ETV Bharat / bharat

ଚଟଣୀ ହୋଇନଥିଲା ସ୍ବାଦିଷ୍ଟ: ରାଗିଗଲା ସ୍ବାମୀ, ଦାଆ ଚୋଟରେ ଗଲା ପତ୍ନୀ ଜୀବନ

author img

By

Published : Aug 1, 2021, 8:16 PM IST

ସାମାନ୍ୟ ଖାଇବା ଚଟଣୀ ମଧ୍ୟ ନେଇପାରେ ମନୁଷ୍ୟ ଜୀବନ । ଚଟଣୀ ସ୍ବାଦଯୁକ୍ତ ନ ହୋଇଥିବାରୁ ସ୍ବାମୀର ଦାଆ ଚୋଟରେ ଚାଲିଗଲା ପତ୍ନୀର ଜୀବନ । ସକାଳୁ ସକାଳୁ ଘରେ ବୋହିଲା ରକ୍ତର ସାଗର । ଏଭଳି ଅମାନୁଷିକ କାଣ୍ଡ ଘଟିଛି ମଧ୍ୟପ୍ରଦେଶରେ । ଅଧିକ ପଢନ୍ତୁ...

ଚଟଣୀ ହୋଇନଥିଲା ସ୍ବାଦିଷ୍ଟ, ସ୍ବାମୀ ଚୋଟରେ ଗଲା ପତ୍ନୀ ଜୀବନ

ଭୋପାଳ: ସାମାନ୍ୟ ଘଟଣାରୁ ଚାଲିଗଲା ପତ୍ନୀଙ୍କ ଜୀବନ । ପତ୍ନୀଙ୍କ ଦୋଷ ଥିଲା ଅଭିଯୁକ୍ତ ସ୍ବାମୀଙ୍କ ମୁତାବକ ସେ ଚଟଣୀକୁ ସ୍ବାଦଯୁକ୍ତ କରିନଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଦତିୟା ଜିଲ୍ଲାର ଗୋରାଘାଟ ଅଞ୍ଚଳରେ ଘଟିଛି ।

ଘଟଣା ଥିଲା ଏମିତି:-

ସମୟ ଥିଲା ସକାଳ ୭ଟା । ଅଭିଯୁକ୍ତ ସ୍ବାମୀ ପ୍ରତିଦିନ ପରି ସିଙ୍ଗଡା-କଚୋଡି ବିକ୍ରି କରିବା ପାଇଁ ବାହାରି ପଡିଥିଲା । ଆଉ ବିକ୍ରି କରିବା ପାଇଁ ଯିବା ପୂର୍ବରୁ ଚାଖି ଥିଲା ବିକ୍ରି ପାଇଁ ନେଇ ଯାଉଥିବା ଚଟଣୀ । ଚଟଣୀ ଅଭିଯୁକ୍ତ ମୁତାବକ ସ୍ବାଦିଷ୍ଟ ହୋଇନଥିବାରୁ ରାଗରେ ହୋଇଥିଲା ଜର୍ଜରିତ । ଆଉ ଅଭିଯୁକ୍ତ ଆନନ୍ଦ ଗୁପ୍ତାଙ୍କ ଏହି ରାଗର ଶିକାର ହୋଇଥିଲେ ପତ୍ନୀ ପ୍ରୀତି ଗୁପ୍ତା । ଆଉ କ୍ଷଣିକ ମଧ୍ୟରେ ଚାଲିଯାଇଥିଲା ପ୍ରୀତିଙ୍କ ଜୀବନ । ସାମାନ୍ୟ ଚଟଣୀଟି ସ୍ବାଦଯୁକ୍ତ ହୋଇନଥିବାରୁ ଦାଆରେ ଆକ୍ରମଣ କରି ପତ୍ନୀଙ୍କୁ ମାରି ଦେଇଥିଲା ସ୍ବାମୀ । ଆଉ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ବୋହିଥିଲା ରକ୍ତର ସାଗର ।

ସିଙ୍ଗଡା ବିକ୍ରି କରୁଥିଲା ଅଭିଯୁକ୍ତ ସ୍ବାମୀ:-

ଅଭିଯୁକ୍ତ ସ୍ବାମୀ ଆନନ୍ଦ ଉପରାୟ ଗାଁରେ ପ୍ରତିଦିନ ସିଙ୍ଗଡା ଓ କଚୋଡ଼ି ବିକ୍ରି କରୁଥିଲା । ବହୁ ସମୟ ଧରି ସେ ଏହି ବ୍ୟବସାୟ କରିଆସୁଥିଲା । ବିକ୍ରି ପାଇଁ ନେଇଯାଉଥିବା ଚଟଣୀଟି ସ୍ବାଦିଷ୍ଟ ହୋଇନଥିବାରୁ ସେ ରାଗି ପ୍ରୀତିଙ୍କ ଉପରେ ଗର୍ଜନ କରିଥିଲା । ଏହି ସମୟରେ ପ୍ରୀତି କିଛି ପ୍ରତିଉତ୍ତର ଦେବା ପରେ ସେ ରାଗିଯାଇ ତାଙ୍କୁ ଜୀବନରୁ ମାରି ଦେଇଥିଲା । ପ୍ରୀତିଙ୍କ ମୃତ୍ୟୁ ଘଟିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।

ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରୀତିଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏହାସହିତ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ଘଟଣାରୁ ସ୍ବାମୀ ତୁମୁଳକାଣ୍ଡ ଘଟାଇବାକୁ ପଛାଇ ନଥିଲେ । ତେବେ ଅଭିଯୁକ୍ତ ସ୍ବାମୀକୁ ଖୋଜୁଛି ଗୋରାଘାଟ ପୋଲିସ । ତୁରନ୍ତ ତାକୁ ଠାବ କରି ଗିରଫ କରାଯିବ ବୋଲି କହିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.