ମୁମ୍ବାଇ: ପୁଣି ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ଥାନେ କ୍ରାଇମ ବ୍ରାଞ୍ଚର ଅଧିକାରୀ ଜଣେ ବିଲ୍ଡରଙ୍କ ଘରୁ ଏହକୁ ଜବତ କରିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ 12 ହଜାର ଜିଲୋଟିନ୍ ଷ୍ଟିକ ଓ 3008 ଡିଟୋନେଟର ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଜଣଙ୍କୁ ମଧ୍ୟ ଗିରଫ କରିଛି କ୍ରାଇବ୍ରାଞ୍ଚ ।
ମିଳିଥିବା ସୂଚନା ଅନୁସାରେ ଥାଣେର ୟୁନିଟ୍ 1 ଭୱାଣ୍ଡିର କଲୱାର ଅଞ୍ଚଳରେ ଜଣେ ବିଲଡରଙ୍କ କାର୍ଯ୍ୟାଳୟରେ ବିପୁଳ ପରିମାଣରେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଥିବା ସୂଚନା ମିଳିବା ପରେ ଚଢାଉ କରିଥିଲା କ୍ରାଇମ ବ୍ରାଞ୍ଚ ଟିମ । ତେବେ ଉକ୍ତ କାର୍ଯ୍ୟାଳୟରୁ ବିପୁଳ ପରିମାଣର ଜିଲୋଟିନ ଷ୍ଟିକ ଓ ଡିଟୋନେଟର ମଧ୍ୟ ଜବତ ହୋଇଥିଲା । ପରେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ ।
ତେବେ ଉକ୍ତ ଅଭିଯକ୍ତର ଜାମିନ ନାମାଞ୍ଜୁର ହୋଇଥିବା ବେଳେ ତାକୁ କ୍ରାଇମବ୍ରାଞ୍ଚ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଏହି ମାମଲାରେ ଗିରଫ ଅଭିଯୁକ୍ତକୁ ଅଧିକ ପଚରାଉଚରା ଜାରି ରହିଛି । ତଦନ୍ତ ପରେ ଏତେ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ସେଠାରେ କିଏ ଓ କେଉଁ ଉଦ୍ଦେଶ୍ୟରେ ରଖିଥିଲା ତାହା ସ୍ପଷ୍ଟ ହୋଇ ପାରିବା ନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
@ANI