ETV Bharat / bharat

Defence Expo 2022: ଗଭୀର ସମୁଦ୍ରରେ କେମିତି କାର୍ଯ୍ୟ କରେ ବୁଡାଜାହାଜ, ଦେଖନ୍ତୁ

author img

By

Published : Oct 21, 2022, 9:45 AM IST

ଭାରତୀୟ ସୁରକ୍ଷା ବ୍ୟବସ୍ଥାର ଅଭେଦ ପ୍ରାଚେରୀ ହେଉଛି ନୌସେନା ବୁଡାଜାହାଜ (Gandhinagar Defence Expo 2022)। ତେବେ କିପରି ଏହା ଗଭୀର ଜଳରାଶି ମଧ୍ୟରେ ମାସ ମାସ ଧରି ନିରନ୍ତର କାର୍ଯ୍ୟ କରିପାରେ । କିପରି ତା ଭିତରେ ମାସ ମାସ ଧରି ମିଶନରେ କାର୍ଯ୍ୟରତ ରୁହନ୍ତୁ ଜଳଯୋଦ୍ଧା । ଦେଖନ୍ତୁ ଇଟିଭି ଭାରତର ରିପୋର୍ଟ

କେମିତି ସମୁଦ୍ରରେ କାର୍ଯ୍ୟ କରେ ନୌସେନାର ବୁଡାହାଜାଜ, ଦେଖନ୍ତୁ

ଗାନ୍ଧୀନଗର: ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାର 3 ପ୍ରମୁଖ ଅଙ୍ଗ ସ୍ଥଳସେନା, ବାୟୁସେନା ଓ ନୌସେନା ଦେଶର ଜାଗ୍ରତ ପ୍ରହରୀ ଭାବେ ନିଜ କାର୍ଯ୍ୟ ଜାରି ରଖିଛନ୍ତି । ସମୟ ବଦଳିବା ସହ ଜ୍ଞାନକୌଶଳ ମଧ୍ୟ ବଢିଛି । ପାରମ୍ପାରିକ ଯୁଦ୍ଧକୌଶଳ ଓ ଅସ୍ତ୍ରଶସ୍ତ୍ର ପରିବର୍ତ୍ତେ ଏବେ ଅତ୍ୟାଧୁନିକ ତଥା ଲଢୁଆ ଯୁଦ୍ଧ ଯାହାଜ ସାମର୍ଥ୍ୟର ନୂଆ ପ୍ରତୀକ ଭାବେ ଉଭା ହୋଇଛି । ତାହାରି ମଧ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ଭାରତୀୟ ନୌସେନାରେ ଥିବା ବୁଡାଜାହାଜ ।

କେମିତି ଗଭୀର ସମୁଦ୍ରରେ କାର୍ଯ୍ୟ କରେ ନୌସେନାର ବୁଡାହାଜାଜ, ଦେଖନ୍ତୁ

ବର୍ତ୍ତମାନ ସମୟର ନୌସେନାର ବୁଡାଜାହାଜ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଭାବେ ସାମ୍ନାକୁ ଆସିଛି । ଦେଶର ଜଳସୀମାର ସୁରକ୍ଷା ଓ ଶତ୍ରୁର ଆକ୍ରମଣକୁ ପଣ୍ଡ କରିବାରେ ସକ୍ଷମ ଏହି ବୁଡାଜାହାଜ ଗଭୀର ସମୁଦ୍ରରେ ମାସ ମାସ ଧରି ବୁଡି ରହି କାର୍ଯ୍ୟ କରିବାର କ୍ଷମତା ରଖିଛି । ତେବେ କିପରି ଏହି ବୁଡାଜାହାଜରେ ମାସ ମାସ ଧରି ଗଭୀର ସମୁଦ୍ରରେ ସମୟ ଅତିବାହିତ କରନ୍ତି ଭାରତୀୟ ନୌଯୋଦ୍ଧା (Gandhinagar Defence Expo 2022) । କିପରି ଗଭୀର ସମୁଦ୍ରରେ ମଧ୍ୟ ନିର୍ଭୟର ତଥା ସଠିକ ଦିଗରେ ଗତି କରିବା ସହ ଶତ୍ରୁ ପକ୍ଷକୁ ସଠିକ ନିଶାନା ଲଗାଇବାରେ ସଫଳ ହୋଇଥାଏ ଏହି ବୁଡାଜାହାଜ । ଗାନ୍ଧୀନଗରରେ ଆୟୋଜିତ ଡିଫେନ୍ସ ଏକ୍ସପୋ- 2022 ପ୍ରଦର୍ଶନୀରେ ସ୍ଥାନ ପାଇଛି ଭାରତୀୟ ନୈସେନାର ବୁଡାଜାହଜ ମଡେଲ । ଏହି ଅବସରରେ ନୌସେନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତର ସ୍ଥାନୀୟ ପ୍ରତିନିଧି ।

ନୌସେନା ଲେଫ୍ଟନାଣ୍ଟ ବିକ୍ରମ ଶର୍ମା ‘ଇଟିଭି ଭାରତ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ବୁଡ଼ାଜାହାଜରେ ରାଡାର ଏବଂ କ୍ଷେପଣାସ୍ତ୍ର ଫାଏରିଂ କରିବା ପାଇଁ ବ୍ୟବହୃତ ଯନ୍ତ୍ର ଓ ଜ୍ଞାନକୌଶଳ ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ନିର୍ମିତ କରାଯାଇଛି ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ମଧ୍ୟ । ଗାନ୍ଧୀନଗରରେ ଆୟୋଜିତ ପ୍ରତିରକ୍ଷା ଏକ୍ସପୋ- 2022 (Gandhinagar Defence Expo 2022) ବୁଡ଼ାଜାହାଜ ଅଭ୍ୟନ୍ତରୀଣ ଅଂଶର ଏକ କୃତ୍ରିମ ତଥା ପ୍ରତିକାତ୍ମକ ଝଲକ ପ୍ରଦର୍ଶିତ ହୋଇଥିଲା ।

ଏହି ପ୍ରଦର୍ଶନୀରେ ଜନସାଧାରଣ ଏହି ବୁଡ଼ାଜାହାଜ ଭିତରେ ଥିବା ବ୍ୟବସ୍ଥା ଓ କିପରି ଏହା ଗଭୀର ସମୁଦ୍ରରେ ମଧ୍ୟ ସଫଳ ଭାବେ ଦୀର୍ଘକାଳୀନ ମିଶନରେ କାର୍ଯ୍ୟ କରିଥାଏ ତାହା ବୁଝିବାର ଅବସର ପାଇବେ । ବୁଡାଜାହାଜରେ ଥିବା ରାଡାର ସିଷ୍ଟମ, ଫାୟାରିଂ ସିଷ୍ଟମ ଏବଂ ମିସାଇଲ ଲଞ୍ଚ ସିଷ୍ଟମର ଏକ ପ୍ରତିକାତ୍ମକ ଅଂଶ ମଧ୍ୟ ପ୍ରଦର୍ଶିତ ହୋଇଛି । ସେହିପରି ଗାନ୍ଧୀନଗର ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ ଏହି ପ୍ରଦର୍ଶନୀରେ ବାୟୁସେନାର ଡ୍ରୋନ୍, ହେଲିକପ୍ଟର ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ ମୁଖ୍ୟ ଆକର୍ଷଣ ଭାବେ ପ୍ରଦର୍ଶିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.