ETV Bharat / bharat

ହୁବଳି ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା, ଆଖିବୁଜିଲେ 3 ଶ୍ରମିକ

author img

By

Published : Jul 24, 2022, 1:41 PM IST

କର୍ଣ୍ଣାଟକର ହୁବଳି ଜିଲ୍ଲା ତାରିହାଲା ଇଣ୍ଡଷ୍ଟ୍ରି ଅଞ୍ଚଳରେ ଥିବା ଏକ ପ୍ଲାଣ୍ଟରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ 3 ଜଣ ଗୁରୁତର ଆହତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ହୁବଳି ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ 3 ଶ୍ରମିକ

ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଳି ଜିଲ୍ଲା ତାରିହାଲା ଇଣ୍ଡଷ୍ଟ୍ରି ଅଞ୍ଚଳରେ ଥିବା ଏକ ପ୍ଲାଣ୍ଟରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଗୁରୁତର ଭାବେ ଆହତ 3 ଜଣଙ୍କର ମୃତ୍ୟୁ ହୋଇଛି ହୁବଳି KIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଶନିବାର ରାତିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି (ରବିବାର) ଅନ୍ୟ ଦୁଇଜଣ ଆଖିବୁଜିଛନ୍ତି ।

ମୃତ ମହିଳା ଜଣଙ୍କ ଗଡାଗ ଜିଲ୍ଲାର ବିଜୟଲକ୍ଷ୍ମୀ ବୀରାଭଦ୍ରପା ଶନିବାର ରାତିରେ ଆଖି ବୁଜିଥିଲେ । ଅନ୍ୟଦୁଇଜଣ ଗୌରଭା (45) ଏବଂ ମଲେଶା (27)ଙ୍କର ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୋଟ ଆହତ 8 ଜଣଙ୍କ ମଧ୍ୟରେ ବର୍ତ୍ତମାନ 5 ଜଣଙ୍କର ଚିକିତ୍ସା ଚାଲିଛି ।

ଏହା ବି ପଢନ୍ତୁ...ପ୍ଲାଣ୍ଟରେ ଅଗ୍ନିକାଣ୍ଡ, 4 ଶ୍ରମିକ ମୃତ ସନ୍ଦେହ

ଗତକାଲି (ଶନିବାର) ତାରିହାଲା ଶିଳ୍ପାଞ୍ଚଳରେ ଜନ୍ମଦିନ ପାଇଁ ବ୍ୟବହୃତ ହେଉଥିବା କ୍ୟାଣ୍ଡେଲ ମ୍ୟାନୁଫ୍ୟାକ୍ଚରିଂ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗୁରୁତର 8 ଜଣଙ୍କୁ ଚିକିତ୍ସା ପାଇଁ KIMS ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଥିଲା । 15 ଦିନ ପୂର୍ବରୁ ଫାକ୍ଟ୍ରିଟି ଆରମ୍ଭ ହୋଇଥିଲା । ମାତ୍ର କେଇଟା ଦିନରେ ବଡ ଅଘଟଣ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.