ETV Bharat / bharat

ହାଇଦ୍ରାବାଦ ପୋଲିସର ସଫଳତା, 3 ଘଣ୍ଟାରେ ଅପହରଣ ବ୍ୟକ୍ତିଙ୍କୁ କଲା ଉଦ୍ଧାର - ତେଲେଙ୍ଗାନା ଅପହରଣକାରୀ

ତେଲେଙ୍ଗାନାରେ ମାତ୍ର 3 ଘଣ୍ଟା ମଧ୍ୟରେ ଅପହରଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ହାଇଦ୍ରାବାଦ ପୋଲିସ । ଅଧିକ ପଢନ୍ତୁ...

3 ଘଣ୍ଟାରେ ଅପହରଣ ବ୍ୟକ୍ତିଙ୍କୁ ଉଦ୍ଧାର କଲା ହାଇଦ୍ରାବାଦ ପୋଲିସ

author img

By

Published : Feb 27, 2021, 9:54 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଅପହରଣ ହୋଇଥିବା ଜଣେ ବ୍ୟବସାୟୀଙ୍କୁ ହାଇଦ୍ରାବାଦ ପୋଲିସ ମାତ୍ର 3 ଘଣ୍ଟାରେ ଉଦ୍ଧାର କରିଛି । ଏହାସହିତ ଘଟଣାରେ ଜଡିତ ଥିବା 4 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ଅପହରଣ ହୋଇଥିବା ବ୍ୟକ୍ତି ହେଉଛନ୍ତି ବଞ୍ଜାରା ହିଲ୍ସର ଅଧିବାସୀ ଅମରନାଥ ରେଡ୍ଡି । ଅପହରଣକାରୀମାନେ ତାଙ୍କ ବାସଭବନରୁ ଗୁରୁବାର ଦିନ ଅପହରଣ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହିତ ଅପହରଣକାରୀଙ୍କ ବେଶ ପୋଷାକ ସମ୍ବନ୍ଧରେ ପୋଲିସକୁ ଅବଗତ କରାଇଥିଲେ । ଅମରନାଥଙ୍କ ପତ୍ନୀ କେ କଳ୍ପନା ରେଡ୍ଡିଙ୍କ କହିବା ଅନୁଯାୟୀ, ଅପହରଣକାରୀମାନେ 4 ଲକ୍ଷ ଟଙ୍କା ମାଗିଥିଲେ । ସେମାନଙ୍କ ଦ୍ବାରା ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ସନ୍ଧ୍ୟା 5ଟା ସୁଦ୍ଧା ଟଙ୍କା ପୈଠ କରିବାକୁ ସେମାନେ ବାଧ୍ୟ କରିଥିଲେ । ତେବେ ଟଙ୍କା ପୈଠ ନ ହେଲେ ସେମାନେ ଅମରନାଥଙ୍କୁ ଚେନ୍ନାଇ ନେଇ ସେଠାରେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହାପରେ ପୋଲିସ ଏକ ସ୍ବତନ୍ତ୍ର ଦଳ ଗଠନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ପୋଲିସ ଅପହରଣକାରୀଙ୍କ ଦ୍ବାରା ଦାବି କରାଯାଇଥିବା ଟଙ୍କାକୁ ଯୋଗାଡ କରି କଳ୍ପନାଙ୍କ ମୋବାଇଲରୁ ଅପହରଣକାରୀଙ୍କ ନିକଟକୁ ପଠାଇଥିଲେ । ତେବେ ଅପହରଣକାରୀମାନେ ଟଙ୍କା ନେଇ ସନ୍ଧ୍ୟା 6ଟା 30 ମିନିଟରେ ବଞ୍ଜାରା ହିଲ୍ସ ନିକଟକୁ ଆସିବାକୁ କହିଥିଲେ । ଏହି ସମୟରେ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଏହି ଘଟଣାରେ 4 ଅପହରଣକାରୀ ଭି କୁମାର ଗୁରୁ, ପଲୁରୁ ଲୋକେଶ କୁମାର, ଏଶ ଜଗଦିଶ ଓ ପିକେ ଗଣେଶ କୁମାରଙ୍କୁ ପୋଲିସ ଗିରଫ କରିଥିବା ହାଇଦ୍ରାବାଦ ସିଟି ପୋଲିସ କମିଶନର ଅଞ୍ଜନୀ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.