ETV Bharat / bharat

ନୂଆ ଶିବସେନା ଗଢ଼ିବେ କହିଲେ ଉଦ୍ଧବ ଠାକରେ

author img

By

Published : Jun 24, 2022, 9:38 PM IST

ମୁଁ ଏକ ନୂଆ ଶିବସେନା ତିଆରି କରିବାକୁ ଚାହୁଁଛି । ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମୟରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅଧିକ ପଢ଼ନ୍ତୁ

ମୁଁ ନୂଆ ଶିବସେନା ଗଢ଼ିବି କହିଲେ ଉଦ୍ଧବ ଠାକରେ

ମୁମ୍ବାଇ: "ମୁଁ ଏକ ନୂଆ ଶିବସେନା ତିଆରି କରିବାକୁ ଚାହୁଁଛି ।" ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମୟରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଦୁଇ ବର୍ଷ ୬ ମାସ କାଳ ମହା ବିକାଶ ଅଘାଡି ସରକାର ମହାରାଷ୍ଟ୍ରରେ ଶାସନ କରିବା ପରେ ବର୍ତ୍ତମାନ ତୁଙ୍ଗ ନେତା ଏକନାଥ ସିନ୍ଦେ ବିଦ୍ରୋହ ଆରମ୍ଭ କରିଛନ୍ତି । ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ନେଇ ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

ସପେଟ ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଆକ୍ସନ ମୋଡ୍‌ ଆସିଛି । ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି ହୋଇଛି । ମହାରାଷ୍ଟ୍ରରେ ସରକାର ବଞ୍ଚାଇବାକୁ ସମସ୍ତ ପ୍ରକାର ବାଟ ଆପଣାଉଛନ୍ତି ଉଦ୍ଧବ ଠାକ୍‌ରେ । ଶୁକ୍ରବାର ସମସ୍ତ ଜିଲ୍ଲା ସଭାପତିଙ୍କୁ ସେ ଏକ ବୈଠକ କରିଥିଲେ । ଏହି ବୈଠକରେ ଆଦିତ୍ୟ ଠାକ୍‌ରେ ମଧ୍ୟ ଉପସ୍ଥିତ ରହିଥିଲେ । ବୈଠକରେ ସମସ୍ତ କର୍ମୀଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ଉଦ୍ଧବ ଠାକ୍‌ରେ ।

ବୈଠକରେ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, "ମୋ ପ୍ରତି ଭଲ ପାଇବା ଦେଖାଇବାକୁ ମୁଁ କହୁନାହିଁ । ଯଦି ଆପଣମାନେ ଯିବାକୁ ଚାହୁଁଛନ୍ତି ତେବେ ଯାଆନ୍ତୁ । ମୁଁ କାହାକୁ କାହାକୁ ବ୍ଲାକ୍‌ମେଲ୍‌ କରୁନାହିଁ କି ମୋ ପ୍ରତି ସମବେଦନା ଜଣାଇବାକୁ କହୁନାହିଁ । ଆପଣ ଯିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଯାଆନ୍ତୁ । ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି, ମୁଁ ନୂଆ ଶିବସେନା ତିଆରି କରିବାକୁ ଚାହୁଁଛି । ଯଦି ଆପଣ ଜିଦି ତେବେ ତାହାଲେ ମୋ ସହ ରୁହନ୍ତୁ । ନହେଲେ ଦୂରେଇ ଯାଆନ୍ତୁ । ଆପଣମାନେ ସେହି ବିଜେପି ସହ ଯିବାକୁ ଚାହୁଁଛନ୍ତି ଯିଏ କୂଟନୀତି କରି କେବଳ ଅଭିଯୋଗ କରିବା ଶିଖିଛି ।"

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.