ETV Bharat / bharat

ମିଗ୍-21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ ମୃତ

author img

By

Published : May 21, 2021, 7:44 AM IST

Updated : May 21, 2021, 10:15 AM IST

ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ମିଗ୍ -21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଅଭିନବ ଚୌଧୁରୀଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ମିଗ୍-21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
ମିଗ୍-21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଚଣ୍ଡୀଗଡ: ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ଯୁଦ୍ଧ ବିମାନ ମିଗ୍ 21 । ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ମୋଗା ନିକଟରେ ପଶ୍ଚିମ ସେକ୍ଟର ଭାରତୀୟ ବାୟୁସେନା ମିଗ୍-21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନ ପାଇଲଟଙ୍କର ମୃତ୍ୟୁ ହୋଇଛି ।

ମିଗ୍-21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଭାରତୀୟ ବାୟୁସେନା ଅଧିକାରୀଙ୍କୁ କହିବା ଅନୁସାରେ, ବିମାନଟି ନିୟମିତ ପ୍ରଶିକ୍ଷଣ ନେବା ସମୟରେ ଦୁର୍ଘଟଣା ଘଟିଛି । ଏହା ପରେ ପାଇଲଟ ଅଭିନବଙ୍କୁ ଖୋଜାଖୋଜି ଆରମ୍ଭ କରାଯିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ବିମାନଟି ରାଜସ୍ଥାନର ସୁରତଗଡରୁ ଉଡାନ ଆରମ୍ଭ କରିଥିଲା । ଉଡାଣ ଭରିବାର କିଛି ସମୟ ମଧ୍ୟରେ ପଞ୍ଜାବ ମୋଗା ନିକଟରେ କ୍ରାସ ହୋଇଛି ।

ତେବେ କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଆଇଏଏଫ ପକ୍ଷରୁ ସୂଚନା ମିଳିଛି । ଅଭିନବଙ୍କ ପରିବାରକୁ ଏପରି ଦୁଃଖଦ ସମୟରେ ସମବେଦନା ଜଣାଇଛି ଭାରତୀୟ ବାୟୁ ସେନା । କ୍ଷତିଗ୍ରସ୍ତ ହୋଇଥିବା ପରିବାର ସହିତ ଆଇଏଏଫ ସବୁବେଳେ ରହିଛି ବୋଲି ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 21, 2021, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.