ETV Bharat / bharat

ୟୁପିରେ ଭୁଶୁଡ଼ିଲା 80 ବର୍ଷର ପୁରୁଣା କୋଠା, 3 ମୃତ - ଭଙ୍ଗା କୋଠା ତଳେ ଚାପି ହୋଇ ପରିବାରର ତିନି ଜଣଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶ ବାରିୟାର କତୱାଲି ଅଞ୍ଚଳରେ ଭୁଶୁଡିଲା 80 ବର୍ଷ ପୁରୁଣା କୋଠା । ଭଙ୍ଗା କୋଠା ତଳେ ଚାପି ହୋଇ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

house collapsed in deoria uttar pradesh tree people died
ଭୁଷୁଡ଼ିଲା 80 ବର୍ଷର ପୁରୁଣା କୋଠା, 3 ମୃତ
author img

By

Published : Sep 19, 2022, 10:44 AM IST

ଲକ୍ଷ୍ନୌ: ଦେବାରିୟାର କତୱାଲି ଅଞ୍ଚଳରେ ବଡ଼ ଦୁର୍ଘଟଣା । ଦୁଇ ମହଲା କୋଠା ଛାତ ଭୁଶୁଡ଼ି ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ଘଟିଛି । ଘରଟି 80 ବର୍ଷର ପୁରୁଣା ଘର ହୋଇଥିବା ଜଣାପଡ଼ିଛି । ଘର ଭୁଶୁଡ଼ିବା ସମୟରେ ସମସ୍ତେ ଶୋଇଥିଲେ। ମୃତକଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଏବଂ ଏକ ଶିଶୁ ରହିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସୋମବାର ସକାଳୁ ଦେବାରିୟାର କତୱାଲି ଅଞ୍ଚଳର ଅନସାରୀ ରୋଡ ନିକଟରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠ ଘରଟି ହଠାତ ଭୁଶୁଡ଼ି ପଡ଼ିଥିଲା । କୋଠା ଭୁଶୁଡିବା ଯୋଗୁଁ ଭଗ୍ନାବଶେଷ ତଳେ ଚାପି ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଏବଂ ଏସଡିଏମ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଦୁର୍ଘଟଣାରେ ଦିଲ୍ଲୀପ ଗୌର ପତ୍ନୀ ଚାନ୍ଦିନୀ ଏବଂ ଦୁଇ ବର୍ଷର ଝିଅ ପାୟଲର ମୃତ୍ୟୁ ଘଟିଥିବା ଏସଡିଏମ ସୌରଭ ସିଂ କହିଛନ୍ତି । ଶ୍ରମଜୀବୀ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଦୁର୍ଘଟଣା ଯୋଗୁଁ ନିକଟସ୍ଥ କୋଠା ଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ

ଗତ ଦୁଇଦିନ ପୂର୍ବେ ଲକ୍ଷ୍ନୌର ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଚାଲିଗଲା ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୋଟିଏ ନିର୍ମାଣଧୀନ କୋଠାର କାନ୍ଥ ଭୁଶୁଡିବା ଯୋଗୁଁ ୨ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକେ, ପୋଲିସ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି । 3ରୁ 4 ଦିନ ହେଲା ରାଜଧାନୀ ଲକ୍ଷ୍ନୌରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ସାରା ସହରର ସ୍ଥିତି ଏକ ପ୍ରକାର ବେହାଲ ହୋଇଯାଇଛି ।

ଦିଲକୁଶ ଅଞ୍ଚଳର ଆର୍ମି ଏନକ୍ଲେଭ(Army enclave) ବାହାରେ କିଛି ଶ୍ରମିକ ଛୋଟ କୁଡିଆ ଘରେ ଆଶ୍ରୟ ନେଇଥିଲେ । ରାତିସାରା ବର୍ଷା ହେବା ଯୋଗୁଁ ଆର୍ମି ଏନକ୍ଲେଭର କାନ୍ଥ ହଠାତ ଭୁଶୁଡି ପଡି ସେଠାରେ ଶ୍ରମିକମାନେ ଶୋଇଥିବା ଘର ଉପରେ ପଡିଥିଲା । ଯାହାଫଳରେ କାନ୍ଥ ତଳେ ଚାପି ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.