁହେଁ ତାଙ୍କ ଭଉଣୀ ମଧ୍ୟ ଜଣେ ଆଇଏଏସ ଅଫିସର । ଉଭୟେ ଗୋଟିଏ ରାଜ୍ୟରେ କାର୍ଯ୍ୟ କରୁଛନ୍ତି ।

ଟିନାଙ୍କ ଭଉଣୀ ବି ଜଣେ IAS ଅଫିସର: କୁହାଯାଏ ଜଣେ ସଫଳ ମଣିଷ ପଛରେ ଜଣେ ମହିଳାଙ୍କ ହାତ ଥାଏ । ସେ ଜନନୀ ରୂପରେ ହେଉ ଅବା ଭଉଣୀ, ପ୍ରେମିକା କିମ୍ବା ବନ୍ଧୁ । ଟିନା ଡାବିଙ୍କ ସଫଳତା ପଛରେ ରହିଛି ତାଙ୍କ ମାଆ ହିମାନିକମ୍ବଲେଙ୍କ ହାତ । ତାଙ୍କ ମାଆଙ୍କ ବଳିଦାନ ପାଇଁ ଆଜି ଜଣେ ସେ ଆଇଏଏସ ପାଇପାରିଛନ୍ତି । ପଢାରେ ଧୂର୍ତ୍ତ ଥିବା ଟିନା ଆଜି ରାଜସ୍ଥାନର ଜୈସଲମେରରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଭଉଣୀ ରିୟା ଡାବି ମଧ୍ୟ ରାଜସ୍ଥାନର ଅଲୱାରରେ କାର୍ଯ୍ୟ କରୁଛନ୍ତି ।

ସଫଳତା ପଛରେ ମାଆ: ପିଲା ବେଳୁ ହିଁ ପାଠ ପଢାରେ ବେଶ ଭଲ ଥିଲେ ଟିନା ଓ ରିୟା । ପିଲାମାନେ ଭବିଷ୍ୟତରେ ଆହୁରି ଆଗକୁ ଯାଆନ୍ତୁ ଭାବି ନିଜ ସ୍ବପ୍ନ, କ୍ୟାରିୟରକୁ ଜଳାଞ୍ଜଳି ଦେଇଥିଲେ ହିମାନି । ଟିନାଙ୍କ ମାଆ ହିମାନି ପଢା ସମୟରେ ଟପ୍ପର ଥିଲେ । ଏପରିକି ସେ ଆଇଇଏସ( ଇଣ୍ଡିଆନ ଇଞ୍ଜିନିୟର ସର୍ଭିସ) ଅଫିସର ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଟିନାଙ୍କ ବାପା ବିଏସଏନଏଲରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଭଭୟେ ବାପା ମାଆ ଚାକିରି କରୁଥିଲେ । ଉଭୟଙ୍କ ଚାକିରି ପିଲାଙ୍କ ପାଠପଢା ଯେପରି ବ୍ୟାଘାତ ନକରୁ ସେଥିପାଇଁ ଚିନ୍ତିତ ହୋଇପଡିଥିଲେ ହିମାନି । ସେଥିପାଇଁ କିଛି ବର୍ଷ ପାଇଁ ଚାକିରି ଛାଡି ଦେଇ ଉଭୟ ଝିଅଙ୍କ ପାଠପଢାରେ ଲାଗି ପଡିଥିଲେ । ଏପରିକି କୌଣସି ସୁଯୋଗକୁ ହାତଛଡା ନକରିବାକୁ ସବୁ ବେଳେ ଶିଖାଉଥିଲେ ।

କୌଣସି ସେଲିବ୍ରିଟିଠୁ କମ୍‌ ନୁହନ୍ତି ଟିନା ଡାବି: ପାଠପଢା ସମୟରେ ଟପ୍ପର ହେବା ସହ କୌଣସି ଗୁଣରେ ବି ଜଣେ ସେଲିବ୍ରିଟି ଠାରୁ କମ ନୁହନ୍ତି ଟିନା । ଗୁଗୁଲ ମୋଷ୍ଟ ସର୍ଚ୍ଚ ସେଲିବ୍ରିଟି ତାଲିକାରେ ଅଛି ଟିନାଙ୍କ ନାମ । ତାଙ୍କୁ ଯେତେବେଳେ 22 ବର୍ଷ ହୋଇଥିଲା ସେ ସିଭିଲ ଟପ୍ପର ହୋଇଥିଲେ । ଏପରିକି ସୋସିଆଲ ମିଡିଆରେ ତାଙ୍କର ମିଲିୟନ ମିଲିୟନ ଫଲୋର୍ସ ଅଛନ୍ତି । ଟିନାଙ୍କୁ 16 ଲକ୍ଷ ଲୋକ ଇନଷ୍ଟାରେ ଫଲୋ କରନ୍ତି । ଏପରିକି ବିବାହକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ଥିଲେ ଟିନା ।

ଗତ ବର୍ଷ ଏପ୍ରିଲ ମାସରେ ଡ. ପ୍ରଦୀପ ଗାୱାଣ୍ଡେଙ୍କ ହାତ ଧରିଥିଲେ ଟିନା । ଜୟପୁରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କିଛି ଖାସ୍‌ ଅତିଥିକୁ ନିମନ୍ତ୍ରଣ କରିଥିଲେ ଟିନା । ତେବେ ଏହାଥିଲା ଟିନାଙ୍କ ଦ୍ବିତୀୟ ବିବାହ । ଗତ 2018ରେ ସେ ବିବାହ କରି ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.