ETV Bharat / bharat

IAF helicopter crash: ମିଳିଲା ବ୍ଲାକ ବକ୍ସ

author img

By

Published : Dec 9, 2021, 11:40 AM IST

Updated : Dec 9, 2021, 11:57 AM IST

ମିଳିଲା ଦୁର୍ଘଟଣାଗ୍ରସ୍ତ MI 17V5 ହେଲିକପ୍ଟରର ବ୍ଲାକ ବକ୍ସ । ବୁଧବାର ଘଟିଥିଲା ଦୁର୍ଘଟଣା । ଅଧିକ ପଢନ୍ତୁ

coonoor crash: ମିଳିଲା MI 17V5 ହେଲିକପ୍ଟରର ବ୍ଲାକ ବକ୍ସ

ଚେନ୍ନାଇ: ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା MI 17V5 ହେଲିକପ୍ଟରର ମିଳିଲା ବ୍ଲାକ୍ସ ବକ୍ସ । ଗତକାଲି ଦୁର୍ଘଟଣା ପରେ IAF ଆଜି କୁନ୍ନୁର ଅଞ୍ଚଳରୁ ବ୍ଲାକ ବକ୍ସକୁ ଠାବ କରିଛି । ଏହି ଦୁର୍ଘଟଣାରେ CDS ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି ।

କହିରଖୁଛୁ କି, ବ୍ଲାକ ବକ୍ସ କୌଣସି ବିମାନର ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ । ଏହି ଉପକରଣ ଉଡାଣ ସମୟରେ ବିମାନର ସମସ୍ତ ପ୍ରକାର ଗିତିବିଧିକୁ ରେକର୍ଡ କରିଥାଏ ।

ମିଳିଲା ବ୍ଲାକ ବକ୍ସ

ଏହାମଧ୍ୟ ପଢନ୍ତୁ:CDS Chopper Mishap: ପରଲୋକରେ ଦେଶର ପ୍ରଥମ CDS ବିପିନ ରାୱତ

ଉଲ୍ଲେଖଯୋଗ୍ୟ, ବୁଧବାର ତାମିଲନାଡୁ କୋଏମ୍ବଟୁର ଓ ସୁଲୁର ମଝିରେ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଉକ୍ତ Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସହ ପରିବାର ସଦସ୍ୟ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବିପିନ ରାୱତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଥିଲେ । ବିପିନ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ଏହାମଧ୍ୟ ପଢନ୍ତୁ:CDS Helicopter Mishap: ବୀରତ୍ବକୁ ମନେପକାଇ ଝୁରୁଛି ଦେଶ, ଝରୁଛି ଲୁହ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2021, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.