ETV Bharat / bharat

ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ପଚରାଉଚୁରା - ଆୟକର ବିଭାଗର ରବର୍ଟ ଭଦ୍ରାଙ୍କୁ ପଚରା ଉଚୁରା

ବେନାମି ସମ୍ପତ୍ତି ଘଟଣାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚୁରା କରୁଛନ୍ତି । ଅଧିକ ପଢନ୍ତୁ...

ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ପଚରା ଉଚୁରା
ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ପଚରା ଉଚୁରା
author img

By

Published : Jan 4, 2021, 4:43 PM IST

ନୂଆଦିଲ୍ଲୀ : ବେନାମି ସମ୍ପତ୍ତି ଘଟଣାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚୁରା କରୁଛନ୍ତି । ଏହି ଘଟଣାରେ ଆୟକର ବିଭାଗ ରୋବର୍ଟ ଭଦ୍ରାଙ୍କୁ ନୋଟିସ ପଠାଇଥିଲେ, କିନ୍ତୁ ସେ ଆୟକର କାର୍ଯ୍ୟାଳୟରେ ପହଞ୍ଚି ନଥିଲେ । ଏହା ପରେ ଅଫିସର ସିଧା ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କ ବୟାନ ରେକର୍ଡ କରାଯାଉଛି ।

ଆୟକର ବିଭାଗ ସୂତ୍ରରୁ ଜଣାପଡିଛି, ସାଉଥ ଇଷ୍ଟ ଦିଲ୍ଲୀସ୍ଥିତ ସୁଖଦେବ ବିହାର ଠାରେ ଥିବା କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରାଯାଉଛି । ସୂତ୍ରରୁ ଜଣାପଡିଛି ଯେ, ଆୟକର ବିଭାଗର ଟିମ ରବର୍ଟ ଭଦ୍ରାଙ୍କୁ ବିକାନେର ଏବଂ ଫରିଦାବାଦ ଜମି ଦୁର୍ନୀତି ବିଷୟରେ ପଚରାଉଚୁରା କରୁଛି ।

ରବର୍ଟ ଭଦ୍ରା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜ୍ବାଇଁ । କୁହାଯାଉଛି ଯେ, ରବର୍ଟ ଭଦ୍ରା କୋରୋନା ମହାମାରୀ କାରଣରୁ ଆୟକର ବିଭାଗର ଯାଞ୍ଚରେ ସାମିଲ ହୋଇ ପାରି ନଥିଲେ । ଆୟକର ବ୍ୟତୀତ ତାଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ମନି ଲଣ୍ଡରିଂ କେସର ଯାଞ୍ଚ କରୁଛି ।

ରବର୍ଟ ଭଦ୍ରା ଉପରେ ଲଣ୍ଡନସ୍ଥିତ ସମ୍ପତ୍ତି କିଣିଥିବା ନେଇ ମନି ଲଣ୍ଡରିଂର ଅଭିଯୋଗ ରହିଛି । ଭଦ୍ରା ଉପରେ ବ୍ରାୟନସ୍ଟନ ସ୍କୋୟାର ଠାରେ 109 ମିଲିୟନ ପାଉଣ୍ଡ ମୂଲ୍ୟର ଘର କିଣିଥିବାର ଅଭିଯୋଗ ରହିଛି । ସେ ଏବେ ଅଗ୍ରିମ ବେଲରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.