ETV Bharat / bharat

Sanatana Remark: ନଉନାହାଁନ୍ତି ଉଦୟାନିଧି, କହିଲେ ଦେଇଥିବା ମନ୍ତବ୍ୟ ବାରମ୍ବାର ଦୋହରାଇବି - ସନାତନ ଧର୍ମ ବିବାଦୀୟ ମନ୍ତବ୍ୟ

ବିବାଦୀୟ ମନ୍ତବ୍ୟ ନେଇ ନିଜ ସପକ୍ଷରେ ମତ ରଖିଲେ ଉଦୟାନିଧି । କହିଲେ ଯାହା କହିଥିଲି, ଜାତିପ୍ରଥା ଉପରେ କହିଥିଲି । ଦୋହରାଇବାକୁ ପ୍ରସ୍ତୁତ ଅଛି । ହୋଇଥିବା ମାମଲାର ସାମ୍ନା କରିବି । ଅଧିକ ପଢନ୍ତୁ

ଦେଇଥିବା ମନ୍ତବ୍ୟ ବାରମ୍ବାର ଦୋହରାଇବି
ଦେଇଥିବା ମନ୍ତବ୍ୟ ବାରମ୍ବାର ଦୋହରାଇବି
author img

By ETV Bharat Odisha Team

Published : Sep 4, 2023, 8:40 PM IST

ଚେନ୍ନାଇ: ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ଡିଏମକେ ସମେତ କଂଗ୍ରେସ ଓ ନବଗଠିତ ଇଣ୍ଡିଆ ମେଣ୍ଟକୁ କ୍ରମାଗତ ଶାଣିତ ଟାର୍ଗେଟ କରିବାରେ ଲାଗିଛି । କଂଗ୍ରେସ କାହିଁକି ଏହି ବୟାନକୁ ଏବେ ପର୍ଯ୍ୟନ୍ତ ନିନ୍ଦା କରୁନାହିଁ ବୋଲି ବିଜେପି ବାରମ୍ବାର ଅଭିଯୋଗ କରୁଛି । ଏହାରି ମଧ୍ୟରେ ଭିନ୍ନ ଢଙ୍ଗରେ ନିଜ ସପକ୍ଷରେ ସଫେଇ ରଖିଛନ୍ତି ଉଦୟାନିଧି । ଉଦୟାନିଧି କହିଛନ୍ତି, ସେ ସନାତନ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟ ବାରମ୍ବାର ଦୋହରାଇବେ । ସେ ସନାତନ ଧର୍ମ ବିରୋଧରେ ନୁହେଁ ବରଂ ସନାତନ ଧର୍ମରେ ଥିବା ଜାତିପ୍ରଥା ସମ୍ପର୍କରେ କହିଥିଲେ ।

  • Thoothukudi, Tamil Nadu | Tamil Nadu Minister Udhayanidhi Stalin says, “Day before yesterday I spoke at a function about it (Sanatana Dharma). Whatever I said, I'll repeat the same thing again and again...I included all the religions and not just Hindus...I spoke condemning the… pic.twitter.com/kpY13KBIZd

    — ANI (@ANI) September 4, 2023 " class="align-text-top noRightClick twitterSection" data=" ">

ଦେଶବ୍ୟାପୀ ବିଜେପି ଓ ଦକ୍ଷିଣପନ୍ଥୀ ସଂଗଠନମାନଙ୍କର ପ୍ରବଳ ବିରୋଧ ଓ ରାଜନୈତିକ ବୟାନବାଜୀ ମଧ୍ୟରେ ଉଦୟାନିଧି ଆଜି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,‘‘ ମୁଁ ଉକ୍ତ କାର୍ଯ୍ୟକ୍ରମରେ ସନାତନ ଧର୍ମ ସମ୍ପର୍କରେ ଯାହା କହିଥିଲି, ବାରମ୍ବାର ଦୋହରାଇବି । ମୁଁ କେବଳ ଜାତିପ୍ରଥାକୁ ବିରୋଧ କରି ଏକଥା କହିଥିଲି । କେବଳ ହିନ୍ଦୁ ଧର୍ମକୁ ନୁହେଁ ବରଂ ସମସ୍ତ ଧର୍ମରେ ଥିବା ଜାତିପ୍ରଥାକୁ ନିନ୍ଦା କରି ଏପରି କହିଥିଲି । ମୋ କହିବାର ଉଦ୍ଦେଶ୍ୟ ମାତ୍ର ସେତିକି ଥିଲା । ମୋ ବିରୋଧରେ ଯାହା ମାମଲା ହୋଇଛି, ତାହା ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ବିଜେପି ଏବେ ‘ଇଣ୍ଡିଆ’ ମେଣ୍ଟ ଗଠନ ଦେଖି ଭୟଭୀତ ହୋଇପଡିଛି । ଭୟଭୀତ ହେବା କାରଣରୁ ସେମାନେ ଏପରି ପ୍ରସଙ୍ଗ ଉଠାଉଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ, ନୀତିଶ କୁମାର ଓ ଅନ୍ୟମାନେ ମଧ୍ୟ ମତ ରଖନ୍ତୁ ବୋଲି ବିଜେପି ଚାହୁଁଛି । ’’

ଏହା ମଧ୍ୟ ପଢନ୍ତୁ:-Udhayanidhi controversy: ନେତା ସ୍ଥିର ହୋଇନି, କିନ୍ତୁ ସନାତନ ଧର୍ମ ବିରୋଧୀ ନୀତି ସ୍ଥିର କରିସାରିଲାଣି ଘମଣ୍ଡିଆ ମେଣ୍ଟ’

ତେବେ ଏହି ପ୍ରସଙ୍ଗରେ ଷ୍ଟାଲିନଙ୍କ ନାମରେ ଗତକାଲିଠାରୁ ଏତଲା ଦାଏର ହୋଇଛି । ଆଜି ଉତ୍ତର ଭାରତର କିଛି ସ୍ଥାନରେ ମଧ୍ୟ କୋର୍ଟରେ ମାମଲା ଦାଏର ହୋଇଥିବା ସୂଚନା ଆସିଛି । ଭାରତୀୟ ଜନତା ପାର୍ଟି, ଏନଡିଏ ସହଯୋଗୀ ଦଳ ଓ ହିନ୍ଦୁ ସଂଗଠନମାନେ ଏହି ପ୍ରସଙ୍ଗରେ ଷ୍ଟାଲିନ ଓ ତାଙ୍କ ଦଳ ଡିଏମକେକୁ କଡା ଟାର୍ଗେଟ କରି ହିନ୍ଦୁ ବିରୋଧୀ ବୋଲି କହିଛନ୍ତି । ଇଣ୍ଡିଆ ମେଣ୍ଟ ହିନ୍ଦୁ ଧର୍ମକୁ ଅପମାନିତ କରିବାରେ ଲାଗିଥିବା ରାଜସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିସାରିଛନ୍ତି ।

ଇଣ୍ଡିଆ ମେଣ୍ଟରେ କଂଗ୍ରେସ ସମେତ ଅନ୍ୟ ସହଯୋଗୀ ଦଳର ଏକାଧିକ ନେତା ମଧ୍ୟ ସନାତନ ଧର୍ମ ଉପରେ ଅପମାନଜନକ ଟିପ୍ପଣୀ ରଖିସାରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଇଣ୍ଡିଆ ମେଣ୍ଟ କ୍ଷମା ମାଗିବା ଉଚିତ ଓ କଂଗ୍ରେସ ମଧ୍ୟ ଡିଏମକେର ହାତ ଛାଡିବା ଉଚିତ ବୋଲି ବିଜେପିର ଏକାଧିକ ନେତା ଟାର୍ଗେଟ କରିଥିବା ବେଳେ କଂଗ୍ରେସ କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.