ETV Bharat / bharat

ହାଇଡାଟିଡ୍ ସିଷ୍ଟ ରୋଗରେ ପୀଡିତ ଥିଲେ ମହିଳା, ପେଟରୁ ବାହାରିଲା ଦେଢ କିଲୋଗ୍ରାମର ମାଂସ ପିଣ୍ଡୁଳା - ପେଟରୁ ବାହାରିଲା ଦେଢ କିଲୋଗ୍ରାମର ମାଂସ ପିଣ୍ଡୁଳା

ହିମାଚଳ ପ୍ରଦେଶରେ ପ୍ରଥମ ଘଟଣା, ହାଇଡାଟିଡ୍ ସିଷ୍ଟ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା । ପେ୍ଟରୁ ବାହାରିଲା ଦେଢ କିଲୋଗ୍ରାମର ମାଂସ ପିଣ୍ଡୁଳା । ଅଧିକ ପଢନ୍ତୁ

ଇଡାଟିଡ୍ ସିଷ୍ଟ ରୋଗରେ ପୀଡିତ ଥିଲେ ମହିଳା
ଇଡାଟିଡ୍ ସିଷ୍ଟ ରୋଗରେ ପୀଡିତ ଥିଲେ ମହିଳା
author img

By

Published : Dec 4, 2022, 3:10 PM IST

ଶିମଲା: ମହିଳାଙ୍କ ଗର୍ଭାଶୟରେ ହାଇଡାଟିଡ୍ ସିଷ୍ଟ(Hydatid Cyst ) ରୋଗ ଚିହ୍ନଟ । ହିମାଚଳ ପ୍ରଦେଶର ରାମପୁର ମହାତ୍ମା ଗାନ୍ଧୀ ମେଡିକାଲରେ ଜଣେ ମହିଳାଙ୍କ ଗର୍ଭାଶୟରେ ଏହି ରୋଗ ହୋଇଥିବା ଚିହ୍ନଟ କରାଯାଇଛି । ଯାହା ରାଜ୍ୟରେ ପ୍ରଥମ ମାମଲା ବୋଲି କୁହାଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଫୁସଫୁସ, ଯକୃତ, ମସ୍ତିଷ୍କ ଏବଂ ହାଡରେ ହାଇଡାଟିଡ୍ ସିଷ୍ଟ ହୋଇଥାଏ, କିନ୍ତୁ ଗର୍ଭାଶୟରେ ହାଇଡାଟିଡ୍ ସିଷ୍ଟ ବିରଳ ଅଟେ । ଖାନେରୀ ମେଡିକାଲର ସ୍ତ୍ରୀ ରୋଗ ବିଶେଷଜ୍ଞ 42 ବର୍ଷ ବୟସ୍କା ମହିଳାଙ୍କ ପେଟରେ ହାଇଡାଟିଡ୍ ସିଷ୍ଟ ରୋଗ ହୋଇଥିବା ପ୍ରଥମେ ଚିହ୍ନଟ କରିଥିଲେ । ଏହା ପରେ ବିଶେଷଜ୍ଞ ଡାକ୍ତରଙ୍କ ଦଳ ଦ୍ବାରା ଏହାର ଅପେରସନ କରାଯାଇଥିଲା ।

ମହିଳାଙ୍କୁ ଅପରେସନ କରିଥିବା ଡାକ୍ତର ସଞ୍ଜୟ କହିଛନ୍ତି ଯେ, '' ଏହି ରୋଗ ବିଶେଷତଃ କୁକୁର, ମେଣ୍ଡା ଓ ଛେଳିଙ୍କ ନିକଟରେ ଦେଖା ଦେଇଥାଏ । କିନ୍ତୁ ମନୁଷ୍ୟଙ୍କ ନିକଟରେ କମ ଦେଖା ଦେଇଥାଏ । ମୁଖ୍ୟତ ପେଟ, ଫୁସଫୁସ, ମସ୍ତିଷ୍କ କିମ୍ବା ହାଡରେ ହୋଇଥାଏ ''। ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦୀନେଶ ଶର୍ମା କହିଛନ୍ତି ଯେ,'' ଯେତେବେଳେ ମହିଳା ଜଣଙ୍କ ଚେକଅପ ପାଇଁ ଆସିଥିଲେ, ସେତେବେଳେ ତାଙ୍କ ନିକଟରେ ଏହି ରୋଗ ଚିହ୍ନଟ କରାଯାଇଥିଲା । ଏହାପରେ ସର୍ଜନ ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇ ଅଲଟ୍ରାସାଉଣ୍ଡ ପରେ ମହିଳାଙ୍କୁ ଅସ୍ତ୍ରୋପଚାର କରାଯାଇଥିଲା ।

ପେଟରୁ ବାହାରିଲା ଦେଢ କିଲୋଗ୍ରାମର ମାଂସ ପିଣ୍ଡୁଳା

ଡାକ୍ତର ସଞ୍ଜୟ କହିଛନ୍ତି ଯେ, ''ଗୁରୁବାର ଦିନ ଏମଜି ଏମଏସସି ଖାନେରୀର ଜଣେ ମହିଳାଙ୍କୁ ଅପରେସନ କରାଯାଇଛି, ଯାହାଙ୍କ ଗର୍ଭାଶୟରେ ହାଇଡାଟିଡ୍ ସିଷ୍ଟ ହୋଇଥିଲା । ସଫଳତାର ସହ ଏହି ରୋଗର ଅପରେସନ କରାଯାଇଛି । ମହିଳାଙ୍କ ସ୍ୱାମୀ ଡୋଲା ରାମଙ୍କ କହିବାନୁସାରେ, ''ତାଙ୍କ ପତ୍ନୀଙ୍କର ନାଭି ତଳେ ଏକ ଗୋଲାକାର ପିଣ୍ଡୁଳା ଥିବା ଭଳି ଲାଗୁଥିବା ନେଇ ସେ ଅଭିଯୋଗ କରିଥିଲେ । । ଏହାପରେ ରାମପୁର ଡାକ୍ତରଖାନାରେ ଦେଖାଇବା ପରେ ଗର୍ଭାଶୟରେ ହାଇଡାଟିଡ୍ ସିଷ୍ଟ ରହିଥିବା ଜଣାପଡିଥିଲା | ଦୀର୍ଘ ଏକ ଘଣ୍ଟା ଧରି ଅପରେସନ କରାଯିବା ପରେ ପେଟରୁ 2 କିଲୋଗ୍ରାମର ଏକ ମାଂସ ପିଣ୍ଡୁଳା ବାହାରିଥିଲା'' । ତେବେ ଅପରେସନ ପରେ ମହିଳା ଜଣଙ୍କ ସୁସ୍ଥ ରହିଛନ୍ତି ।

ହାଇଡାଟିଡ୍ ସିଷ୍ଟ କ’ଣ ?

ହାଇଡାଟିଡ୍ ସିଷ୍ଟ ହେଉଛି ଏକ ବିଶେଷ ପ୍ରକାରର ପୋକର ଅଣ୍ଡା, ଯାହା ଏକ ଶେଲରେ ଆଚ୍ଛାଦିତ ହୋଇଥାଏ । ଯେତେବେଳେ ଏହି ଅଣ୍ଡା ଶରୀରର ଅଙ୍ଗରେ ଯେତେବେଳେ ପହଞ୍ଚେ, ସେତେବେଳେ ଏହାର ଆକାର ବଢିଯାଏ । ଏହି ସିଷ୍ଟ ପ୍ରାୟତଃ ଫୁସଫୁସ ଏବଂ ଶରୀର ଭିତରେ ଥିବା ଯକୃତରେ ଦେଖାଯାଏ ।ହାଇଡାଟିଡ୍ ରୋଗକୁ ହାଇଡାଟିଡୋସିସ୍ ବା ଇକିନୋକୋକୋସିସ୍ ମଧ୍ୟ କୁହାଯାଏ । ଏହା ଏକ ନିର୍ଦ୍ଦିଷ୍ଟ ପାରାସାଇଡ ଦ୍ବାରା ସୃଷ୍ଟି ହୋଇଥିବା ଏକ ଗୁରୁତର ସଂକ୍ରମଣ, ଯାହା ରୋଗୀର ଜୀବନ ପ୍ରତି ବିପଦ ମଧ୍ୟ ଆଣିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.