ETV Bharat / bharat

ଓଜନ ବଢିବାରୁ ତିନି ତଲାକ ଦେଲେ ସ୍ୱାମୀ, ଥାନାରେ ମାମଲା - ଓଜନ ବଢିବାରୁ ତିନି ତଲାକ

ପତ୍ନୀ ମୋଟା ହୋଇଯିବାରୁ ସ୍ବାମୀ ଦେଲା ଛାଡପତ୍ର ନୋଟିସ । ଥାନାର ଦ୍ବାରସ୍ଥ ହୋଇ ସ୍ତ୍ରୀ ନ୍ୟାୟ ଭିକ୍ଷା । ଉତ୍ତର ପ୍ରଦେଶରେ ଘଟିଛି ଏପରି ଘଟଣା । ଅଧିକ ପଢନୁ ।

ଓଜନ ବଢିବାରୁ ତଲାକ ଦେଲା ସ୍ବାମୀ, ଥାନାରେ ମାମଲା

author img

By

Published : Sep 1, 2022, 9:20 PM IST

ଲକ୍ଷ୍ନୌ: ବୈବାହିକ ଜୀବନରେ ବୁଝାମଣାର ଅଭାବ, କିମ୍ବା କଳହ ଯୋଗୁ ଉଭୟ ଦମ୍ପତି କିମ୍ବା କୌଣସି ଗୋଟିଏ ପକ୍ଷ ଛାଡପତ୍ରକୁ ସାମାଧାନ ଭାବେ ବାଛିଥାନ୍ତି । ତେବେ ଛାଡପତ୍ରର ଭିନ୍ନ ଏକ ମାମଲା ସାମ୍ନାକୁ ଆସିଛି । ପତ୍ନୀଙ୍କ ଓଜନ ବଢିବାରୁ ବିବାହର ଦୀର୍ଘ 8 ବର୍ଷ ପରେ ତିନିତଲାକ ଦେଲା ସ୍ବାମୀ (triple talaq cases in meerut) । ଯାହାକୁ ବିରୋଧ କରି ସମ୍ପୃକ୍ତ ମହିଳାଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ମିରଟରେ । ଏପରି ଘଟଣାକୁ ନେଇ ମହିଳାଜଣଙ୍କ ଥାନାର ଦ୍ବାରସ୍ଥ ହେବା ସହ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ।

ଓଜନ ବଢିବାରୁ ତିନି ତଲାକ ଦେଲା ସ୍ବାମୀ, ଥାନାରେ ମାମଲା

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଲିସାଡିଗେଟ୍ ଥାନା ଅଧୀନରେ ଥିବା ଜାକିର କଲୋନୀର ବାସିନ୍ଦା ନଜମା ନାମ୍ନୀ ଜଣେ ମହିଳା ଏହି ଅଭିଯୋଗ ଆଣି ପୋଲିସର ଦ୍ବାରସ୍ଥ ହୋଇଛନ୍ତି (triple talaq cases in meerut)। ମହିଳାଜଣଙ୍କ ଅଭିଯୋଗରେ କହିଛନ୍ତି, ଗତ କିଛି ମାସ ମଧ୍ୟରେ ତାଙ୍କର ମୋଟାପଣ ବଢିଛି ଓ ଏହି କାରଣରୁ ତାଙ୍କ ସ୍ବାମୀ ତାଙ୍କୁ ତିନି ତଲାକ ମାଧ୍ୟମରେ ଛାଡପତ୍ର ଦେଇଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ଟ୍ରିପଲ ତାଲାକ ପାଇଁ ଏକ ନୋଟିସ ମଧ୍ୟ ପଠାଇଛନ୍ତି (Husband gave triple talaq when wife was fat)। ଏହି ନୋଟିସ ଦେଖି ସେ ତାଙ୍କ ସ୍ୱାମୀଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ପଚାରିଥିଲେ । ସେ ମୋଟି ହୋଇ ଯାଇଥିବାରୁ ତାଙ୍କୁ ଛାଡପତ୍ର ଦେବା ପାଇଁ ସେ ନିଷ୍ପତ୍ତି ନେଇଥିବା ସ୍ବାମୀ କହିଥିବା ମହିଳାଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ପୀଡିତା ଅଭିଯୋଗରେ ଜଣାଇଛନ୍ତି,‘‘ 8 ବର୍ଷ ପୂର୍ବେ ମୁଁ ସଲମାନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲି । ଆମର 7 ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଗତ 1 ମାସ ପୂର୍ବରୁ ସ୍ୱାମୀ ସଲମାନ ମତେ ଛାଡପତ୍ର ନୋଟିସ ପଠାଇଥିଲେ । ଯେତେବେଳେ ମୁଁ ଛାଡପତ୍ରର କାରଣ ଜାଣିବାକୁ ଚେଷ୍ଟା କଲି, ସ୍ୱାମୀ ସଲମାନ ସ୍ପଷ୍ଟ ଭାବରେ କହିଥିଲେ ତୁମେ ମୋଟା ହୋଇଯାଇଛ ଏବଂ ମୁଁ ତୁମକୁ ସେହି କାରଣରୁ ଛାଡପତ୍ର ଦେଉଛି ।’’

ପରେ ସେ ଏନେଇ ସ୍ବାମୀଙ୍କ ଯୋଗାଯୋଗ କରିବା ସହ ବୁଝାଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ କୌଣସି ସୁଫଳ ମିଳିନାହିଁ । ସ୍ବାମୀ ଛାଡପତ୍ର ଦେବା ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରି ସାରିଥିବା ବେଳେ ସେ ମଧ୍ୟ ବାଧ୍ୟ ହୋଇ ସ୍ଥାନୀୟ ଥାନାରେ ପହଞ୍ଚି ନ୍ୟାୟ ଭିକ୍ଷା କରିଥିବା ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ପୋଲିସ କହିଛି ମାମଲା ଲିଖିତ ଭାବେ ଆସିଲେ ସେମାନେ ତଦନ୍ତ ଆରମ୍ଭ କରିବେ । ଛାଡପତ୍ର ପାଇଁ ଏପରି କାରଣ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏବେ ସବୁଠି ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.