ETV Bharat / bharat

ସଲାମ କଲେନି ବୋଲି ରାସ୍ତା ଉପରେ ମାଡ ମାରିବା ସହ ହତ୍ୟା ଧମକ ଦେଲେ ବିଧାୟକ ! - ସମ୍ମାନ ନମିଳିବାରୁ ମାଡ ମାରିଲେ ବିଧାୟକ

ସମ୍ମାନ ନଜଣାଇବାରୁ ଯୁବକଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମାରିଲେ ବିଧାୟକ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଥାନାରେ ଏତଲା । ଅଧିକ ପଢନ୍ତୁ

ସମ୍ମାନ ନଜଣାଇବାରୁ ରାସ୍ତା ଉପରେ ମାଡ ମାରିବା ସହ ହତ୍ୟା ଧମକ ଦେଲେ ବିଧାୟକ !

author img

By

Published : Dec 12, 2021, 10:50 PM IST

ହାଇଦ୍ରାବାଦ: ସମ୍ମାନ ନଜଣାଇବାରୁ ଉତକ୍ଷିପ୍ତ ହୋଇ ଉଠିଲେ ବିଧାୟକ । ସର୍ବସାଧାରଣ ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଆହତ କରିବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଲେ । ଏପରି ଅଭିଯୋଗ ଆସିଛି ହାଇଦ୍ରାବାଦ ସହରରୁ । ହାଇଦ୍ରାବାଦର ଚାରମିନାର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ୍ ମୁସଲିମନ୍ (AIMIM) ର ବିଧାୟକ ମମତାଜ ଅହମ୍ମଦ ଖାନ ତାଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମାରିଥିବା ଅଭିଯୋଗ ନେଇ ଥାନାରେ ପହଞ୍ଚିଛନ୍ତି ଗୁଲାମ ଘାସ ଜେଲାନି ନାମକ ଜଣେ ସ୍ଥାନୀୟ ବାସିନ୍ଦା ।

ଅଭିଯୋଗକାରୀ ଗୁଲାମ ଘାସ ଜେଲାନି ଗଣମାଧ୍ୟମକୁ କହିଛନ୍ତି ଯେ ବିଧାୟକ ତାଙ୍କର ପଡ଼ୋଶୀ । ମଧ୍ୟରାତ୍ରିରେ ଚାରମିନାର ବସଷ୍ଟାଣ୍ଡରେ ବିଧାୟକ ବସିଥିବାବେଳେ ସେ ତାଙ୍କୁ ଦେଖି ନଥିଲେ । ତେବେ ତାଙ୍କୁ କାହିଁକି ସଲାମ କଲେନାହିଁ ବୋଲି ପ୍ରଶ୍ନ କରିବା ସହ ବିଧାୟକ ଓ ତାଙ୍କର ସଶସ୍ତ୍ର ସୁରକ୍ଷାକର୍ମୀ ତାଙ୍କୁ ମାଡ ମାରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।

ବିଧାୟକଙ୍କର ଏପରି ଆକ୍ରମଣର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏହି ଘଟଣା ନେଇ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତି । ଅନ୍ୟପଟେ ବିଧାୟକ ଏହି ଅଭିଯୋଗର ପ୍ରତିକ୍ରିୟା ଦେଇନାହାନ୍ତି ।

ପୋଲିସ ଏକ ଅଭିଯୋଗ ପଞ୍ଜିକରଣ କରିଛି ଏବଂ ଅଭିଯୋଗ ଆଧାରରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ତଦନ୍ତ ଆଧାରରେ ମାମଲା ଦାୟାର ହେବା ନେଇ କହିଛି ସ୍ଥାନୀୟ ପୋଲିସ । ତେବେ ଜଣେ ଜନପ୍ରତିନିଧିଙ୍କ ଏପରି ହିଂସାତ୍ମକ ଆଚରଣ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.