ଲକ୍ଷ୍ନୌ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କୌଣସି ବି ଘରୋଇ କିମ୍ବା ସରକାରୀ ହସ୍ପିଟାଲ କୋରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ମନା କରିପାରିବ ନାହିଁ । ଯଦି ସରକାରୀ ହସ୍ପିଟାଲରେ ବେଡ ନମିଳେ ତେବେ, ଘରୋଇ ହସ୍ପିଟାଲରେ ଚିକିତ୍ସା କରାନ୍ତୁ । ନିୟମ ଅନୁଯାୟୀ ସରକାର ଏହାର ଉପଚାର ପାଇଁ ଖର୍ଚ୍ଚ ବହନ କରିବ । କିନ୍ତୁ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଆବଶ୍ୟକ । ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିବା ଲୋକଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେବା ଆବଶ୍ୟକ ।
ସେ ଆହୁରି କହିଛନ୍ତି, ବିଗତ 24 ଘଣ୍ଟାରେ ପ୍ରଦେଶରେ 35,614 ନୂଆ ସଂକ୍ରମିତ କେଶ ଆସିଛି । ସେମାନଙ୍କ ମଧ୍ୟରୁ 25,633 ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ୟୁପିରେ ଏପର୍ଯ୍ୟନ୍ତ 7.77 ଲକ୍ଷରୁ ଅଧିକ ଲୋକ କୋଭିଡରୁ ମୁକ୍ତ ହୋଇସାରିଛନ୍ତି ।