ETV Bharat / bharat

Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଯୁବତୀ, ପ୍ରାଣ ହରାଇଥିଲେ 9 ଜଣ - ଆମେରିକାରେ ଭାରତୀୟ ଯୁବତୀ ମୃତ

ଆମେରିକା ଟେକ୍ସାସ ଗୁଳିକାଣ୍ଡରେ ଭାରତୀୟ ଯୁବତୀ ମୃତ । ଗତ ଦୁଇ ବର୍ଷ ତଳେ ହାଇଦ୍ରାବାଦରୁ ଯାଇଥିଲେ ଆମେରିକା । ଶନିବାର ଗୁଳିକାଣ୍ଡରେ ଯାଇଥିଲା ମୋଟ 9ଜଣଙ୍କ ଜୀବନ । ଅଧିକ ପଢନ୍ତୁ

Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଯୁବତୀ, ପ୍ରାଣ ହରାଇଥିଲେ 9 ଜଣ

author img

By

Published : May 8, 2023, 4:11 PM IST

Updated : May 8, 2023, 4:52 PM IST

ହାଇଦ୍ରାବାଦ: ଆମେରିକା ଟେକ୍ସାସର ଶନିବାର ଏକ ସପିଂମଲ ଗୁଳିକାଣ୍ଡ ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଭାରତୀୟ ଯୁବତୀ । ହାଇଦ୍ରାବାଦର 27 ବର୍ଷୀୟା ଐଶ୍ବର୍ଯ୍ୟା ଥାତିକୋଣ୍ଡା ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି । ଐଶ୍ବର୍ଯ୍ୟା ସେଠାରେ ଏକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଏହି ଗୁଳିକାଣ୍ଡରେ ମୋଟ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ । ଐଶ୍ବର୍ଯ୍ୟାଙ୍କର ଘର ହାଇଦ୍ରାବାଦର ସାସୁରନଗରରେ । ତାଙ୍କ ପରିବାର ହାଇଦ୍ରାବାଦରେ ଥିବା ବେଳେ ସେ ଗତ 2 ବର୍ଷ ତଳେ ଆମେରିକା ଯାଇ ସେଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ।

ଶନିବାର ଅପରାହ୍ନରେ ଐଶ୍ବର୍ଯ୍ୟା ତାଙ୍କର ଜଣେ ବନ୍ଧୁଙ୍କ ସହ ଉକ୍ତ ସପିଂମଲ୍‌କୁ ଯାଇଥିଲେ । ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ଅତର୍କିତ ଗୁଳିମାଡ କରିଥିଲା । ଏଥିରେ ଐଶ୍ବର୍ଯ୍ୟାଙ୍କ ସହ ମୋଟ 9 ଜଣଙ୍କ ପ୍ରାଣହାନୀ ଘଟିଥିଲା । ଐଶ୍ବର୍ଯ୍ୟାଙ୍କ ବନ୍ଧୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି ଓ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଏଥିରେ ଆହତ ହୋଇଥିବା ଅନ୍ୟ 7 ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପୋଲିସ ଗୁଳିରେ ଆତତୀୟର ମଧ୍ୟ ମୃତ୍ୟୁ ଘଟିଛି । ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଥିଲା ।

ଶନିବାର ଅପରାହ୍ନରେ ଆମେକିକାର ଟେକ୍ସାସ୍‌ର ଡାଲସାରେ ଏକ ଜନଗହଳିପୂର୍ଣ୍ଣ ସପିଂମଲରେ ଜଣେ ଦୁର୍ବୃତ୍ତ ଅତର୍କିତ ଗୁଳିମାଡ କରିଥିଲା । ଭାରତୀୟ ସମୟ ଅପରାହ୍ନ ପ୍ରାୟ ୩.୪୦ ମିନିଟରେ ହଠାତ ଏହି ଆତତାୟୀ ସପିଂମଲ ବାହାରେ ଗୁଳି ଚଳାଇଥିଲା । ସୂଚନା ପାଇ ପୋଲିସ ସମଗ୍ର ସ୍ଥାନକୁ କର୍ଡନ କରି ଆତତାୟୀକୁ କାବୁ କରିବା ପାଇଁ ପ୍ରାୟସ କରିଥିଲା । ପରେ ପୋଲିସର ପାଲଟା ଗୁଳିରେ ଆତତାୟୀର ମଧ୍ୟ ମୃତ୍ୟୁ ହୋଇଛି ।

ଆମେରିକା ସମେତ ଅନ୍ୟ କିଛି ୟୁରୋପୀୟ ଦେଶରେ ଏପରି ଅତର୍କିତ ଗୁଳିକାଣ୍ଡ ଘଟଣା ବାରମ୍ବାର ଘଟିଥାଏ । ନିକଟ ଅତୀତରେ ଆମେରିକାରେ ଏକାଧିକ ସହରରେ ଏପରି ଗୁଳିକାଣ୍ଡ ଘଟିଛି । ଲୁନାର ନ୍ୟୁଇଅର ପାଳନ ବେଳେ ମଧ୍ୟ ସାମାନ ଧରଣର ଗୁଳିକାଣ୍ଡ ଘଟିଥିଲା । ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ହାସଲ କରିବା କ୍ଷେତ୍ରରେ ଆମେରିକାରେ ନିୟମ ଅନ୍ୟ ଦେଶମାନଙ୍କ ତୂଳନାରେ କୋହଳ । ତେଣୁ ସେଠାକାର ସାଧାରଣ ଜନତା ପ୍ରାୟତଃ ଅସ୍ତ୍ରଶସ୍ତ୍ର ରଖିଥାନ୍ତି । ତେଣୁ ଏପରି ଘଟଣା ବାରମ୍ବାର ଘଟୁଥିବା ଦେଖୁଥିବା ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2023, 4:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.