ETV Bharat / bharat

କୋର୍ଟ ଭିତରେ ସ୍ତ୍ରୀ ମୁହଁରେ ଏସିଡ୍ ଢାଳିଲା ସ୍ବାମୀ

author img

By

Published : Mar 24, 2023, 8:21 AM IST

କୋର୍ଟ ଭିତରେ ସ୍ତ୍ରୀ ଉପରେ ଏସିଡ୍‌ ଢାଳିଲା ସ୍ବାମୀ । ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅମାନୁଷିକ ଘଟଣା । ଅଧିକ ପଢନ୍ତୁ

କୋର୍ଟ ଭିତରେ ସ୍ତ୍ରୀ ଉପରେ ଏସିଡ ଢାଳିଲା ସ୍ବାମୀ

ଚେନ୍ନାଇ: ପାରିବାରିକ କହଳର କରୁଣ ପରିଣତି । କୋର୍ଟ ଭିତରେ ସ୍ତ୍ରୀ ଉପରେ ଏସିଡ୍‌ ଢାଳିଲା ସ୍ବାମୀ । ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ବାମୀର ଏସିଡ ମାଡରେ ମହିଳାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଛି । ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଏସିଡ୍ ପୀଡିତା ଓ ତାଙ୍କର ସ୍ବାମୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ଏହି ମାମଲା ଥାନା ଓ କୋର୍ଟରେ ପହଞ୍ଚିଥିଲା । ଗତକାଲି(ଗୁରୁବାର) କୋଏମ୍ବାଟୁର ଜେଏମ୍ ୱାନ କୋର୍ଟରେ ମାମଲାର ଶୁଣାଣି ଥିବାବେଳେ ଦୁହେଁ ସ୍ବାମୀ ସ୍ତ୍ରୀ କୋର୍ଟରେ ପହଞ୍ଚିଥିଲେ । ହେଲେ ଶୁଣାଣି ପୂର୍ବରୁ କୋର୍ଟ ପରିସରରେ ସ୍ବାମୀ ମହିଳାଙ୍କ ଉପରେ ଏସିଡ୍ ମାଡ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ନାମ ଶିବକୁମାର(୪୧) । ପାରିବାରିକ ବିବାଦକୁ ନେଇ ଶିବକୁମାରଙ୍କ ପତ୍ନୀ କବିତା ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । କୋଏମ୍ବାଟୁର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ୱାନରେ ମାମଲା ବିଚାରଧୀନ ଥିଲା । ଗତକାଲି ଉଭୟ ପତି ପତ୍ନୀ ମାମଲାର ଶୁଣାଣି ପାଇଁ କୋର୍ଟରେ ପହଞ୍ଚିଥିଲେ । କୋର୍ଟର ୱେଟିଂ ଏରିଆରେ ଦୁହେଁ ବସିଥିବା ବେଳେ ଶିବକୁମାର ପାଣି ବୋତଲରେ ଲୁଚାଇ ରଖିଥିବା ଏସିଡ୍ ହଠାତ୍ ପତ୍ନୀଙ୍କ ଉପରେ ଢାଳି ଦେଇଥିଲେ । ଏହାଦେଖି ସେଠାରେ ଉପସ୍ଥିତ ଆଇନଜୀବୀ ସଙ୍ଗେ ସଙ୍ଗେ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣା ପରେ କୋର୍ଟ ପରିସରରେ ଆଲୋଡନ ଖେଳି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ପୂଣ୍ୟଗିରୀ ଧାମ ମେଳାରେ ଅଘଟଣ: ବ୍ରେକ ଫେଲ ହୋଇ ବସ ମାଡିଯିବାରୁ 5 ତୀର୍ଥଯାତ୍ରୀ ମୃତ

ଏହାପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ କାବୁ କରିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । କୋଏମ୍ବାଟୁର ଡେପୁଟି ପୋଲିସ କମିଶନର କହିଛନ୍ତି, ଏସିଡ୍ ମାଡରେ ମହିଳାଙ୍କ ଶରୀରର ୮୦ ପ୍ରତିଶତ ଭାଗ ପୋଡି ଯାଇଛି । ସେ ଏବେ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଅଭିଯୁକ୍ତ ପାଣି ବୋତଲରେ ଏସିଡ ଆଣିଥିବାରୁ କେହି ଏ ସମ୍ପର୍କରେ ଜାଣି ପାରିନଥିଲେ । ଏହି ଘଟଣାରେ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Inspirational Story: ନାହିଁ ହାତ, ପାଟିରେ ଚିତ୍ର ଆଙ୍କି ପ୍ରଶଂସା ସାଉଣ୍ଟିଲେ ଯୁବତୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.