ETV Bharat / bharat

IAF chopper crash: ଆସନ୍ତା ସପ୍ତାହରେ ଦାଖଲ ହୋଇପାରେ ତଦନ୍ତ ରିପୋର୍ଟ

author img

By

Published : Jan 1, 2022, 8:44 PM IST

ଆସନ୍ତା ସପ୍ତାହରେ ଦାଖଲ ହୋଇପାରେ CDSଙ୍କ ଚପର ଦୁର୍ଘଟଣା ତଦନ୍ତ ରିପୋର୍ଟ । ଘଟଣାର ତଦନ୍ତ ଜାରି ରଖିଛି ତ୍ରି-ସେବାର ଉଚ୍ଚସ୍ତରୀୟ ବିଶେଷଜ୍ଞ କମିିଟି । ଅଧିକ ପଢନ୍ତୁ

IAF chopper crash: ଆଗାମି ସପ୍ତାହରେ ଦାଖଲ ହୋଇପାରେ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ପ୍ରତିରକ୍ଷା ପ୍ରମୁଖ (CDS) ଜେନେରାଲ ବିପିନ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଏହି ତଦନ୍ତ ରିପୋର୍ଟ ବାୟୁସେନା ମୁଖ୍ୟାଳୟରେ ଦାଖଲ କରିପାରେ ତଦନ୍ତକାରୀ ସଂସ୍ଥା ।

ଦେଶକୁ ସ୍ତବ୍ଧ କରିଦେଇଥିବା ଏହି ହାଇ ପ୍ରୋଫାଇଲ ଦୁର୍ଘଟଣାର ତଦନ୍ତ ତ୍ରି-ସେବା ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ଜାରି ରଖିଛି । ବାୟୁସେନାର ବରିଷ୍ଠ ଅଧିକାରୀ ଏୟାର ମାର୍ଶଲ ମାନଭେନ୍ଦ୍ର ସିଂ ଏହି ତଦନ୍ତକାରୀ କମିଟିର ନେତୃତ୍ବ ନେଉଥିବାବେଳେ ସ୍ଥଳସେନା ଓ ନୌସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକବକ୍ସ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଉଦ୍ଧାର ସହ ତଦନ୍ତ ଜାରି ରହିଥିବାବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ରହିଛି । ସେହିପରି ଗତବର୍ଷ (୨୦୨୧) ଶେଷ ସୁଦ୍ଧା ଏହି ତଦନ୍ତ ରିପୋର୍ଟ ଦାଖଲ ହେବା ନେଇ ଆଶା କରାଯାଉଥିଲା ବେଳେ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି । ତେବେ ସଦ୍ୟତମ ସୂଚନା ଅନୁସାରେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ବାୟୁସେନା ମୁଖ୍ୟଙ୍କୁ ଏହି ଟିମ ଚୂଡାନ୍ତ ରିପୋର୍ଟ ଦାଖଲ କରିପାରେ ।

ଗତବର୍ଷ ଡିସେମ୍ବର 8 ତାରିଖରେ ତାମିଲନାଡୁର କୁନୁର ନିକଟରେ ଘଟିଥିବା ଚପର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାଓ୍ବତ, ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୪ ଜଣ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ସମସ୍ତ ସମ୍ଭାବ୍ୟ ସ୍ଥିତି, ମାନବୀୟ କିମ୍ବା ଯାନ୍ତ୍ରିକ ତ୍ରୁଟିକୁ ତଦନ୍ତ ପରିସରକୁ ନେଇଛି ତଦନ୍ତକାରୀ କିମିଟି ।

ଏହା ମଧ୍ୟ ପଢନ୍ତୁ:-CDS Chopper Crash: କାଲି ଦାଖଲ ହୋଇପାରେ ତଦନ୍ତ ରିପୋର୍ଟ

MI-17 V-5 ହେଲିକପ୍ଟରର ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ଏବଂ କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ତଥ୍ୟ ବହନ କରୁଥିବା ବ୍ଲାକବକ୍ସ ଉଦ୍ଧାର କରାଯାଇଛି । ତେବେ ଏଥିରୁ ଏହି ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାର କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଥିବା ବେଳେ ଏହି ରିପୋର୍ଟ ଉପରେ ସାରା ଦେଶର ନଜର ରହିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.