ETV Bharat / bharat

114 ଲଢୁଆ ବିମାନ କିଣିବା ପାଇଁ ବାୟୁସେନାର 1.3 ଲକ୍ଷ କୋଟିର ଡିଲ୍‌

author img

By

Published : Jan 31, 2021, 5:26 PM IST

ଭାରତୀୟ ବାୟୁସେନାକୁ ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ରରେ ସଶକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 114ଟି ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବା ପାଇଁ 1.3 ଲକ୍ଷ କୋଟିର ଡିଲ କରିବାକୁ ଯାଉଛି ଭାରତୀୟ ବାୟୁସେନା । ଅଧିକ ପଢନ୍ତୁ .....

114 ଲଢୁଆ ବିମାନ କିଣିବା ପାଇଁ ବାୟୁ ସେନାର  1.3 ଲକ୍ଷ କୋଟିର ଡି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ରରେ ସଶକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 114ଟି ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବା ପାଇଁ 1.3 ଲକ୍ଷ କୋଟିର ଡିଲ କରିବାକୁ ଯାଉଛି ଭାରତୀୟ ବାୟୁସେନା । ଏହି ଡିଲରେ ବାୟୁସେନା ବିଭିନ୍ନ ବର୍ଗର 114ଟି ଲଢୁଆ ବିମାନ କିଣିବ । ହେବାକୁଥିବା ଡିଲରେ 83 ଲାଇଟ କମ୍ବାକ୍ଟ ଲଢୁଆ ‘ତେଜସ’ ବିମାନ ରହିଥିବା ବେଳେ ଅନ୍ୟ କିଛି ଅତ୍ୟାଧୁନିକ ଲଢୁଆ ବିମାନ ମଧ୍ୟ ରହିଛି ।

ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ଦ୍ବାରା ନିର୍ମିତ ତେଜସ କିଣିବା ପାଇଁ ପ୍ରତିରକ୍ଷା ସୁରକ୍ଷା କ୍ୟାବିନେଟ କମିଟି ଅନୁମୋଦନ ଦେଇଥିଲା । ଏକକାଳୀନ 83 ତେଜସ ଲଢୁଆ ବିମାନ କିଣିବା ପାଇଁ ଉକ୍ତ ବୈଠକରେ ଅନୁମୋଦନ ଲାଭ କରିଥିଲା । ଏଥିରେ ପ୍ରାୟ 50 ହଜାର କୋଟି ବ୍ୟୟ ବରାଦରେ ଏହି ବିମାନ କିଣିବା ପାଇଁ ସ୍ଥିର କରାଯାଇଥିଲା ।

ବାୟୁସେନାରେ ଗତ କିଛିବର୍ଷ ହେଲା ବ୍ୟବହାର କରାଯାଉଥିବା ମିଗ-21 କାର୍ଯ୍ୟଦକ୍ଷତା ହ୍ରାସ ପାଉଥିବା ଯୋଗୁଁ ଏହି ବିମାନକୁ ଅପରେସନରୁ ହଟାଇ ତା ସ୍ଥାନରେ ଏହି ଅତ୍ୟାଧୁନିକ ତେଜସକୁ ମୁତୟନ କରିବା ପାଇଁ ଯୋଜନା ରିଖିଛି ବାୟୁସେନା । ସେହିପରି ଏହି ଡିଲ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇ ସାରିଥିବା ଜଣାପଡିଛି ।

ଫ୍ରାନ୍ସର ଦାସ ଆଭିଏସନ ଦ୍ବାରା ନିର୍ମିତ ହୋଇଥିବା ଅତ୍ୟାଧୁନିକ ରାଫେଲ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଥିବା ବେଳେ ଆମେରିକା ମଧ୍ୟ ତାର ଲଢୁଆ ବାୟୁସେନାର ଲଢୁଆ ବିମାନ ଏଫ- 15 , 16 ଓ 18 ଲଢୁଆ ବିମାନ ସିରିଜକୁ ଭାରତୀୟ ବାୟୁସେନାକୁ ବିକ୍ରି କରିବାକୁ ଆଗ୍ରହ ଦେଖାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.