ETV Bharat / bharat

ସର୍ବାଧିକ ରୁମ ବୁକିଂ ଲିଷ୍ଟରେ ହାଇଦ୍ରାବାଦ ସର୍ବାଗ୍ରେ: Oyo

author img

By ETV Bharat Odisha Team

Published : Dec 19, 2023, 10:34 PM IST

Oyo Travelopedia 2023 : ଓୟୋର ଟ୍ରାଭେଲୋପେଡିଆ-୨୦୨୩ ରିପୋର୍ଟ ପ୍ରକାଶ । ହାଇଦ୍ରାବାଦରେ ପର୍ଯ୍ୟଟକଙ୍କ ସର୍ବାଧିକ ରୁମ ବୁକିଙ୍ଗ । ଅଧିକ ପଢନ୍ତୁ

ସର୍ବାଧିକ ରୁମ ବୁକିଂ ତାଲିକାରେ ହାଇଦ୍ରାବାଦ ସର୍ବାଗ୍ରେ : ଓୟୋ

ହାଇଦ୍ରାବାଦ: ଲୋକଙ୍କୁ ସୁଲଭ ମୂଲ୍ୟରେ ହୋଟେଲ ରୁମ ଯୋଗାଉଥିବା ଅଗ୍ରଣୀ କମ୍ପାନୀ ଓୟୋ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି । ଓୟୋର ଟ୍ରାଭେଲୋପେଡିଆ-୨୦୨୩ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ସହରରେ ପର୍ଯ୍ୟଟକମାନେ ଅଧିକ ସଂଖ୍ୟକ ଓୟୋ ହୋଟେଲ ରୁମ ବୁକ କରିଛନ୍ତି । ଓୟୋର ଟ୍ରାଭେଲୋପେଡିଆ-୨୦୨୩ ର ରିପୋର୍ଟ ଅନୁସାରେ ହାଇଦ୍ରାବାଦରେ ସର୍ବାଧିକ ବୁକିଙ୍ଗ ହୋଇଥିବା ବେଳେ ଏହା ପଛକୁ ବେଙ୍ଗାଲୁରୁ , ଦିଲ୍ଲୀ ଏବଂ କୋଲକାତା ଯଥାକ୍ରମେ ବୁକିଂ ତାଲିକାରେ ରହିଛନ୍ତି । ସେହିପରି ଓୟୋ ଟ୍ରାଭେଲୋପେଡିଆ ମୁତାବକ ଗୋରଖପୁର, ଦୀଘା , ୱାରାଙ୍ଗଲ , ଗୁଣ୍ଟୁର ଭଳି ଛୋଟ ସହରରେ ମଧ୍ୟ ୨୦୨୨ ତୁଳନାରେ ଏ ବର୍ଷ ବୁକିଂରେ ବୃଦ୍ଧି ଘଟିଛି ।

ଓୟୋ ଟ୍ରାଭେଲୋପେଡିଆ 2023 ରିପୋର୍ଟ ମୁତାବକ ଉତ୍ତରପ୍ରଦେଶ ସବୁଠାରୁ ଅଧିକ ଭ୍ରମଣ କରାଯାଇଥିବା ରାଜ୍ୟ ପାଲଟିଛି । ଏହା ପଛକୁ ମହାରାଷ୍ଟ୍ର , ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି । ସେହିପରି ଅବସର ବିନୋଦନ ପାଇଁ ରାଜସ୍ଥାନର ରାଜଧାନୀ ଜୟପୁର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଏହା ପଛକୁ ଗୋଆ , ମହୀଶୂର ଏବଂ ପୁଦୁଚେରୀ ସର୍ବାଧିକ ଭ୍ରମଣ କରାଯାଇଥିବା ଭ୍ରମଣ ସ୍ଥାନରେ ଅଛନ୍ତି । ସେହିପରି ଓୟୋର ଟ୍ରାଭେଲୋପେଡିଆ-୨୦୨୩ ଅନୁଯାୟୀ ସର୍ବାଧିକ ରୁମ ବୁକିଂ କରାଯାଇଥିବା ଧାର୍ମିକ ସ୍ଥଳରେ ମଧ୍ୟରେ ଓଡିଶାର ଜଗନ୍ନାଥ ଧାମ ପୁରୀ ସର୍ବାଗ୍ରେ ରହିଛି । ଏହା ପଛକୁ ଅମ୍ରିତସର , କାଶୀ ଏବଂ ହରିଦ୍ବାର ରହିଛି । ଦେବଘର, ପଲାନୀ ଏବଂ ଗୋବର୍ଧନ ଭଳି ଅଳ୍ପ ବହୁତ ଜଣାଶୁଣା ଧାର୍ମିକ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ଆଖିଦୃଶିଆ ବୃଦ୍ଧି ଘଟିଛି ।

ଏହା ମଧ୍ୟ ପଢନ୍ତୁ ... ହାଇଦ୍ରାବାଦ ଦେଶର ଶ୍ରେଷ୍ଠ ବାସଯୋଗ୍ୟ ସହର: ରିପୋର୍ଟ

ଓୟୋର ଗ୍ଲୋବାଲ ଚିଫ ସର୍ଭିସ ଅଭିସର ଶ୍ରୀରଙ୍ଗ ଗୋଡବୋଲେ ଓୟୋର ବୁକିଂରେ ବୃଦ୍ଧିର କାରଣ ସମ୍ପର୍କରେ କହିଛନ୍ତି ଯେ କୋଭିଡ ମହାମାରୀ ପରେ ଦେଶ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପର୍ଯ୍ୟଟକ ମାନଙ୍କ ଭ୍ରମଣ କରିବାର ହାର ବୃଦ୍ଧି ପାଇଛି । ବିଶ୍ବସ୍ତରରେ ଭାରତୀୟଙ୍କ ଅବସର ବିନୋଦନ ପାଇଁ ଭ୍ରମଣ ଯୋଗୁଁ ହୋଟେଲ ରୁମ ବୁକିଂ ବୃଦ୍ଧି ଘଟିଛି ଏବଂ ବ୍ୟବସାୟିକ ଯାତ୍ରା ପାଇଁ ମଧ୍ୟ ଦେଶ ମଧ୍ୟରେ ହୋଟେଲ ବୁକିଂ ବୃଦ୍ଧି ପାଇଛି । ସେହିପରି ବିଦେଶରେ ଆମେରିକାରେ ଟପ୍ ୫ ଟି ଭ୍ରମଣ କରାଯାଇଥିବା ସ୍ଥାନରେ ଟେକ୍ସାସ, ଓରେଗନ, ଲୁଇସିଆନା, ଓକଲାହୋମା ଏବଂ ଫ୍ଲୋରିଡା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.