ETV Bharat / bharat

ପତ୍ନୀକୁ ହତ୍ୟା କରି ହୃଦଘାତରେ ସ୍ବାମୀ ମୃତ

author img

By

Published : Dec 18, 2022, 10:31 PM IST

ଛତିଶଗଡ଼ ଗାରିୟାବନ୍ଦ ଜିଲ୍ଲା ନିକଟରେ ପତ୍ନୀକୁ ହତ୍ୟା କରି ହୃଦଘାତରେ ସ୍ବାମୀର ମୃତ୍ୟୁ ଘଟିଛି (Husband dies in heart attack after killing wife) । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

husband died of heart attack after killed wife
ପତ୍ନୀକୁ ହତ୍ୟା କରି ହୃଦଘାତରେ ସ୍ବାମୀ ମୃତ
ପତ୍ନୀକୁ ହତ୍ୟା କରି ହୃଦଘାତରେ ସ୍ବାମୀ ମୃତ

ରାୟପୁର: ଛତିଶଗଡ଼ ଗାରିୟାବନ୍ଦ ଜିଲ୍ଲା ନିକଟ କୁସୁମବୁଡା ଗାଁରେ ଶନିବାର ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାରେ ପତ୍ନୀକୁ ହତ୍ୟା କରିବା ପରେ ହୃଦଘାତରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି (Husband dies in heart attack after killing wife) । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ମୃତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁସାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ମୃତ ପତ୍ନୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ୨୩ ବର୍ଷର ମହିଳା ରତନୀ ବାଈ । ରତନୀଙ୍କ ହତ୍ୟା ତାଙ୍କ ସ୍ବାମୀ ବୀରେନ୍ଦ୍ର ଧ୍ରୁବ କରିଥିବା ଜଣାପଡ଼ିଛି (Husband killed wife in Gariaband) । ଅଭିଯୁକ୍ତ ସ୍ବାମୀ ପ୍ରଥମେ ପତ୍ନୀଙ୍କୁ ରାଚର ଲାରି ଜଙ୍ଗଲ ନିକଟ କମ୍ପାର୍ଟମେଣ୍ଟ ନଂ-୫୯୭କୁ ନେଇ ଯାଇଥିଲା । ଏହାପରେ ଏକ ଧାରୁଆ ଅସ୍ତ୍ରରେ ରତନୀଙ୍କ ଗଳା କାଟିଥିଲା । ପତ୍ନୀଙ୍କ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ଉକ୍ତ ସ୍ଥାନରେ ଟଳି ପଡ଼ିଥିଲେ । ଏହି ସମୟରେ ଉକ୍ତ ସ୍ଥାନ ଦେଇ ଯାଉଥିବା କିଛି ଲୋକ ଏ ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହାପରେ ଟଳି ପଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲକୁ ନେଇଥିଲେ ।

ଏହା ବି ପଢନ୍ତୁ-ବିଳମ୍ବିତ ରାତିରେ ଫୋନ୍‌ରେ ଗପୁଥିଲା ଝିଅ, ତଣ୍ଟିଚିପି ହତ୍ୟା କଲା ସାବତ ବାପା

ତେବେ ବ୍ୟକ୍ତି ଜଣକ ହସ୍ପିଟାଲରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ହୃଦଘାତ ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗାରିୟାବାନ୍ଦ ଏସଡିପିଓ ପୁଷ୍ପେନ୍ଦ୍ର ନାୟକ କହିଛନ୍ତି, "ରତନୀ ବାଈ ଘଟଣାସ୍ଥଳରେ ମୃତ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ଗଳାରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ରତନୀଙ୍କ ନିକଟରେ ତାଙ୍କ ସ୍ବାମୀ ମଧ୍ୟ ଗମ୍ଭୀର ଅବସ୍ଥାରେ ପଡ଼ିଥିଲା । ମୃତ ମହିଳାଙ୍କ ମୃତଦେହକୁ ଜବତ କରିବା ସହ ବୀରେନ୍ଦ୍ରକୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ବୀରେନ୍ଦ୍ର ହୃଦଘାତର ଶିକାର ହୋଇଥିଲେ ।

ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଛି ଯେ ବୀରେନ୍ଦ୍ର ପ୍ରଥମେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲା । ବୀରେନ୍ଦ୍ରଙ୍କୁ ପୂର୍ବରୁ ମଧ୍ୟ ହାର୍ଟଆଟାକ ଆସିଥିଲା । ଏହାପରେ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ଘଟଣା ନେଇ ଯାଞ୍ଚ ହେଉଛି । ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ବିରୋଧରେ ୩୦୨ ଧାରାରେ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ର ଓ କପଡା ମଧ୍ୟ ଜବତ କରାଯାଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.