ETV Bharat / bharat

Online betting: ବେଟିଂ ସମ୍ପର୍କିତ ବିଜ୍ଞାପନ ରୋକିବା ପାଇଁ ଗାଇଡଲାଇନ ଜାରି କଲା ସୂଚନା ପ୍ରସାରଣ ମନ୍ତ୍ରଣାଳୟ

ଅନଲାଇନ ବେଟିଂ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ସମସ୍ତ ଗଣମାଧ୍ୟମ ସଂସ୍ଥାକୁ ଏହି ସମ୍ପର୍କିତ ବିଜ୍ଞାପନ ରୋକିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

author img

By

Published : Jun 13, 2022, 7:51 PM IST

online betting: ବେଟିଂ ସମ୍ପର୍କିତ ବିଜ୍ଞାପନ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ସୂଚନା ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅନଲାଇନ ବେଟିଂ ବିଜ୍ଞାପନ ରୋକିବା ନେଇ ନିର୍ଦ୍ଦେଶାବଳୀ ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ସମସ୍ତ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ସଂକ୍ରାନ୍ତୀୟ ବିଜ୍ଞାପନକୁ ରୋକିବା ଓ ପ୍ରସାରଣ ନକରିବା ପାଇଁ ଜାରି ଗାଇଡଲାଇନରେ କୁହାଯାଇଛି । ମୁଖ୍ୟସ୍ରୋତ ଗଣମାଧ୍ୟମ ବ୍ୟତୀତ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏପରି ଅନେକ ବଜ୍ଞାପନ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଏହି ସବୁ ଫର୍ମାଟରେ ଅନଲାଇନ ବେଟିଂ ନେଇ ଏକାଧିକ ଓ୍ବେବସାଇଟ ମଧ୍ୟ ଉପଲବ୍ଧ ହେଉଛି । ଯେଉଁଥି ପାଇଁ ଏପରି ବେଟିଂ କାର୍ଯ୍ୟକଳାପ ବଢିବାରେ ଲାଗିଛି ବୋଲି ମନ୍ତ୍ରଣାଳୟ କହିଛି ।

ଖେଳରେ ବେଟିଂ କିମ୍ବା ଜୁଆ ଦେଶର ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରାଯାଇଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଓ ମୁଖ୍ୟସ୍ରୋତ ଗଣମାଧ୍ୟରେ ପ୍ରଚାର ପ୍ରସାର ମଧ୍ୟ ବଢିବାରେ ଲାଗିଛି । ଏପରି ସ୍ଥଳେ ଅନଲାଇନ ବେଟିଂ ବିଜ୍ଞାପନ ଏପରି କାର୍ଯ୍ୟକୁ ପୁଣି ପ୍ରୋତ୍ସାହନ ଯୋଗାଇବାରେ ଲାଗିଛି । ବିଶେଷ ଭାବେ ଯୁବପୁଢି ଓ ଛାତ୍ରଛାତ୍ରୀ ଏହା ଦ୍ବାରା ପ୍ରଭାବିତ ହେବାର ସର୍ବାଧିକ ଆଶଙ୍କା ରହିଛି ।

ଆଜି ଜାରି ନିର୍ଦ୍ଦେଶନାମାରେ ଏହି ସବୁ ଅନଲାଇନ ବେଟିଂ ବିଜ୍ଞାପନ 2019 ଗ୍ରାହକ ସୁରକ୍ଷା ଅଧିନିୟମ (Consumer Protection Act-2019) ଓ କେବୁଲ ଟେଲିଭିଜନ ରେଗୁଲେସନ ଆକ୍ଟ-1978 ଓ ପ୍ରେସ କାଉନସିଲ ଆକ୍ଟ ଆଦିର ପ୍ରତ୍ୟେକ୍ଷ ଉଲଙ୍ଘନ ବୋଲି ମନ୍ତ୍ରଣାଳୟ ଦର୍ଶାଇଛି । ତେଣୁ ଏପରି ବେଟିଂ ବିଜ୍ଞାପନ ରୋକିବା ପାଇଁ ସମସ୍ତ ଗଣମାଧ୍ୟମ ସଂସ୍ଥା ତତ୍ପରତା ପ୍ରକାଶ କରନ୍ତୁ ବୋଲି ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.