ETV Bharat / bharat

ଦିନକ ପୂର୍ବରୁ ପୁରୀରେ ହେବ ଏୟାର ସୋ

author img

By

Published : Sep 16, 2022, 3:29 PM IST

Updated : Sep 16, 2022, 10:23 PM IST

ପୁରୀରେ ବଦଳିଲା ଆରୋବାଟିକ ଡିସପ୍ଲେ ସୋ'ର ସମୟ । ଆସନ୍ତାକାଲି ପୁରୀରେ ହେବ ସୂର୍ଯ୍ୟକିରଣ ଟିମର ଏୟାର ସୋ । ଅଧିକ ପଢନ୍ତୁ

ପୁରୀରେ ବଦଳିଲା ଏୟାର ସୋ ର ସମୟ
ପୁରୀରେ ବଦଳିଲା ଏୟାର ସୋ ର ସମୟ

ପୁରୀ: ବଦଳିଲା ପୁରୀ 'ଏୟାର ସୋ' ର ସମୟ । ପାଗ ଅନୁକୂଳ ନଥିବାରୁ ବଦଳିଲା ସମୟ । ଆସନ୍ତାକାଲି ପୁରୀରେ ହେବ ସୂର୍ଯ୍ୟକିରଣ ଟିମର ଏୟାର ସୋ । ପୂର୍ବରୁ ଆସନ୍ତା ସେପ୍ଟେମ୍ବର 18 ତାରିଖରେ ପୁରୀରେ ଏହି ଆରୋବାଟିକ ଡିସପ୍ଲେ ସୋ' ଅନୁଷ୍ଠିତ ହେବାର ଯୋଜନା ଥିଲା ମାତ୍ର ଦିନକ ପୂର୍ବରୁ ହେବ ଏହି ଏୟାର ସୋ । ଆସନ୍ତାକାଲି ୧୦ଟା ୨୦ ରୁ ୧୧ ଟା ଯାଏଁ ହେବ ବ୍ଲୁଫ୍ଲାଗ ବିଚରେ ଫୁଲ୍ ଡ୍ରେସ୍ ରିହଲସଲ୍ । ୧୮ ତାରିଖରେ ପାଗ ଖରାପ ଥିବାରୁ ଆସନ୍ତାକାଲି ହେବ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ଏୟାର ସୋ । ଏଥିସହ ପାଗ ଠିକ୍ ରହିଲେ ୧୮ ରେ ହେବ ପୁନରାବୃତ୍ତି । ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସୂଚନା ।

ଦିନକ ପୂର୍ବରୁ ପୁରୀରେ ହେବ ଏୟାର ସୋ

ତେବେ ସୂଚନା ଅନୁଯାୟୀ, ପୁରୀ ରାଜଭବନ ପଛପାର୍ଶ୍ଵ ବେଳାଭୂମିରେ ଆସନ୍ତା ୧୮ ତାରିଖରେ ବାୟୁ ସେନା ପକ୍ଷରୁ ଏୟାର ସୋ ହେବାର ଥିଲା। ଏଥିପାଇଁ ବାୟୁ ସେନାର ପାଇଲଟ ମାନେ ଦୁଇ ଦିନ ଧରି ମ୍ୟାପିଂ,ଏରିଏଲ୍ ରେକିଂ କରିଥିଲେ। ଆସନ୍ତା ୧୮ ତାରିଖରେ ଆକାଶ ମାର୍ଗରେ ବାୟୁସେନାର ୭ଟି ବିମାନ ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବାର ଥିଲା। କିନ୍ତୁ ୧୮ ତାରିଖରେ ପାଗ ଖରାପ ରହୁ ଥିବାରୁ ଆସନ୍ତା କାଲି ହିଁ ଫୁଲ ଡ୍ରେସ ରିହରସେଲ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ଆନ୍ତର୍ଜାତିକ ବେଳାଭୂମି ସଫେଇ ସହ ଫୁଲ ଡ୍ରେସ ରିହରସେଲ କରାଯିବ। ପୁରୀ ବାସିନ୍ଦା ୯ଟା ସୁଦ୍ଧା ବ୍ଲୁ ଫ୍ଲାଗ ବିଚ୍,ନୀଳାଦ୍ରି ବିଚ୍ ଓ ଦିଗବାରିଣି ଛକ ସ୍ଥିତ ବେଳାଭୂମିରେ ଏକତ୍ରିତ ହେବା ପାଇଁ କୁହାଯାଇଛି ।

ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ସୋ ଆୟୋଜନ କରାଯାଉଥିବାରୁ ସରକାର ,ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀ ମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସୋ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ବାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା,ପାନୀୟ ଜଳ ବ୍ୟବସ୍ଥା ହୋଇଛି। ତେବେ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ଚିତାକର୍ଷକ ଏୟାର ସୋ । ୯ଟି ହକ୍ ବିମାନରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି ବାୟୁବୀର।

ଇଟିଭି ଭାରତ ,ପୁରୀ

Last Updated : Sep 16, 2022, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.