ETV Bharat / bharat

ଏମିତି ସ୍ବାମୀ କାହାକୁ ନମିଳୁ: ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ କରୁଥିଲା ବାଧ୍ୟ

author img

By

Published : May 19, 2022, 1:25 PM IST

ସାତ ଜନ୍ମର ସାଥି ହେବାକୁ କଥା ଦେଇ ଭୁଲି ଗଲା ସ୍ବାମୀ । ଶେଷରେ ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କଲା, ଅଭିଯୋଗ ପରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ ।

ସାଙ୍ଗଙ୍କ ସହ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କଲା ସ୍ବାମୀ

ମୁମ୍ବାଇ: ସାରା ଜୀବନ ସୁଖରେ ଦୁଃଖରେ ସାଥି ହେବାକୁ ଅଗ୍ନୀକୁ ସାକ୍ଷୀ ରଖି ବଚନ ଦେଇଥିଲା ମନର ମଣିଷ । ସୁଖରେ ସୁଖି ଦୁଃଖରେ ଦୁଖି ହେବାକୁ ଦେଇଥିବା ପ୍ରତିଶୃତିର ପାହାଡ । ହେଲେ ସ୍ବାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲଗାଇବାକୁ ପଛାଇନି ସୈତାନ ସ୍ବାମୀ । ନିଜ ସ୍ତ୍ରୀର ମାନ ରଖିବା ବଦଳରେ ସାଙ୍ଗ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ବାମୀ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ମହାରାଷ୍ଟ୍ର ପୁଣେର ଭାରତୀ ବିଶ୍ୱବିଦ୍ୟାଳୟ ପୋଲିସ ଷ୍ଟେସନ ପରିସରରେ । ଏନେଇ ମହିଳାଙ୍କ ଅଭିଯୋଗ ପରେ ସୈତାନ ସ୍ବାମୀ ଓ ତାଙ୍କ ୨ ସାଙ୍ଗଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ ମହିଳାଙ୍କ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଗତ ୨୦୨୦ ଓ ୨୦୨୧ରେ ହାଡାପସରର ଏକ ଲଜରେ ଏବଂ କୋରେଗାଓଁରେ ଏକ ବନ୍ଧୁଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଯାହା ସେ ନିଜ ସମ୍ମୁଖରେ ମଧ୍ୟ ଦେଖୁଥିଲେ । ଭାରତୀ ବିଶ୍ୱବିଦ୍ୟାଳୟ ପୋଲିସ ଷ୍ଟେସନରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.