ବେଙ୍ଗାଲୁରୁ: ହାଇଦ୍ରାବାଦ ନିଜାମଙ୍କ ନାତି ଏବଂ କର୍ଣ୍ଣାଟକ ମହୀଶୂରର ୱାଦିଆରଙ୍କ ସାକ୍ଷାତ । ୧୦୦ ବର୍ଷ ପରେ ଉଭୟଙ୍କ ଭେଟ ହୋଇଥିବା ସୂଚନା । ନୱାବ ସାର ମିର ଓସମାନ ଅଲି ଖାନ ନିଜାମଙ୍କ ନାତି ନୱାବ ମିର ନଜାଫ ଅଲି ଖାନ ମହୀଶୂରର ୟାଦୁବୀର କ୍ରିଷ୍ଣଦତ୍ତ ଛମରାଜ ୱାଦିଆରଙ୍କୁ ମହୀଶୂର ପ୍ରାସାଦରେ ସାକ୍ଷାତ କରିଛନ୍ତି ।
![୧୦୦ ବର୍ଷ ପରେ ହାଇଦ୍ରାବାଦ ନିଜାମଙ୍କ ନାତି ଏବଂ କର୍ଣ୍ଣାଟକ ମୈସୁରର ୱାଦିଆରଙ୍କ ସାକ୍ଷାତ](https://etvbharatimages.akamaized.net/etvbharat/prod-images/img-20220218-wa0004_1802newsroom_1645181052_340.jpg)
୩ ପିଢି ଅତିକ୍ରମ କରିବାର ୧୦୦ ବର୍ଷ ପରେ ଏହି ୨ ରାଜା ଉଭୟଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବ ଶାସକମାନଙ୍କ ବଂଶଧରମାନଙ୍କ ପାଇଁ ଏକ ଅନୌପଚାରିକ ଗୋଷ୍ଠୀ ଗଠନ କରିବାକୁ ରୟାଲମାନେ ମଧ୍ୟ ଆଗ୍ରହ ଦେଖାଇଛନ୍ତି । ଏହିସମୟରେ ୱାଦିଆର, ବ୍ରିଟିଶମାନଙ୍କ ବିରୁଦ୍ଧରେ ଏବଂ 1965 ମସିହାରେ ଭାରତ-ଚୀନ୍ ଯୁଦ୍ଧ ସମୟରେ ଅନ୍ୟ ମହାରାଜାଙ୍କ ସ୍ୱାର୍ଥ ରକ୍ଷା କରିବାରେ ଆସିଫ୍ ଜାହିରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।
![୧୦୦ ବର୍ଷ ପରେ ହାଇଦ୍ରାବାଦ ନିଜାମଙ୍କ ନାତି ଏବଂ କର୍ଣ୍ଣାଟକ ମୈସୁରର ୱାଦିଆରଙ୍କ ସାକ୍ଷାତ](https://etvbharatimages.akamaized.net/etvbharat/prod-images/img-20220218-wa0008_1802newsroom_1645181052_254.jpg)
ମହୀଶୂର ପ୍ରାସାଦ ନିର୍ମାଣକୁ ମଧ୍ୟ ସମର୍ଥନ କରିବା ପାଇଁ ନିଜାମ ଯଥେଷ୍ଟ ଦୟାଳୁ ଥିଲେ ବୋଲି ୱାଦିଆର କହିଛନ୍ତି । ସମାନ ଯୁଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବେଙ୍ଗାଲୁରୁକୁ ବହୁ ବର୍ଷ ଧରି ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା, ଯାହାଦ୍ୱାରା IISc ରେ ଅଧ୍ୟୟନ କରୁଥିବା ହଜାର ହଜାର PhD ଛାତ୍ରଙ୍କ ପାଇଁ ଲାଭ ହୋଇଥିଲା ବୋଲି ଦର୍ଶାଇଛନ୍ତି ।
![୧୦୦ ବର୍ଷ ପରେ ହାଇଦ୍ରାବାଦ ନିଜାମଙ୍କ ନାତି ଏବଂ କର୍ଣ୍ଣାଟକ ମୈସୁରର ୱାଦିଆରଙ୍କ ସାକ୍ଷାତ](https://etvbharatimages.akamaized.net/etvbharat/prod-images/img-20220218-wa0007_1802newsroom_1645181052_209.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ