ପାଟନା: ସୀମାରେ ଚାଲିଥିବା ୟୁରାନିୟମ କାରବାର । ପଣ୍ଡ କଲା ପୋଲିସ । ବିହାର ଆରାରିଆର ଭାରତ-ନେପାଳ ସୀମାରେ ଥିବା ବିରାଟନଗରରେ 2 କିଲୋ ୟୁରାନିୟମ ଜବତ ହୋଇଛି । ଏହା ସହିତ 15 ଜଣଙ୍କୁ ଗିରଫ କରିଛି ପୋଲିସ ।
ଚାଲାଣକାରୀମାନେ ନିଷିଦ୍ଧ ସାମଗ୍ରୀ ନେଇ ବିଦେଶୀ ଦେଶକୁ ଚୋରାରେ ଚାଲାଣ କରିବାକୁ ଚେଷ୍ଟା କରୁଥିଲେ । ଚୋରା ଚାଲାଣକାରୀମାନେ ଅନ୍ତରାଷ୍ଟ୍ରୀୟ ସୀମା ଦେଇ ବିହାର ଆରାରିଆ ଜିଲ୍ଲାର ଜୋଗବାନୀ ଠାରେ ସୀମାର ଭାରତୀ ପାର୍ଶ୍ବ ଭିତରକୁ ପଶିବାକୁ ଯୋଜନା କରିଥିବା ପୋଲିସ କହିଛି । ବର୍ତ୍ତମାନ ଗିରଫ ହୋଇଥିବା ସମସ୍ତଙ୍କୁ ପଚରାଉଚରା ଜାରି ରହିଛି ।