ETV Bharat / bharat

ମୋଦିଙ୍କ ଗ୍ୟାରେଣ୍ଟି, ଭାରତ ହେବ ବିଶ୍ବର ତୃତୀୟ ଶ୍ରେଷ୍ଠ ଅର୍ଥନୀତି - ମୋଦି ଗ୍ୟାରେଣ୍ଟି

PM Modi on Gujarat Global Summit: ଭାରତ ହେବ ବିଶ୍ବର ତୃତୀୟ ଶ୍ରେଷ୍ଠ ଅର୍ଥ ବ୍ୟବସ୍ଥା। ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିକ କରି ଏହି ଗ୍ୟାରେଣ୍ଟି ଦେଲେ ମୋଦି। ଅଧିକ ପଢନ୍ତୁ

ଭାରତ ହେବ ବିଶ୍ବର ତୃତୀୟ ଶ୍ରେଷ୍ଠ ଅର୍ଥ ବ୍ୟବସ୍ଥା
Modi on Gujarat Global Summit
author img

By ETV Bharat Odisha Team

Published : Jan 10, 2024, 2:21 PM IST

ଗାନ୍ଧୀନଗର: ବର୍ତ୍ତମାନ ଭାରତ ହେଉଛି ବିଶ୍ବର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା । 10 ବର୍ଷ ପୂର୍ବେ ଭାରତ 11ତମ ସ୍ଥାନରେ ରହିଥିଲା । ଆଗକୁ ଭାରତ ବିଶ୍ୱର ଶ୍ରେଷ୍ଠ ତୃତୀୟ ଅର୍ଥ ବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇବ । ଏଜେନ୍ସିଗୁଡ଼ିକ ଏଭଳି ଆକାଳନ କରିଥିବା ନେଇ ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିନ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମୋର ଗ୍ୟାରେଣ୍ଟି ବୋଲି ମୋଦି କହିଛନ୍ତି । ଯେତେବେଳେ ବିଶ୍ୱ ଅନେକ ଅନିଶ୍ଚିତତା ଘେରରେ ରହିଛି, ସେତେବେଳେ ଭାରତ ବିଶ୍ବରେ ଏକ ନୂଆ ଆତ୍ମବିଶ୍ବାସର କିରଣ ଭାବେ ଉଭା ହୋଇଥିବା କହିଠଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH गांधीनगर: वाइब्रेंट गुजरात समिट को संबोधित करते हुए PM मोदी ने कहा, "भारत की आजादी के 75 साल पूरे हुए हैं और अब भारत अगले 25 वर्षों के लक्ष्य पर काम कर रहा है। जब भारत अपनी आजादी के 100 वर्ष मनाएगा तब तक हमने भारत को विकसित बनाने का लक्ष्य रखा है। यह 25 साल का कार्यकाल… pic.twitter.com/XJSz3cXW7l

    — ANI_HindiNews (@AHindinews) January 10, 2024 " class="align-text-top noRightClick twitterSection" data=" ">

ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ସ୍ବାଧୀନ ହେବାର 75 ବର୍ଷ ପୂରଣ କରିଛି । ବର୍ତ୍ତମାନ ଭାରତ ଆସନ୍ତା 25 ବର୍ଷକୁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଛି । ଭାରତ ସ୍ବାଧୀନତା ହେବାକୁ 100 ବର୍ଷ ହେବା ଭିତରେ ଆମେ ଭାରତକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଏହି 25 ବର୍ଷର କାର୍ଯ୍ୟ ଭାରତ ପାଇଁ ଅମୃତକାଳ। ଏହି ଅମୃତକାଳରେ ଗୁଜୁରାଟରେ ଏହା ପ୍ରଥମ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ହେଉଛି। ତେଣୁ ଏହାର ମହତ୍ତ୍ବ ଆହୁରି ବୃଦ୍ଧି ପାଇଛି । "

  • #WATCH | At the Vibrant Gujarat Global Summit 2024 in Gandhinagar, PM Narendra Modi says, "Today, India is the fifth largest economy in the world. 10 years ago, India was on the 11th position. Today, all major agencies estimate that India will be in the top three economies of the… pic.twitter.com/5woR7xVK0s

    — ANI (@ANI) January 10, 2024 " class="align-text-top noRightClick twitterSection" data=" ">

UAE ରାଷ୍ଟ୍ରପତିଙ୍କୁ ନେଇ ମୋଦିଙ୍କ ମନ୍ତବ୍ୟ: ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ଯୋଗଦେଇଛନ୍ତି UAE(ସଂଯୁକ୍ତ ଆରବ ଏମିରେଟ୍ସ) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ । ଏନେଇ ମୋଦି କହିଛନ୍ତି,"ୟୁଏଇ ରାଷ୍ଟ୍ରପତି ଆମର ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅତ୍ୟନ୍ତ ଖୁସିର ବିଷୟ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ତାଙ୍କ ଉପସ୍ଥିତି ଦିନକୁ ଦିନ ଭାରତ-ୟୁଏଇ ସଂପର୍କ ମଜଭୁତ ହୋଇଥିବା ଦର୍ଶାଉଛି ।

ଏହା ମଧ୍ୟ ପଢନ୍ତୁ: ନରେନ୍ଦ୍ର ମୋଦି ସବୁଠୁ ସଫଳ ପ୍ରଧାନମନ୍ତ୍ରୀ: ମୁକେଶ ଅମ୍ବାନୀ

ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ଥିମ୍: ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ 20 ବର୍ଷ ପୂର୍ତ୍ତି ହୋଇଛି । ନୂତନ ଏବଂ ଉନ୍ନତ ଚିନ୍ତାଧାରାକୁ ପ୍ରତିପାଦିତ କରିବା ପାଇଁ 20 ବର୍ଷ ଧରି ଏହି ସମ୍ମିଳନୀ ଏକ ପ୍ଲାଟଫର୍ମ ଦେଇଛି । ଏହା ପୁଞ୍ଜିବିନିଯୋଗ ଏବଂ ରିଟର୍ଣ୍ଣ ପାଇଁ ଏକ ପ୍ରକାର ଗେଟଓ୍ବେ ସାଜିଛି। ଚଳିତବର୍ଷ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ଥିମ୍ ହେଉଛି 'Gateway to the Future'। ଆମର ମିଳିତ ପ୍ରୟାସ ଦ୍ବାରା ହିଁ ଏକବିଂଶ ଶତାବ୍ଦୀର ଭବିଷ୍ୟତ ଉଜ୍ବଳ ହେବ । ଜି-20 ଅଧ୍ୟକ୍ଷତା କରି ଭାରତ ବୈଶିକ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି । ଏହି ସମ୍ମିଳନୀରେ ମଧ୍ୟ ଆମେ ସମାନ ମୁଦ୍ଦା ନେଇ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି ଆହୁରି ମଧ୍ୟ କହିଛନ୍ତି, "ବିଶ୍ବ ମିତ୍ରର ଭୂମିକାରେ ଭାରତ ଆଗକୁ ବଢିଛି । ଆମେ ସାଧାରଣ ଲକ୍ଷ୍ୟ ସ୍ଥିର କରିପାରିବା ଏବଂ ଆମର ଲକ୍ଷ୍ୟ ହାସଲ କରିପାରିବା.. ଭାରତକୁ ଏଭଳି ଆତ୍ମବିଶ୍ବାସ ଦେଇଛି ଭାରତ । ବିଶ୍ୱର କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତା, ଭାରତର ବିଶ୍ୱସ୍ତତା, ଭାରତର ପ୍ରୟାସ ଏବଂ ଭାରତର କଠିନ ପରିଶ୍ରମ ଆଜିର ବିଶ୍ୱକୁ ଅଧିକ ସୁରକ୍ଷିତ ଏବଂ ସମୃଦ୍ଧ କରିପାରିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.