ETV Bharat / bharat

ଓଲା ଆପରେ ଗଡବଡ, ଏମିତି ଲୋକଙ୍କୁ ଠକି ଲୁଟୁଛନ୍ତି ଦୁଇଗୁଣା ଭଡା - customer

ଗତ ନଭେମ୍ବର 2ରେ ମୁମ୍ବାଇ ପୋଲିସ ଠକେଇ ଅଭିଯୋଗରେ ତିନିଜଣ ଓଲା କ୍ୟାବ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଏହି ଡ୍ରାଇଭରମାନେ ଓଲା ଆପର ଯାନ୍ତ୍ରିକ ତ୍ରୁଟି ବା (ଗ୍ଲିଚ୍)ର ଫାଇଦା ଉଠାଇ ଯାତ୍ରୀଙ୍କ ଠାରୁ ଦୁଇଗୁଣା ଭଡା ଆଦାୟ କରୁଥିବା ଜଣାପଡିଛି ।

ola
ଓଲା ଡ୍ରାଇଭରଙ୍କ ଠକେଇ
author img

By

Published : Nov 26, 2020, 5:10 PM IST

ମୁମ୍ବାଇ: ଯଦି ଆପଣ ବି ଓଲା କ୍ୟାବରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ । ଜଣାଶୁଣା ଓଲା କ୍ୟାବ ଯାତ୍ରୀଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ନିକଟରେ ଗତ ନଭେମ୍ବର 2ରେ ମୁମ୍ବାଇ ପୋଲିସ ଠକେଇ ଅଭିଯୋଗରେ ତିନିଜଣ ଓଲା କ୍ୟାବ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଏହି ଡ୍ରାଇଭରମାନେ ଓଲା ଆପର ଯାନ୍ତ୍ରିକ ତ୍ରୁଟି ବା (ଗ୍ଲିଚ୍)ର ଫାଇଦା ଉଠାଇ ଯାତ୍ରୀଙ୍କ ଠାରୁ ଦୁଇଗୁଣା ଭଡା ଆଦାୟ କରୁଥିବା ଜଣାପଡିଛି ।

ଏହି ଓଲା ଡ୍ରାଇଭରମାନେ ଯାନ୍ତ୍ରିକ ତ୍ରୁଟିର ସହାୟତା ନେଇ ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳର ଦୂରତା ବଢାଇ ସେମାନଙ୍କଠାରୁ ଅଧିକ ଭଡା ଆଦାୟ କରୁଛନ୍ତି । ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏପର୍ଯ୍ୟନ୍ତ ତିନିଜଣ କ୍ୟାବ ଡ୍ରାଇଭରଙ୍କୁ ଗିରଫ କରିଛି। ଗିରଫ କ୍ୟାବ ଡ୍ରାଇଭର କହିଛନ୍ତି ଯେ, ସେମାନେ ଆପରେ ହୋଇଥିବା ଯାନ୍ତ୍ରିକ ତ୍ରୁଟି ବିଷୟରେ ଅବଗତ ଥିଲେ, ଆଉ ଏହାର ଫାଇଦା ଉଠାଇ ଯାତ୍ରୀଙ୍କୁ ଠକି ଆସୁଥିଲେ। ଅତିକମରେ 40 କ୍ୟାବ ଡ୍ରାଇଭର ଏପରି ଠକେଇ କରିଥିବା ଜଣାପଡିଛି ।

ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ସମୟରେ, ଡ୍ରାଇଭର ଆପ୍ ରେ, ଯେତେବେଳେ ଗାଡିଟି ବ୍ରିଜ କିମ୍ବା ଫ୍ଲାଏଓଭର ତଳେ ରହୁଥିଲା, ଜିପିଏସରେ ଏହା ବ୍ରିଜ ଉପରେ ଗତି କରୁଥିବା ଦେଖାଯାଉଥିଲା । ଆଉ ଏହି ସମୟରେ ଠକିବା ପାଇଁ ଡ୍ରାଇଭର ଆପକୁ ବ୍ରିଜରେ ତଳେ ଥିବା ସମୟରେ ଆପକୁ ବନ୍ଦ କରିଦେଉଥିଲେ ଏବଂ ବ୍ରିଜ ଆତିକ୍ରମ କରିବା ପରେ ଆପକୁ ପୁଣିଥରେ ଚାଲୁ କରୁଥିଲେ । ଯାହାଫଳରେ ଜିପିଏସ ରିରୁଟ କରିବାକୁ ଅନ୍ୟ ନୂଆ ରାସ୍ତା ଖୋଜୁଥିଲା । ଆଉ ଏହିଭଳି ଭାବେ ଦୂରତା ବଢିବା ସହ ଭଡା ମଧ୍ୟ ବଢିଯାଉଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.