ETV Bharat / bharat

Sqn Leaders Bhavna Kanth: ବିଦେଶ ମାଟିରେ ଫାଇଟର ଜେଟ ଉଡାଇବେ ଭାରତୀୟ ଝିଅ - Sqn Leaders Bhavna Kanth

ସ୍କ୍ଵାର୍ଡନ ଲିଡର ଅବନୀ ଚତୁର୍ବେଦୀଙ୍କ ବ୍ୟାଚମେଣ୍ଟ ତଥା ସ୍କ୍ଵାର୍ଡନ ଲିଡର ଭାବନା କାନ୍ତ IAF ର Su-30MKI ସ୍ବଦେଶୀ ୱିପନ ସିଷ୍ଟମ ଲେସ ସବୁଠାରୁ ଘାତକ ବିମାନ ଉଡାଇଛନ୍ତି । ୨୦୧୬ ମସିହାରେ ସ୍କ୍ଵାର୍ଡନ ଲିଡର ଅବନୀ ଚତୁର୍ବେଦୀ, ଭାବନା କାନ୍ତ ଓ ମୋହନା ସିଂହ ଭାରତୀୟ ବାୟୁସେନାର ଫାଇଟର ବିମାନ ଉଡାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 8, 2023, 7:44 AM IST

Sqn Leaders Bhavna Kanth : ବିଦେଶ ମାଟିରେ ଫାଇଟର ଜେଟ ଉଡାଇବେ ଭାରତୀୟ ଝିଅ

ଜୟପୁର: ବିଦେଶରେ ଫାଇଟର ଜେଟ ଉଡାଇବେ ହିନ୍ଦୁସ୍ତାନୀ ଝିଅ । ଦେଶ ବାହାରେ ହେବାକୁ ଥିବା ବାୟୁସେନାର ଯୁଦ୍ଧାଭ୍ୟାସରେ ଭାଗ ନେବେ ମହିଳା ଫାଇଟର ପାଇଲଟ । ଏହା ପ୍ରଥମ ଥର ହେବ କି ବାୟୁସେନାର ଜଣେ ମହିଳା ଫାଇଟର ପାଇଲଟଙ୍କୁ ବିଦେଶରେ ହେବାକୁ ଥିବା ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ସୁଯୋଗ ମିଳିବ ।

ଦେଶର ପ୍ରଥମ 3 ମହିଳା ଫାଇଟର ଜେଟ ପାଇଲଟ ମଧ୍ୟରୁ ଜଣେ ହେଉଛନ୍ତି ସ୍କ୍ଵାର୍ଡନ ଲିଡର ଭାବନା କାନ୍ତ ଯିଏ ବିଦେଶରେ ହେବାକୁ ଥିବା ଯୁଦ୍ଧାଭ୍ୟାସରେ ସାମିଲ ହେବେ । ଏଥିପାଇଁ ଖୁବଶୀଘ୍ର ଜାପାନ ଯିବେ । ଅବନୀ ବର୍ତ୍ତମାନ Su-30MKIର ପାଇଲଟ ଅଛନ୍ତି । ଜାପାନରେ ହେବାକୁ ଥିବା ଯୁଦ୍ଧାଭ୍ୟାସର ନାମ ବୀର ଗାର୍ଜିୟନ2023’ ରଖାଯାଇଛି । ଏହି ଯୁଦ୍ଧାଭ୍ୟାସ 16 ଜାନୁଆରୀରୁ 26 ଜାନୁଆରୀର ଯାଏଁ ଜାପାନର ଅମିଟାମା ହୟାକୁରୀ ଏୟାରବେସ ଅଞ୍ଚଳରେ ହେବ ।

ସ୍କ୍ଵାର୍ଡନ ଲିଡର ଅବନୀ ଚତୁର୍ବେଦୀଙ୍କ ବ୍ୟାଚମେଣ୍ଟ ସ୍କ୍ଵାର୍ଡନ ଲିଡର ଭାବନା କାନ୍ତ IAF ର Su-30MKI ସ୍ବଦେଶୀ ୱିପନ ସିଷ୍ଟମ ଲେସ ସବୁଠାରୁ ଘାତକ ବିମାନ ଉଡାଇଛନ୍ତି । ୨୦୧୬ ମସିହାରେ ସ୍କ୍ଵାର୍ଡନ ଲିଡର ଅବନୀ ଚତୁର୍ବେଦୀ, ଭାବନା କାନ୍ତ ଓ ମୋହନା ସିଂହ ଭାରତୀୟ ବାୟୁସେନାର ଫାଇଟର ବିମାନ ଉଡାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଗତ ୨୨ ଫେବ୍ରୁଆରୀରେ ସ୍କ୍ଵାର୍ଡନ ଲିଡର ଅବନୀ ଚତୁର୍ବେଦୀ ପ୍ରଥମେ ଗୁଜୁରାଟ ଜାମନଗର ଏୟାରବେସରୁ ଫାଇଟର ପ୍ଲେନ ମିଗ-୨୧ ସଫଳତାର ସହ ଉଡାଣ କରି ଇତିହାସ ରଚିଥିଲେ । ଜାପାନରେ ହେବାକୁ ଥିବା ଯୁଦ୍ଧାଭ୍ୟାସ ବୀର ଗାର୍ଜିୟନ 2023’ରେ ଭାଗ ନେବା ପାଇଁ ଆଜି ଠାରୁ ରାଜସ୍ଥାନ ଯୋଧପୁରରେ ଅଭ୍ୟାସ ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.