ETV Bharat / bharat

କୁକୁର ଭୟରେ ତିନି ମହଲାରୁ ଡେଇଁଲେ ଡେଲିଭରୀ ବୟ

author img

By

Published : May 23, 2023, 10:07 AM IST

କୁକୁର ଭୟରେ ତିନି ମହଲାରୁ ଡେଇଁଲେ ଡେଲିଭରୀ ବୟ । ହାଇଦ୍ରାବାଦରେ ଗତ ୪ ମାସରେ ଏହା ଦ୍ବିତୀୟ ଘଟଣା । ଅଧିକ ପଢନ୍ତୁ

କୁକୁର ଭୟରେ ତିନି ମହଲାରୁ ଡେଇଁଲେ ଡେଲିଭରୀ ବୟ
କୁକୁର ଭୟରେ ତିନି ମହଲାରୁ ଡେଇଁଲେ ଡେଲିଭରୀ ବୟ

ହାଇଦ୍ରାବାଦ: ଗଦି ଡେଲିଭରୀ କରିବାକୁ ଯାଇଥିଲେ । ଗ୍ରାହକଙ୍କ କୁକୁରକୁ ଦେଖି ଭୟରେ ତିନି ମହଲାରୁ ତଳକୁ ଡେଇଁ ପଡିଲେ ଡେଲିଭରୀ ବୟ । ଗତ ରବିବାର ଦିନ ହାଇଦ୍ରାବାଦର ପଞ୍ଚବାଟୀ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଡେଲିଭରୀ ଏଜେଣ୍ଟ ଆମାଜନରେ କାମ କରନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । କୁକୁର ଭୟରେ ଡେଲିଭରୀ ବୟ ତୃତୀୟ ମହଲାରୁ ଡେଇଁବାର ଗତ ୪ ମାସରେ ସହରରେ ଏହା ହେଉଛି ଦ୍ବିତୀୟ ଘଟଣା ।

ପୋଲିସର ସୂଚନା ମୁତାବକ, ଗତ ରବିବାର ଦିନ ୩୦ ବର୍ଷୀୟ ଆମାଜନର ଡେଲିଭରୀ ଏଜେଣ୍ଟ ମହମ୍ମଦ ଇଲିୟାସ ହାଇଦ୍ରାବାଦ ପଞ୍ଚବାଟୀ କଲୋନୀ ସ୍ଥିତ ଶ୍ରୀନିଧି ଆପାର୍ଟମେଣ୍ଟକୁ ଏକ ଗଦି ଡେଲିଭରୀ କରିବାକୁ ଯାଇଥିଲେ । କବାଟ ବାଡେଇବା ସମୟରେ ସମ୍ପୃକ୍ତ ଗ୍ରାହକଙ୍କ ପୋଷା କୁକୁର ତାଙ୍କୁ ଦେଖି ଖୁବ୍ ଜୋରରେ ଭୁକିବାକୁ ଲାଗିଥିଲା । କବାଟ ଅଧା ଖୋଲା ଥିବାରୁ କୁକୁରଟି ଇଲିୟାସଙ୍କୁ କାମୁଡିବାକୁ ମାଡି ଆସିଥିଲା । ଫଳରେ କୁକୁରଠାରୁ ରକ୍ଷା ପାଇବାକୁ ଯାଇ ସେ ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ ।

ଏହାଦେଖି ଗ୍ରାହକଙ୍କ ସମେତ ଆପାର୍ଟମେଣ୍ଟର ଅନ୍ୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତେବେ ଇଲିୟାସଙ୍କ ଶରୀରରେ ଗଭୀର ଆଘାତ ଲାଗିବା ସହିତ ଅନେକ ହାଡ ଭାଙ୍ଗି ଯାଇଛି । ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗତକାଲି ସମ୍ପୃକ୍ତ ଫ୍ଲାଟ ମାଲିକଙ୍କ ବିରୋଧରେ ଆଇପିସିର ୨୮୯ ଧାରାରେ ମାମଲା ରୁଜୁ କରିଛି ।

ଏହାମଧ୍ୟ ପଢନ୍ତୁ: French National Day: ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ, ପରେଡରେ ଶକ୍ତି ଦେଖାଇବ ଭାରତୀୟ ଲଢୁଆ ବିମାନ

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୪ ମାସ ତଳେ ହାଇଦ୍ରାବାଦରେ ସମାନ ଘଟଣା ପ୍ରକାଶ ପାଇଥିଲା । ଜଣେ ୨୩ ବର୍ଷୀୟ ଫୁଡ୍ ଡେଲିଭରୀ ବୟ ବଞ୍ଜାରା ହିଲ୍‌ ସ୍ଥିତ ଏକ ଆପାର୍ଟମେଣ୍ଟକୁ ଯାଇଥିବା ବେଳେ କୁକୁର ଭୟରେ ତିନି ମହଲାରୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୪ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏବେ ପୁଣିଥରେ ସହରରେ ସମାନ ଘଟଣା ଘଟିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.