ETV Bharat / bharat

କ୍ରାସ ଲ୍ୟାଣ୍ଡିଂ କଲା ବାୟୁସେନାର MI-17 ହେଲିକପ୍ଟର, ସମସ୍ତେ ସୁରକ୍ଷିତ - MI-୧୭

ପୂର୍ବ ଅରୁଣାଞ୍ଚଳ ପ୍ରଦେଶରେ ଯାନ୍ତ୍ରିକ ତ୍ରୁଟି କାରଣରୁ କ୍ରାସ ଲ୍ୟାଣ୍ଡଂ କଲା ଭାରତୀୟ ବାୟୁସେନାର MI-୧୭ ହେଲିକପ୍ଟର । ପାଇଲଟଙ୍କ ସମେତ ଥିଲେ ମୋଟ ୫ ଜଣ । ସମସ୍ତେ ସୁରକ୍ଷିତ ସୂଚନା । ଅଧିକ ପଢନ୍ତୁ

କ୍ରାସ ଲ୍ୟାଣ୍ଡି କଲା ବାୟୁସେନାର MI-୧୭ ହେଲିକପ୍ଟର, ସମସ୍ତେ ସୁରକ୍ଷିତ

author img

By

Published : Nov 18, 2021, 3:31 PM IST

ଇଟାନଗର: ଯାନ୍ତ୍ରିକ ତ୍ରୁଟି କାରଣରୁ କ୍ରାସ ଲ୍ୟାଣ୍ଡଂ କଲା ଭାରତୀୟ ବାୟୁସେନାର MI-୧୭ ହେଲିକପ୍ଟର । ହେଲିକପ୍ଟରରେ ୨ ପାଇଲଟଙ୍କ ସମେତ ମୋଟ ୫ଜଣ ଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ପୂର୍ବ ଅରୁଣାଞ୍ଚଳ ପ୍ରଦେଶରେ ଏହି ଘଟଣା ଘଟିଛି । ବାୟୁସେନାର ଏହି ହେଲିକପ୍ଟରଟି ଆଉଟ ଏୟାର ମେଟେନାନ୍ସ ସାମଗ୍ରୀ ନେଇ ଯାତ୍ରା କରୁଥିଲା । ଏଥିରେ ୨ ପାଇଲଟ ଓ ଅନ୍ୟ ୩କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୫ ଜଣ ଥିଲେ । ହେଲେ ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟରଟି କ୍ରାସ ଲ୍ୟାଣ୍ଡିଂ କରିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ତେବେ କେଉଁ କାରଣରୁ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାହା ସ୍ପଷ୍ଟ ହୋଇ ନଥିବାବେଳେ, ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁ ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.