ETV Bharat / bharat

Goa Assembly Polls: ମନୋହର ପାରିକରଙ୍କ ପୁଅ ନେଲେ ବଡ ନିଷ୍ପତ୍ତି, ବଢିଲା BJP ଟେନସନ୍

author img

By

Published : Jan 21, 2022, 7:51 PM IST

Updated : Jan 21, 2022, 8:00 PM IST

ଗୋଆର ପାଣାଜି ଆସନରୁ ଟିକଟ ନ ମିଳିବାରୁ ନିଜ ଦମରେ ସ୍ବାଧୀନ ଭାବରେ ଲଢିବା ପାଇଁ ଘୋଷଣା କରିଛନ୍ତି ଉତ୍ପଳ ପାରିକର । ଅଧିକ ପଢନ୍ତୁ

Goa Assembly Poll 2022: ପାଣାଜିରୁ ସ୍ବାଧୀନ ଭାବରେ ଲଢିବେ ଉତ୍ପଳ ପାରିକର

ପାଣାଜି: ବିଜେପି ନେତୃତ୍ବ ନିକଟରେ ମୁଣ୍ଡ ନୁଆଁଇବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର (Utpal Parrikar son of Manohar Parikar) । ସ୍ବାଧୀନ ଭାବରେ ନିଜ ଦମରେ ଲଢିବେ ନିର୍ବାଚନ । ନିଜେ ଚାହୁଁଥିବା ପାଣାଜି ଆସନରୁ ଲଢିବେ ନିର୍ବାଚନ । ଏନେଇ ଆଜି ଘୋଷଣା କରିଛନ୍ତି ଉତ୍ପଳ ପାରିକର।

ଚଳିତ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ବେଶ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ଗୋଆର ପାଣାଜି ଆସନରୁ ଟିକଟ ନ ମିଳିବାରୁ ନିଜ ଦମରେ ସ୍ବାଧୀନ ଭାବରେ ଲଢିବା ପାଇଁ ଘୋଷଣା କରିଛନ୍ତି ଉତ୍ପଳ ପାରିକର । ଚଳିତ ଗୋଆ ବିଧାନସଭା ନିର୍ବାଚନର ଗୋଆର ପାଣାଜି ଆସନରେ ବିଧାନସଭା ନିର୍ବାଚନ ଲଢିବା ନେଇ ଦାବି କରି ଆସୁଛନ୍ତି ଉତ୍ପଳ ପାରିକର । ସେ ଏନେଇ ଦଳୀୟ ନେତୃତ୍ବ ନିକଟରେ ମଧ୍ୟ ଦାବି ରଖିଥିଲେ।

ତେବେ ପାଣାଜି ଆସନରେ ବିଧାୟକ ଥିବା ଆଟୋନାସିଓ ମନୋସେରେଟ (Atanasio Monserrates ) ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ବର୍ତ୍ତମାନ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ପାଣାଜି ଆସନରୁ ଘୋଷଣା କରିସାରିଛି ବିଜେପି। ତେବେ ଏ ଭଳି ସ୍ଥିତିରେ ଦଳୀୟ ନେତୃତ୍ବ ନିକଟରେ ନିଜ ଜିଦରେ ଅଟଳଥିବା ଉତ୍ପଳ ପାରିକର ବର୍ତ୍ତମାନ ପାଣାଜି ଆସନରେ ସ୍ବାଧୀନ ଭାବରେ ଓହ୍ଲାଇବା ପାଇଁ ଘୋଷଣା କରିଛନ୍ତି। ତେବେ ବିଜେପି ନେତୃତ୍ବ ମଧ୍ୟ ଉତ୍ପଳ ପାରିକରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ବିଜେପି ନେତା ତଥା ଗୋଆ ଦାୟିତ୍ବରେ ଥିବା ଦେବେନ୍ଦ୍ର ଫଡନାଭିସ ବିଜେପି ମନୋହର ପାକିକରଙ୍କୁ ଉପଯୁକ୍ତ ସ୍ଥାନ ଦେଇଥିଲା ବୋଲି କହିଥିଲେ ।

ସୂଚନାଥାଉକି ୧୯୯୪ ରୁ କ୍ରମାଗତ ଭାବରେ ପାଣାଜି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଆସୁଥିଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର। ପାଣାଜି ଆସନରେ ପିତାଙ୍କ ଥିବା ସମର୍ଥନକୁ କେନ୍ଦ୍ର କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଚେଷ୍ଟା କରୁଛନ୍ତି ଉତ୍ପଳ ପାରିକର। ସୂଚନାଥାଉକି ୪୦ ଆସନ ବିିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ଆସନ୍ତା ଫେବୃୟାରୀ ୧୪ ରେ ଅନୁଷ୍ଠିତ ହେବ।

@ANI

Last Updated : Jan 21, 2022, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.