ETV Bharat / bharat

Joshimath Hotel Demolition: ଭଙ୍ଗା ହେଲା ଦୁଇ ହୋଟେଲ

author img

By

Published : Jan 12, 2023, 9:24 PM IST

ଯୋଶୀମଠରେ ଜାରି ରହିଛି ଦୁଇ ହୋଟେଲ ଭଙ୍ଗା କାର୍ଯ୍ୟ । ପ୍ରଥମେ ହୋଟେଲ ପରେ ଭଙ୍ଗାଯିବ ଘର । ପ୍ରାୟ 7ଶହ ଘରୁ ଶେଷ ହୋଇଛି ଲୋକଙ୍କୁ ସ୍ଥାନାନ୍ତରଣ । ଅଧିକ ପଢନ୍ତୁ

ଯୋଶୀମଠରେ ଜାରି ରହିଛି ଦୁଇ ହୋଟେଲ ଭଙ୍ଗା କାର୍ଯ୍ୟ

ହାଇଦ୍ରାବାଦ: ଉତ୍ତରାଖଣ୍ଡ ଯୋଶୀମଠରେ ଭୂମି ଦବିବା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଘର ଭଙ୍ଗାଯିବା ପୂର୍ବରୁ କ୍ଷତିଗ୍ରସ୍ତ ହୋଇ ଅସୁରକ୍ଷିତ ଘୋଷିତ ହୋଇଥିବା ଦୁଇ ହୋଟେଲକୁ ପ୍ରଥମେ ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ । ଆଜି ହୋଟେଲ ମାଲିକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଶେଷ ହେବା ଶୃଙ୍ଖଳାର ସହ ଦୁଇ ହୋଟେଲ ମଲାରି ଏବଂ ମାଉଣ୍ଟ ଭ୍ୟୁକୁ ଭଙ୍ଗା ଯାଇଛି । ସରକାରୀ ନିର୍ଦ୍ଦେଶ ମୁତାବକ ହୋଟେଲ ମାଲିକଙ୍କୁ କ୍ଷତିପୂରଣ ଓ ସହୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି ।

ଭଙ୍ଗା ଯାଇଥିବା ହୋଲେଟ ମଲାରୀ ଇନ ର ମାଲିକ ମାଲିକ ଠାକୁର ସିଂ ରାଣା କହିଛନ୍ତି କହିଛନ୍ତି, ପାଖ ହୋଟେଲ ବିଲ୍ଡିଂଗୁଡିକରୁ ଚାପ ସୃଷ୍ଟି ହେବା ଫଳରେ ତାଙ୍କ ହୋଟେଲ କ୍ଷତିଗ୍ରସ୍ତ ହୋଇଛି ଓ ଭୁଶୁଡ଼ିବାକୁ ଯାଉଛି । ଏପରି ସ୍ଥିତିରେ ହୋଟେଲ ଭଙ୍ଗାଯାଉଥିବାରୁ ସେ ଅସହାୟତା ପ୍ରକାଶ କରିଛନ୍ତି । ସେ ପ୍ରଶାସନକୁ ସହଯୋଗ କରିଥିବା ମଧ୍ୟ କହିଛନ୍ତି । ଦୁଇ ହୋଟେଲ ଭଙ୍ଗାଯିବା ପରେ କ୍ଷତିଗ୍ରସ୍ତ ଚିହ୍ନିତ ହୋଇଥିବା ପ୍ରାୟ 7ଶହ ଘର ଭଙ୍ଗାଯିବା ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଅସୁରକ୍ଷିତ ଚିହ୍ନଟ ହୋଇଥିବା ଘରୁ ସମସ୍ତ ଜନସାଧାରଣକୁ ଅସ୍ଥାୟୀ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରଣ ଶେଷ ହୋଇଛି ।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ ଏବେ ପ୍ରାୟ କେହି ସାଧାରଣ ଲୋକେ ଅସୁରକ୍ଷିତ ଘୋଷିତ ଅଞ୍ଚଳରେ ନାହାନ୍ତି । କିଛି ସ୍ଥାନରେ ସାଧାରଣ ଜନତା ଘର ଭଙ୍ଗାକୁ ବିରୋଧ କରିବା ସହ ସ୍ଥାୟୀ ଥାଇଥାନ ଦାବି କରିଥିଲେ । ପ୍ରଶାସନିକ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଉତ୍ତେଜନା ହ୍ରାସ ପାଇଛି । ଦୁଇ ହୋଟେଲ ପରେ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ କରିବ ପ୍ରଶାସନ । ପ୍ରଶାସନର ରିପୋର୍ଟ ଅନୁସାରେ ପ୍ରାୟ ଶହେ ପରିବାର ଘର ଛାଡି ରିଲିଫ କ୍ୟାମ୍ପରେ ରଖାଯାଇଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ କ୍ଷୋଭ ଉଭୟ ବଢିବାରେ ଲାଗିଛି । ଲୋକେ ବାଧ୍ୟ ହୋଇ ଘର ଛାଡୁଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପୁଣି ଥରେ ଯୋଶୀମଠ ଗସ୍ତ କରିଛନ୍ତି । ଲୋକଙ୍କୁ ଭୟଭୀତ ନହେବା ପାଇଁ ସେ ନିବେଦନ କରିବା ସହ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତରୀଣ ଭାବେ ପ୍ରତି ବିସ୍ତାପିତ ପରିବାରକୁ ଦେଢ ଲକ୍ଷ୍ୟ ଟଙ୍କାର ରିଲିଫ ଘୋଷଣା କରିସାରିଛି ଉତ୍ତରାଖଣ୍ଡ ସରକାର । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.