ETV Bharat / bharat

ପତ୍ନୀଙ୍କୁ ତିନି ତଲାକ ଦେଲା ସ୍ୱାମୀ, ପରେ ସାନଭାଇ ଓ ବନ୍ଧୁଙ୍କ ଦୁଷ୍କର୍ମ !

author img

By

Published : Jul 5, 2023, 8:12 PM IST

ଉତ୍ତର ପ୍ରଦେଶ ବରେଲୀରେ ଜଣେ ସ୍ବାମୀର ବର୍ବରତା । ପ୍ରଥମେ ଟ୍ରିପଲ ତଲାକ ପରେ ବନ୍ଧୁଙ୍କ ଦ୍ବାରା ସ୍ତ୍ରୀକୁ ଦୁଷ୍କର୍ମ । ପରେ ଡିଜେଲ ଢାଳି ଜାଳି ମାରିଦେବାକୁ ଉଦ୍ୟମ । ଥାନାରେ ଅଭିଯୋଗ ପରେ 8 ଗିରଫ । ଅଧିକ ପଢନ୍ତୁ

ପ୍ରଥମେ ତିନି ତଲକା, ପରେ ସାନଭାଇ ଓ ବନ୍ଧୁ ଦ୍ବାରା ପତ୍ନୀଙ୍କୁ ଦୁଷ୍କର୍ମ କରାଇଲା ସ୍ବାମୀ !+
ପ୍ରଥମେ ତିନି ତଲକା, ପରେ ସାନଭାଇ ଓ ବନ୍ଧୁ ଦ୍ବାରା ପତ୍ନୀଙ୍କୁ ଦୁଷ୍କର୍ମ କରାଇଲା ସ୍ବାମୀ !

ଲକ୍ଷ୍ନୌ: ପରକୀୟା ପ୍ରୀତିରୁ ପ୍ରଥମେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଲା ସ୍ବାମୀ । ତାପରେ ନିଜ ସାନଭାଇ ଓ ବନ୍ଧୁଙ୍କ ଦ୍ବାରା ଦୁଷ୍କର୍ମ ମଧ୍ୟ କରାଇଲା । ଏତିକିରେ ଶେଷ ହେଲା ନାହିଁ ନିର୍ଯାତନାର ଅଧ୍ୟାୟ । ଶେଷରେ ନିଆଁ ଲଗାଇ ଜାଳି ମାରିଦେବାକୁ ଉଦ୍ୟମ ମଧ୍ୟ କଲା । ହେଲେ ପୀଡିତାଜଣଙ୍କ ପଡୋଶୀଙ୍କ ଦ୍ବାରା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ଏପରି ଏକ ଅଭିଯୋଗ ଉତ୍ତର ପ୍ରଦେଶ ବରେଲୀରେ ଦେଖିବାକୁ ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ମୋଟ 8 ଅଭିଯୁକ୍ତକୁ ଗିରଫ କରିଛି ।

ଏତଲା ଅନୁସାରେ, ପୀଡିତାଜଣଙ୍କ ଚଳିତ ବର୍ଷ (2023) ମାର୍ଚ୍ଚ 5 ତାରିଖରେ ବରେଲୀ ଭୋଜିପୁରା ଅଞ୍ଚଳର ବାସିନ୍ଦା ଶାହାରୁଖ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ନୋଏଡାରେ କାମ କରନ୍ତି । ସେଠାରେ ତାଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିଲା । ଏହି କାରଣରୁ ସେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ । ଏପରିକି ହତ୍ୟା କରିବାକୁ ମଧ୍ୟ ଯୋଜନା କଲେ । ସେ ପ୍ରଥମେ ଜୁନ୍ 8 ତାରିଖରେ ତିନି ତଲାକ ମାଧ୍ୟମରେ ଛାଡପତ୍ର ଦେଇଥିଲେ । ପରେ ନିଜର ସାନଭାଇ ଓ ବନ୍ଧଙ୍କୁ ଘରକୁ ଡାକି ତାଙ୍କର ଦୁଷ୍କର୍ମ ମଧ୍ୟ କରାଇଥିଲେ । ଏକଥା କାହା ନିକଟରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏକଥା ପୀଡିତାଙ୍କ ଶାଶୁ ମଧ୍ୟ ଜାଣିଥିଲେ । ଏକଥା ବାହାରେ ପ୍ରକାଶ ନକରିବା ପାଇଁ ସେ ମଧ୍ୟ ତାଙ୍କୁ ଧମକ ଦେଇଥିଲେ । ତାଙ୍କୁ ଏକ ଘରେ ବନ୍ଦ କରାଯାଇ ରଖାଯାଇଥିବା ବେଳେ ମୋବାଇଲ ମଧ୍ୟ ବ୍ୟବହାର କରିବା ପାଇଁ ଦିଆଯାଉନଥିଲା ।

ହେଲେ ପରେ ସମସ୍ତେ ମିଶି ତାଙ୍କୁ ନିଆଁ ଲଗାଇ ହତ୍ୟା କରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ସ୍ବାମୀ, ଶାଶୁ ଓ ଶଶୁର ମିଶି ତାଙ୍କୁ ଡିଜେଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ବେଳେ ସେ ଚିତ୍କାର କରିବାରୁ ପଡୋଶୀମାନେ ରୁଣ୍ଡ ହୋଇଥିଲେ । ଫଳରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ଏବେ ପୀଡିତା ତାଙ୍କ ବାପଘର ସଦସ୍ୟଙ୍କ ସାହାଯ୍ୟରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସ୍ବାମୀ, ଶାଶୁ ଓ ଶଶୁରଙ୍କ ସମେତ ମୋଟ 8 ଜଣଙ୍କ ବିରୋଧର ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.