ETV Bharat / bharat

ଜୀବନ ଥିବା ଯାଏଁ ରାଜନୀତି କରିବି: କମଲ୍ ହାସନ୍

ନିକଟରେ ସରିଛି ତାମିଲନାଡୁର ବିଧାନସଭା ନିର୍ବାଚନ । ନିର୍ବାଚନରେ ଗୋଟିଏ ବି ଆସନ ହାତେଇବାରେ ବିଫଳ ହୋଇଛି କମଲ ହାସନଙ୍କ ଏମଏନଏମ ଦଳ । ଅଧିକ ପଢନ୍ତୁ...

author img

By

Published : May 25, 2021, 9:35 AM IST

କମଲ୍ ହାସନ୍
କମଲ୍ ହାସନ୍

ଚେନ୍ନାଇ: ନିକଟରେ ସରିଛି ତାମିଲନାଡୁର ବିଧାନସଭା ନିର୍ବାଚନ । ନିର୍ବାଚନରେ ଗୋଟିଏ ବି ଆସନ ହାତେଇବାରେ ବିଫଳ ହୋଇଛି କମଲ ହାସନଙ୍କ ଏମଏନଏମ ଦଳ । ସମ୍ପୁର୍ଣ୍ଣ ଭୋଟର ମାତ୍ର 2.5 ପ୍ରତିଶତ ଭୋଟର ଯୋଗଦାନ ଦେଇଛି ଏହି ଦଳ । ଏହାପରେ ଅନେକ ମୁଖ୍ୟ ଦଳ ଛାଡି ଚାଲିଯାଇଛନ୍ତି ।

ଏମଏନଏମ ଉପାଧ୍ୟକ୍ଷ ଆର.ମହେନ୍ଦ୍ରନ, ଜେନେରାଲ ସେକ୍ରେଟାରୀ ସନ୍ତୋଷ ବାବୁ, ଏଜି ମୌର୍ଯ୍ୟା, ଥଙ୍ଗାଭେଲ୍ ଉମାଦେବୀ, ସେକର, ସୁରେଷ ଆୟର, ସିକେ କୁମାରଭେଲ୍ ଦଳ ଛାଡିଛନ୍ତି । ତେବେ ଏହା ପରେ କମଲ୍ ହାସନ ମଧ୍ୟ ରାଜନୀତି ଛାଡିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏହି ସମସ୍ତ ଚର୍ଚ୍ଚାର ଅନ୍ତ କରିଛନ୍ତି ସେ । ଏକ ଭିଡିଓ ଜାରି କରି ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ‘ଗୋଟିଏ ନିର୍ବାଚନର ପରାଜୟ ମତେ ଦୁର୍ବଳ କରିପାରିବନି । ମୁଁ ଜୀବନ ଥିବା ଯାଏଁ ରାଜନୀତି କରିବ । ମକ୍କଲ ନିଧି ମୈଅମ ସର୍ବଦା ସାଥିରେ ଅଛି । କିଛି ନିଜ ସ୍ବାର୍ଥ ପାଇଁ ଦଳକୁ ଆସିଥିଲେ । କିନ୍ତୁ ଆଗକୁ ସେମିତି ହେବ ନାହିଁ । ସମସ୍ତେ ଦଳର ପରିବର୍ତ୍ତନର ରୂପ ଦେଖିବେ । କେହି ଆମ ଯାତ୍ରାକୁ ଅଟକାଇ ପାରିବେ ନାହିଁ ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.